Below header

ହାଟରୁ ସଉଦା ନେଇ ଘରକୁ ଫେରୁଥିବାବେଳେ ଯୁବକଙ୍କୁ ଦଳିଦେଲା ହାତୀ

ସୋର(କେନ୍ୟୁଜ୍): ଯୁବକଙ୍କୁ ଦଳିଦେଲା ହାତୀ। ବାଲେଶ୍ବର ଜିଲ୍ଲା ଔପଦା ଥାନା ଅନ୍ତର୍ଗତ ଫତେପୁର ପଞ୍ଚାୟତର ଶୂଳଭଉଣୀ କ୍ଷୁଦ୍ରଜଳ ଅମଳ ପ୍ରକଳ୍ପ ବନ୍ଧ ଉପରେ ଯୁବକଙ୍କୁ ହାତୀ ଦଳି ଚକଟି ମାରି ଦେଇଥିବା ଜଣାପଡିଛି । ଗତକାଲି ମୟୁରଭଞ୍ଜ ଜିଲ୍ଲା ଶରତ ଥାନା ଅନ୍ତର୍ଗତ ଟୁଲଗଢିଆ ଗ୍ରାମର ୪୫ ବର୍ଷିୟ ଯୁବକ ଟାପୁ ବାନରା ବାଲେଶ୍ବର ଜିଲ୍ଲା ଔପଦା ଥାନା କସପା ହାଟକୁ ସଉଦା କରିବା ପାଇଁ ଆସିଥିଲେ ।

ସନ୍ଧ୍ୟାରେ ଘରକୁ ଫେରୁଥିବା ବେଳେ ଶୂଳଭଉଣୀ ଡ୍ୟାମ ଉପରେ ହାତୀ ଦଳି ଚକଟି ମାରି ଦେଇଥିବାର ସୂଚନା ମିଳୁଛି । ଶବ ପଡିଥିବା ସ୍ଥାନରେ ହାତୀର ପାଦ ଚିହ୍ନ ଥିବା ସହିତ ନିକଟସ୍ଥ ଗ୍ରାମବାସୀ ମାନେ ସନ୍ଧ୍ୟାରେ ହାତୀ ଜୋର ଚିତ୍କାର କରୁଥିବାର କହିଛନ୍ତି । ଏବେବି ଘଟଣା ସ୍ଥଳରେ ଶବ ପଡି ରହିଥିଲେ ମଧ୍ଯ ଏଯାଏ ବନ ବିଭାଗ ପହଁଚି ପାରିନି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.