ହିମାଳୟ କ୍ଷେତ୍ରରେ ଆସିପାରେ ବଡ଼ ଭୂମିକମ୍ପ, ପ୍ରସ୍ତୁତ ରହିବାକୁ ବୈଜ୍ଞାନିକଙ୍କ ଚେତାବନୀ

କେନ୍ୟୁଜ୍: ହିମାଳୟ କ୍ଷେତ୍ରରେ ଆସିପାରେ ବଡ଼ ଭୂମିକମ୍ପ। ଏନେଇ ପ୍ରସ୍ତୁତ ରହିବାକୁ ବୈଜ୍ଞାନିକଙ୍କ ଚେତାବନୀ । ଭୂମିକମ୍ପ ପାଇଁ ନଡରି ଏବେ ଠାରୁ କ୍ଷୟକ୍ଷତିରୁ ବଞ୍ଚିବାକୁ ପ୍ରସ୍ତୁତ ରହିବାକୁ କହିଛନ୍ତି ବୈଜ୍ଞାନିକ । ପଶ୍ଚିମ ନେପାଳରେ ୬.୬ ତ୍ରୀବତାରେ ଭୂମିକମ୍ପ ଅନୁଭୂତ ହେବାବେଳେ ଏହାର ଝଟକା ଉତ୍ତରାଖଣ୍ଡରେ ଅନୁଭୂତ ହୋଇଥିଲା । ଏବେ ସମ୍ପୂର୍ଣ୍ଣ ହିମାଳୟ କ୍ଷେତ୍ରକୁ ରହିଛି ଭୂମିକମ୍ପର ବିପଦ ।

ଏଭଳି ଆକଳନ କରିଛନ୍ତି ଓ୍ଵାଡିଆ ଇନ୍‌ଷ୍ଟିଚ୍ୟୁଟ ଅଫ ହିମାୟାନ୍‌ ଜିଓଲୋଜିର ବରିଷ୍ଠ ଜିଓ ଫିଜିସିଷ୍ଟ ଅଜୟ ପଲ୍‌ । ହିମାଳୟ କ୍ଷେତ୍ରରେ ସମ୍ଭାବ୍ୟ ଭୂମିକମ୍ପର ତ୍ରୀବତା ରେକ୍ଟର ସ୍କେଲରେ ୭ କିମ୍ବା ତା’ଠାରୁ ଅଧିକ ରହିପାରେ । ତେବେ ଏହା କେବେ ହେବ ତାହା କହି ହେବ ନାହିଁ । ମାତ୍ର ଏନେଇ ପ୍ରସ୍ତୁତ ରହିଲେ କ୍ଷୟକ୍ଷତି ପ୍ରାୟ ୯୯.୯୯ ପ୍ରତିଶତ କମାଯାଇପାରିବ ବୋଲି ଅଜୟ ପଲ୍‌ କହିଛନ୍ତି । ଗତ ୧୫୦ ବର୍ଷ ମଧ୍ୟରେ ହିମାଳୟ କ୍ଷେତ୍ରାରେ ୪ଟି ବଡ଼ ଭୂମିକମ୍ପ ହୋଇଛି ।

ଜିଓ ଫିଜିସିଷ୍ଟ ଅଜୟ ପଲ କହିଛନ୍ତି, ଭାରତୀୟ ପ୍ଲେଟ ଓ ୟୁରୋଶିୟନ ପ୍ଲେଟରେ ଟକ୍କର ଫଳରେ ଭୂମିକମ୍ପ ସୃଷ୍ଟି ହେଉଛି । ଭାରତୀୟ ପେଲ୍ଟ ଉପରେ ୟୁରେଶିୟନ ପ୍ଲେଟ ଲଗାତର ଚାପ ହେଉଛି । ଏହା ତଳେ ଜମା ହେଉଥିବା ଉର୍ଜ୍ଜା ସମୟ ସମୟରେ ଭୂକମ୍ପ ରୂପରେ ମୁକ୍ତ ହୋଇଥାଏ । ହିମାଳୟ ତଳେ ଉର୍ଜ୍ଜା କାରଣରୁ ଭୂକମ୍ପ ଆସିବା ଏକ ସାଧାରଣ ଓ ନିରନ୍ତର ପ୍ରକ୍ରିୟା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.