ବାହା ହେବେ ଓଲିଉଡ୍‌ ନାୟିକା ରିୟା, ସରିଲା ରିଙ୍ଗ ସେରିମନି, ଦେଖନ୍ତୁ କିଏ ତାଙ୍କ ଭାବୀ ବର

ଭୁବନେଶ୍ୱର (କେନ୍ୟୁଜ୍‌) : ବିବାହ କରିବେ ଓଲିଉଡ୍‌ ହିରୋଇନ୍‌ ରିୟା ଦେ । ଏହା ଭିତରେ ନିରାଡ଼ମ୍ବର ଭାବରେ ତାଙ୍କର ରିଙ୍ଗ ସେରିମନି ଅନୁଷ୍ଠିତ ହୋଇ ଯାଇଛି । ଯେଉଁଥିରେ କେବଳ ଉଭୟଙ୍କ ପରିବାର ଲୋକେ ଯୋଗ ଦେଇଥିଲେ । ନିର୍ବନ୍ଧ ପରେ ରିୟା ତାଙ୍କ ଇନଷ୍ଟାଗ୍ରାମ୍‌ରେ ଏହି ସୂଚନା ଦେଇଛନ୍ତି ।

 

 

View this post on Instagram

 

A post shared by Ria (swarnali) Dey (@riya_dey91)

ଯାହା ଖବର ରହିଛି କି ରିୟା ପ୍ରେମ ବିବାହ କରୁଛନ୍ତି । ତାଙ୍କ ଭାବୀ ସ୍ୱାମୀଙ୍କ ନାଁ ହେଉଛି ସୁନୀଲ ଦଳାଇ । ସେ ଜଣେ ବ୍ୟବସାୟୀ ବୋଲି ଜଣାପଡ଼ିଛି ।  ଖୁବ୍‌ ଶୀଘ୍ର ସେମାନଙ୍କର ବାହାଘର ହେବ ।

SUNIL

ପ୍ରେମ ଅଢ଼େଇ ଅକ୍ଷରୁ ଫିଲ୍ମ ଜରିଆରେ ଓଲିଉଡ୍‌ରେ ପାଦ ରଖିଥିବା ରିୟା ସବୁ ନାୟକଙ୍କ ସହ ଅଭିନୟ କରି ନିଜର ଦକ୍ଷତା ଓ ପ୍ରତିଭାର ପ୍ରମାଣ ଦେଇ ସାରିଛନ୍ତି । କ୍ରିମିନାଲ, ଏମିତି ବି ପ୍ରେମ ହୁଏ, ତୁମ ମୋ ଦେହର ଛାଇ, ପାଗଳ କରିଛୁ ତୁ, ଏମିତି ବି ପ୍ରେମ ହୁଏ, ଗୋଲାପୀ ଗୋଲାପୀ, ରଘୁପତି ରାଘବ ରାଜାରାମ, କଳକୀ, ହରି ଓମ୍‌ ହରି, ଦିଓ୍ଵାନା ହେଲି ତୋ ପାଇଁ, ପ୍ରେମ ପାଇଁ ମହାଭାରତ ଭଳି ଅନେକ ସଫଳ ଫିଲ୍ମର ନାୟିକା ସାଜିଛନ୍ତି ରିୟା । ରିୟାଙ୍କ ଘର ବାଲେଶ୍ୱରରେ । ସେହିଠାରେ ବାହାଘର ହେବ ବୋଲି ଯାହା ସୂଚନା ମିଳିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.