ଅଧାରେ ରହିଗଲା ସବୁ ସ୍ବପ୍ନ, ବିବାହ ଦିନ ଚାଲିଗଲା ଯୁବକଙ୍କ ଜୀବନ

ବରଗଡ: ସାତ ଜନ୍ମର ସାଥି ହେବାକୁ ସ୍ୱପ୍ନ ଦେଖିଥିଲେ, ହେଲେ କରୋନା ଛଡାଇ ନେଲା ଜୀବନର ସବୁ ରଙ୍ଗୀନ ସ୍ୱପ୍ନ । ବିବାହ ଦିନ ଚାଲିଗଲା ଜୀବନ। ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ଲହଣ୍ଡା ପଞ୍ଚାୟତ ଯୋଗୀପାଲି ଗାଁରେ।

ଗତ ୨୫ତାରିଖରେ ଜୀବର୍ଦ୍ଧନ ଭୋଇଙ୍କ ବିବାହ ସ୍ଥିର ହୋଇଥିଲା। ସମ୍ବଲପୁର ଜିଲ୍ଲା ମାନେଶ୍ୱର ବ୍ଲକ ଋକ୍ମଣୀଲାଠ ବାଳ ନିକେତନରେ ମ୍ୟାନେଜର ବାବେ କାମ କରୁଥିଲେ ଜୀବର୍ଦ୍ଧନ। ବାହାଘର ପାଇଁ ୧୮ ତାରିଖରୁ ଛୁଟି ନେଇ ଘରକୁ ଆସିଥିଲେ। ହେଲେ ୨୧ ତାରିଖରେ ଦେହ ଅସୁସ୍ଥ ହେବାରୁ ସମ୍ବଲପୁର କୋଭିଡ୍‌ ହସ୍‌ପିଟାଲରେ ଭର୍ତ୍ତି ହୋଇଥିଲେ। ହେଲେ ୨୫ ତାରିଖ ଦିନ ତାଙ୍କର ମୃତ୍ୟୁ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.