ଖୋର୍ଦ୍ଧାରେ ଚାଞ୍ଚଲ୍ୟ, ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କଲେ ଦୁର୍ବୃତ୍ତ

ଖୋର୍ଦ୍ଧା (କେ ନ୍ୟୁଜ୍‌) : ଯୁବକଙ୍କୁ ଅତି ନିର୍ମମ ଭାବେ ମାରିଦେଲେ । ଖୋର୍ଦ୍ଧା ଜାତୀୟ ରାଜପଥ ୧୬ କଡରେ ପଡ଼ିଛି ରକ୍ତ ଜୁଡୁବୁଡୁ ମୃତଦେହ । ମୃତ ଯୁବକ ଜଣକ ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ଉପରସାହି ଅଞ୍ଚଳର ଅଜୁ ବାରିକ । ସେ ଏକ ମଦ ଦୋକାନରେ ସେଲସମ୍ୟାନ ଭାବେ କାମ କରୁଥିଲେ ।

KHORDHA-2KHORDHA-4

ତାଙ୍କ ଉପରେ ସଂଘବଦ୍ଧ ଆକ୍ରମଣ କରାଯାଇଥିବା ଜଣାପଡିଛି । କିଛି ସମୟ ପୂର୍ବରୁ ଘଟିଛି ଏହି ଘଟଣା । ପୋଲିସ ତଦନ୍ତ ଆରମ୍ଭ କରିଛି । ଖୋର୍ଦ୍ଧା ଏସ୍‌ପିଙ୍କ ସୂଚନା ଅନୁସାରେ ମଦ ପିଇବାକୁ ଆସିଥିବା କିଛି ଯୁବକଙ୍କର ଅଜୁ ସହିତ ଗଣ୍ଡଗୋଳ ହୋଇଥିଲା । ସେମାନଙ୍କ ଆକ୍ରମଣରେ ତାର ମୃତ୍ୟୁ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.