ତିନିଦିନ ଶୀତକାକରରେ ପଡି ପଡି ଘରକୁ ଫେରିଲେ ଯୁବକ

ଉମରକୋଟ(କେନ୍ୟୁଜ) : ଗତ ତିନିଦିନ ଧରି ଗୋଡରେ ବେଡି ହାତରେ କୋଡା ଓ ଦେହରେ ଖଣ୍ଡେ ଗାମୁଛା ପିନ୍ଧି ଏ ଶୀତ କାକରରେ ଜଣେ ଯୁବକଙ୍କୁ ବୁଲୁଥିବାର ଦେଖିବାକୁ ମିଳିଥିଲା ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରର । ମସ୍ତିଷ୍କ ବିକୃତ ମଣିଷଟିଏ । କେତେବେଳେ କିଛି ଗପୁଛନ୍ତି ତ କେତେବେଳେ ଗୀତ ଗାଉଛନ୍ତି । ଆଉ କେତେବେଳେ ଯୋଗାସନ ଭଳି କିଛି କରୁଛନ୍ତି । ରାଜ୍ୟ ରାଜପଥ ହୋଇଥିବାରୁ କୌଣସି ସମୟରେ ଦୁର୍ଘଟଣା ଘଟିବ ।ର ସମ୍ଭାବନା ବି ରହିଛି । ଏ ଦୃଶ୍ୟ ଉପରେ ନଜର ପଡିଥିଲା କିଛି ସାମ୍ବାଦୀକଙ୍କର । ଯେଉଁମାନେ ତାକୁ ଖୁଆଇ ପିଆଇ ସୁରକ୍ଷିତ ସ୍ଥାନରେ ରଖିବା ପରେ ଘଟଣା ସମ୍ପର୍କରେ ସ୍ଥାନୀୟ ଥାନା ଅଧିକାରୀ ଓ ବିଡ଼ିଓଙ୍କୁ ଜଣାଇଥିଲେ। ଉଭୟ ଅଧିକାରୀ ତାଙ୍କ ଘର ଠିକଣା ବାହାର କରିବାରେ ସାହାଯ୍ୟ କଲେ ।

ଠିକଣା ଖୋଜିବା ପରେ ଜଣା ପଡିଲା ଯେ ଯୁବକ ଜଣକ ପୋଡଶୀ ଛତିଶଗଡ଼ର ମାକଡି ଥାନା ଅନ୍ତର୍ଗତ ଝାଡକଙ୍ଗା ଗାଁର । ସମ୍ବାରୁ ରାଉତଙ୍କ ପୁଅ ଦିନେଶ ରାଉତ । ସ୍ଥାନୀୟ ଥାନା ଅଧିକାରୀ ମାକଡି ଥାନା ଅଧିକାରୀଙ୍କ ସହ ଯୋଗାଯୋଗ କରି ବିଡ଼ିଓଙ୍କ ସହ ଆଲୋଚନା କରି ଯୁବକଙ୍କୁ ତାଙ୍କ ଘରକୁ ପଠାଇବାକୁ ବ୍ୟବସ୍ଥା କରିଥିଲେ ।ଏପଟେ କୌଣସି ସୂତ୍ରରୁ ଖବର ପାଇ ଯୁବକଙ୍କ ବାପା ସମ୍ବରୁ ରାଉତ ଓ ଭାଇ ଉମେଶ ରାଉତ ଉମରକୋଟ ପହଞ୍ଚିଥିଲେ । ତେଣୁ ପୋଲିସର ଉପସ୍ଥିତି ରେ ଉକ୍ତ ଯୁବକଙ୍କୁ ତାଙ୍କ ବାପାଙ୍କୁ ହସ୍ତାନ୍ତର କରାଯାଇଥିଲା ।

ତେବେ ଏଦୃଶ୍ୟ ଦେଖି କୌଣସି ବ୍ୟକ୍ତିଙ୍କୁ ହାତ ଗୋଡ଼ ବାନ୍ଧି ରଖିବା ମାନବାଧିକାର ଆଇନକୁ ବିରୋଧ କରୁଛି ବୋଲି ସ୍ଥାନୀୟ ବାସିନ୍ଦା ତ କହିଛନ୍ତି ହେଲେ ଦୁଖର ବିଷୟ ଯେ କେହି ତାଙ୍କ ପଛର ଘଟଣା ଜାଣିବାକୁ କି ଜଣେଇବାକୁ ଚେଷ୍ଠା କରିନାହାନ୍ତି । ଅଥଚ ଅନେକ ତାଙ୍କର ଫଟୋ ଉତ୍ତୋଳନ କରି ଦୃଶ୍ୟ ଉପଭୋଗ କରୁଥିବା ନଜର ଆସିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.