ନରସିଂହପୁର: ବିଫଳ ପ୍ରେମିକର ଉନ୍ମତ୍ତକାଣ୍ଡ, ପ୍ରେମିକା ଘର ଉପରକୁ ଫିଙ୍ଗିଲା ୪ଟି ବୋମା

ନରସିଂହପୁର(କେନ୍ୟୁଜ୍): ପ୍ରେମିକର ଉନ୍ମତ କାଣ୍ଡ। ପ୍ରେମିକା ଘର ଉପରକୁ ଫିଙ୍ଗିଲା ୪ଟି ବୋମା। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ନରସିଂହପୁର ବ୍ଲକ ଅନ୍ତର୍ଗତ ଚକ୍ରଗଡ଼ ଗ୍ରାମର ମୁଣ୍ଡିଆ ସାହିରେ। ଗତକାଲି ବିଳମ୍ବିତ ରାତ୍ରରେ ଚକ୍ରଗଡ଼ ଗ୍ରାମର ଦିପୁ ନାୟକ ନିଜ ପ୍ରେମିକା ଘର ନିକଟରେ ଚାରୋଟି ବୋମା ପକାଇଥିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଯାହାଫଳରେ ପ୍ରେମିକା ମାଳତୀ ( ଛଦ୍ମନାମ )ଙ୍କ ଘରେ ନାହିଁ ନଥିବା ଭୟ ।

ସୂଚନା ମୁତାବକ, ପୂର୍ବରୁ ପ୍ରେମିକ ଦିପୁ, ଝିଅଟିକୁ ଏକ ତରଫା ପ୍ରେମ କରି ବିଭିନ୍ନ ସମୟରେ ବାଟରେ ଘାଟରେ ହଇରାଣ ହରକତ କରେ । ଏମିତି କି ଝିଅ ସ୍କୁଲ୍ ଗଲା ବେଳେ ତାକୁ ଉଠାଇ ନେବାର ଧମକ ମଧ୍ୟ ଦିଏ । ଏ ସବୁକୁ ଝିଅ ବିରୋଧ କରିଆସୁଥିଲା ।  ତେବେ ଏଥିରେ ଉତକ୍ଷିପ୍ତ ହୋଇ ପ୍ରେମିକ ପ୍ରବଣ ଏହିଭଳି ଉନ୍ମତ୍ତକାଣ୍ଡ ଭିଆଇଛି । ଏ ନେଇ ପ୍ରେମିକାର ଘର ପକ୍ଷରୁ ନରସିଂହପୁର ଥାନା ରେ ଏତଲା ଦିଆଯାଇଛି । ପୋଲିସ୍ ତଦନ୍ତ ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.