ମନ୍ଦିରରୁ ଚୋରି କରିଥିଲେ ୨ ଚୋର, ଦୁଇ ଦିନ ଭିତରେ ବାନ୍ଧିଲା ରାଇକିଆ ପୋଲିସ୍

ରାଇକିଆ(କେନ୍ୟୁଜ୍): କନ୍ଧମାଳ ଜିଲ୍ଲା ରାଇକିଆ ହନୁମାନ ମନ୍ଦିରରେ ଗତ ଗୁରୁବାର ବିଳମ୍ବିତ ରାତିରେ ମନ୍ଦିରର ତାଲା ଭାଙ୍ଗି ହନୁମାନଙ୍କ ମୁକୁଟ ସହ ବିଭିନ୍ନ ସାମଗ୍ରୀ ଚୋରି ହୋଇଥିଲା । ଶୁକ୍ରବାର ସକାଳେ ମନ୍ଦିର ପୁଜାରୀ ସକାଳେ ପୁଜା କରିବା ପାଇଁ ଆସି ଦେଖିଥିଲେ। ମନ୍ଦିର ତାଲା ଭାଙ୍ଗି ଚୋରି ହୋଇଥିବା ନେଇ  ସେ ଥାନାରେ ଏତଲା ଦେଇଥିଲେ।

ଅଭିଯୋଗକୁ ଆଧାର କରି ପୋଲିସ୍ ତଦନ୍ତ ଜାରି ରଖିଥିଲା । ତେବେ ରବିବାର ଦିନ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଥିଲା ପୋଲିସ୍। ଅଭିଯୁକ୍ତଠାରୁ ମନ୍ଦିର ବିଭିନ୍ନ ସାମଗ୍ରୀ ଜବତ କରିବା ସହ ସମ୍ପୃକ୍ତ ଦୁଇ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ରାଇକିଆ ପୋଲିସ୍ । ଗିରଫ ୨ଜଣ ହେଲେ ଗୁଞ୍ଜିବାଡି ଗ୍ରାମ କନ୍ଧ ସାହିର ମିଲନ ପ୍ରଧାନ, ସାରଙ୍ଗ ଥାନା ବାନ୍ଧାବାଜୁ ଗ୍ରାମ ଦୀପକ ଦିଗାଲ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.