Whatsapp ର ନୂଆ ରେକର୍ଡ, ନୂଆବର୍ଷରେ ହୋଇଛି ୧୪୦ କୋଟି ଥର ଭିଡିଓ ଓ ଭଏସ କଲ୍

କରୋନା ମହାମାରୀ ମଧ୍ୟରେ ସମଗ୍ର ବିଶ୍ବବାସୀ ନୂଆବର୍ଷକୁ ସ୍ବାଗତ କରିଛନ୍ତି। ଏହା ସହ ସୋସିଆଲ ମିଡିଆ ଆପ୍ ଫେସବୁକ ସମେତ ଏହାର ଅନ୍ୟ ଆପଗୁଡିକ ପାଇଁ ମଧ୍ୟ ନୂଆବର୍ଷ ସକାରାତ୍ମକ ସାବ୍ୟସ୍ତ ହୋଇଛି । କମ୍ପାନୀର ମେସେଜିଂ ଆପ୍ଗୁଡିକ ନୂଆବର୍ଷରେ ତାର ଭଏସ୍ କଲ୍ ଏବଂ ଭିଡିଓ କଲରେ ୫୦ ପ୍ରତିଶତ ବୃଦ୍ଧି ପାଇଥିବା ଜଣାଯାଇଛି ।

ରିପୋର୍ଟ ଅନୁଯାୟୀ ହ୍ବାଟ୍ସଆପ୍ ବ୍ୟବହାରକାରୀମାନେ ପ୍ରାୟ ୧.୪ ବିଲିୟନ ଅର୍ଥାତ ୧୪୦ କୋଟି ଥର ଭିଡିଓ କଲ ଓ ଭଏସ୍ କଲ କରାଯାଇଥିବା ସୂଚନା ମିଳିଛି । କରୋନା ମହାମାରୀ କାରଣରୁ ଅନେକ ଲୋକ ଘରେ ଥିବାରୁ ଅନଲାଇନ ମାଧ୍ୟମରେ ବନ୍ଧୁ, ପରିଜନମାନଙ୍କୁ ନୂଆବର୍ଷ ଶୁଭେଚ୍ଛା ଜଣାଇଥିଲେ । ଏହା ସହ ଫେସବୁକ ପକ୍ଷରୁ ସୂଚନା ଦିଆଯାଇଛି ଯେ, ନୂଆ ବର୍ଷ ସନ୍ଧ୍ୟାରେ ମେସେଞ୍ଜର, ଇନଷ୍ଟାଗ୍ରାମ ଏବଂ ହ୍ବାଟ୍ସଆପରେ ଭିଡିଓ ଚାଟିଂ ରେକର୍ଡ ସୃଷ୍ଟି କରିଛି ।

whatsapp

ଏହା ସହ ଫେସବୁକରେ ପ୍ରାୟ ୫୫ ମିଲିୟନ ଲାଇଭ୍ ବ୍ରଡକାଷ୍ଟ ହୋଇଥିବା କମ୍ପାନୀ ପକ୍ଷରୁ ସୂଚନା ମିଳିଛି । ମହାମାରୀ ସମୟରେ ଶିଳ୍ପ ସଂସ୍ଥାଗୁଡିକର ବ୍ୟାପକ କ୍ଷତି ଘଟିଥିବା ବେଳେ ଟେକନୋଲୋଜି ସେକ୍ଟରରେ କିନ୍ତୁ ଏହାର ପ୍ରତିକୂଳ ପ୍ରଭାବ ପଡିଛି । ଅର୍ଥାତ୍ ଲକଡାଉନ ସମୟରେ ଟେକନୋଲୋଜି ସେକ୍ଟରମାନଙ୍କରେ ପ୍ରଚୁର ବ୍ୟବସାୟ ହୋଇଛି । ଭିଡିଓ କଲିଂ ଫିଚରର୍ସ ପୂର୍ବରୁ ଏତେଟା ଲୋକପ୍ରିୟ ନଥିବା ବେଳେ ମହାମାରୀ ସମୟରେ ଏହାର ଚାହିଦା ବ୍ୟାପକ ଭାବେ ବୃଦ୍ଧି ପାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.