Below header

ଖୁବଶୀଘ୍ର M3 ଚିପ୍‌ ସହ ବଜାରେ ଲଞ୍ଚ ହେବ ଆପଲର ୧୫ ଇଞ୍ଚ MacBook

ଅପ୍ରେଲରେ ଲଞ୍ଚ ହେବ Apple ର ନୂଆ MacBook। ୧୫ ଇଞ୍ଚର ମ୍ୟାକବୁକ ଏୟାର ର କୋଡ ନେମ j515 ରହିବ।ରିପୋର୍ଟ ଅନୁସାରେ ଏମ୩ ଚିପ୍‌ ଆପଲ ର ଓ୍ଵାଲଡବାଇଡ଼ ଡେଭଲପର୍ସ କନଫରେନ୍ସ ରେ ସୋ କରାଯାଇଥିଲା। ଯାହାକୁ ଜୁନରେ ଆୟୋଜିତ କରାଯାଇଥିଲା। 

ଆପଲ ଖୁବ ଶୀଘ୍ର ନିଜର ନୂଆ MacBook ଲଞ୍ଚ କରିବ। କମ୍ପାନୀ ଦ୍ୱାରା ୨୦୨୩ ରେ ନୂଆ ଏମ୨ ଚିପ୍‌ ସହ ଏକ ନୂଆ ୧୫ ଇଞ୍ଚର ମ୍ୟାକବୁକ ଏୟାର ଲଞ୍ଚ ହେବ। ଏବେ ଏକ ନୂଆ ରିପୋର୍ଟରେ କୁହାଯାଇଛି ଯେ କମ୍ପାନୀ ଚଳିତ ବର୍ଷ ସମର ସିଜିନରେ ଆଉ ଏକ ମ୍ୟାକବୁକ ଲଞ୍ଚ ହେବ।

ଆପଲ ର ଏକ ନୂଆ iMac କରିବା ପାଇଁ ମଧ୍ୟ ପ୍ରସ୍ତୁତି ଚଳାଇଛି। ଯାହା ପାଖାପାଖି ୨ ବର୍ଷର ହାର୍ଡଓ୍ଵାୟାର ଅପଗ୍ରେଡ ମିଳିନାହିଁ। ମିଳିଥିବା ସୂଚନା ଅନୁସାରେ ନୂଆ iMac ମଡେଲ ର କୋଡ଼ନେମ J433 ଓ J434 ରହିବ।

ରିପୋର୍ଟ ରୁ ଜଣାପଡ଼ିଛି ଯେ ନୂଆ iMacs ଏବେ ଖୁବ ଶୀଘ୍ର ମାର୍କେଟକୁ ଆସିବ। ଆଗାମୀ ତିନି ମାସ ମଧ୍ୟରେ କମ୍ପାନୀ ଏହାର ଅଧିକ ମଡେଲ ବାହାର କରିବ। iMac ମଡେଲ ୨୦୨୩ ର ଦ୍ୱିତୀୟ ପର୍ଯ୍ୟାୟରେ ମାର୍କେଟକୁ ଆସିବ।

ମ୍ୟାକବୁକ ଏୟାର ହେଉଛି ସବୁଠୁ ବଡ଼। ୧୫ ଇଞ୍ଚର ମ୍ୟାକବୁକ ଏୟାର ର କୋଡ ନେମ j515 ରହିବ। ୧୩ ଇଞ୍ଚ ମ୍ୟାକବୁକ ଏୟାର କୋଡ଼ନେମ j513 ରେ ଲଞ୍ଚ ହେବ। ଯେବେକି ୧୫ ଇଞ୍ଚର ମ୍ୟାକବୁକ ଏୟାର କୁ ନୂଆ ଏମ୨ ଚିପ୍‌ ରେ ଅଣାଯାିଛି। ନୂଆ ୧୩ ଇଞ୍ଚର ମ୍ୟାକବୁକ ଏୟାର କୁ ନେଇ ସେମିତି ତଥ୍ୟ ଆସିନାହିଁ। ଆପଲ୍‌ ଗତ ବର୍ଷ ଅକ୍ଟୋବରରେ ନୂଆ ଡିଜାଇନ ଓ ବଢ଼ିଆ ହାର୍ଡ଼ଓ୍ଵାୟାର ସହ ଏମ୨ ପାଓ୍ଵର୍ଡ଼ ୧୩ ଇଞ୍ଚା ମ୍ୟାକବୁକ ଏୟାର ଲଞ୍ଚ କରିଥିଲା।
ଏହି ରେସ୍‌ ରେ ନୂଆ ମ୍ୟାକ ପ୍ରୋ ମଧ୍ୟ ରହିଛି। ଯୋହାର ନାମ j180 ରହିଛି। ଆଗାମୀ ୨୦୨୩ ମ୍ୟାକବୁକ ପ୍ରୋ ଆପଲ ର ଏହି ହାଉସ୍‌ ରେ ଏମ ସିରିଜ ସିଲିକନ ରହିଛି। ଆପଲ ଏମ ୨ରେ ଅଲଟଆ ଏସଓସି ରହିଛି , ଯେଉଁଥିରେ ୨୪ ସିପିୟୁ କୋର ଓ ୭୬ ଜିପିୟୁ କୋର ରହିଛି।

ରିପୋର୍ଟ ଅନୁସାରେ ଏମ୩ ଚିପ୍‌ ଆପଲ ର ଓ୍ଵାଲଡବାଇଡ଼ ଡେଭଲପର୍ସ କନଫରେନ୍ସ ରେ ସୋ କରାଯାଇଥିଲା। ଯାହାକୁ ଜୁନରେ ଆୟୋଜିତ କରାଯାଇଥିଲା। ଏମ୩ ଚିପ୍‌ କୁ ୩ଏନଏମ ର ପ୍ରକ୍ରିୟାରେ ଆଧାରିତ ଆପଲ୍‌ ର ପ୍ରଥମ ସିଲିକନ୍‌ କୁହାଯାଏ।

ଆଗାମୀ ୧୩ ଇଞ୍ଚର ମ୍ୟାକବୁକ ଏୟାର ରେ ନୂଆ ଏମ୩ ଚିପ୍‌ ଦିଆଯାଇଥିବାର ସୂଚନା ମିଳିଛି। କୁହାଯାଇଛି ଯେ ଏମ୩ ଚିପ୍‌ କୁ OLED ଡିସପ୍ଲେ ସହିତ ଆସିବ। iPad Pro ରେ ଫିଚର କରାଯାଇଛି। ଯାହାକୁ ୨୦୨୪ ର ପ୍ରଥମ ୬ମାସରେ ଲଞ୍ଚ କରାଯାଇଛି। ଆପଲ କୁ ୨୦୨୫ରେ OLED ଡିସେପ୍ଲେ ଓ ଟଚ୍‌ ସପୋର୍ଟ ସହ ନିଜର ପ୍ରଥମ ମ୍ୟାକବୁକ ମଡେଲ ଲଞ୍ଚ କରିବ ବୋଲି ଶୁଣିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.