ଭାରତରେ ବ୍ୟାନ ହେଲା ୨୨ଟି ୟୁଟ୍ୟୁବ ଚ୍ୟାନେଲ, ଲିଷ୍ଟରେ ପାକିସ୍ତାନର ଅଛି ଚାରିଟି

ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ମଙ୍ଗଳବାର ୟୁଟ୍ୟୁବ ଚ୍ୟାନେଲ ଗୁଡିକ ଉପରେ ଏକ ବଡ ଧରଣର ପଦକ୍ଷେପ ନେଇଛନ୍ତି  ।  ଭାରତରେ ମନ୍ତ୍ରାଳୟ ତରଫରୁ ୨୨ ଚ୍ୟାନେଲକୁ ବ୍ୟାନ କରାଯାଇଥିବା ଜଣାଯାଇଛି  ।  ଏହା ମଧ୍ୟରେ ପାକିସ୍ତାନର ଚାରିଟି ୟୁଟ୍ୟୁବ ନ୍ୟୁଜ ଚ୍ୟାନେଲ ବି ଅଛନ୍ତି  ।  ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟୋକ୍ତି ଦିଆଯାଇଛିଯେ ଏହି ଚ୍ୟାନେଲ ଗୁଡିକ ଜରିଆରେ ହିଁ ଭାରତ ବିଷୟରେ ମିଛ ତଥା ଭୁଲ ତଥ୍ୟ ପ୍ରଘଟ କରାଯାଇ ଆସୁଥିଲା  ।

ମନ୍ତ୍ରାଳୟ ପକ୍ଷରୁ ଏହା ମଧ୍ୟ କୁହାଯାଇଛିକି, ଭାରତର ରାଷ୍ଟ୍ରୀୟ ସୁରକ୍ଷା, ଭାରତର ପଡୋଶୀ ରାଷ୍ଟ୍ର ମାନଙ୍କ ସହିତ ସମ୍ପର୍କ ଆଦି ବାବଦରେ ମିଛ ତଥା ଭୁଲ ତଥ୍ୟ ପ୍ରଘଟ କରାଯାଇ ଆସୁଥିଲା  । କହିରଖିବା ଉଚିତ ହେଵକି ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ଏହା ବ୍ୟତୀତ ଚାରିଟି ଟ୍ୱିଟର ଆକାଉଣ୍ଟ , ଗୋଟେ ଫେସବୁକ ଆକାଉଣ୍ଟ ଓ ଗୋଟିଏ ନ୍ୟୁଜ ୱେବସାଇଟ ଉପରେ ପ୍ରତିବନ୍ଧ ଲଗାଯାଇ ସାରିଛି  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.