Below header

୨୮ ପ୍ରତିଶତ ୟୁଜର୍ସ ଛାଡି ପାରନ୍ତି WhatsApp !

WhatsAppର ନୂଆ ପଲିସୀ ଏହାର ୟୁଜର୍ସ ମାନଙ୍କୁ ଯେମିତି ଅଡୁଆରେ ପକେଇ ଦେଇଛି । ତେଣୁ କମ୍ପାନୀ ଚାହୁଁଛିକି ଏହାର ୟୁଜର ମାନେ ଏହାର ସମସ୍ତ ପଲିସି ଗୁଡିକୁ ଥରେ ଭଲ ଭାବେ ପଢିନିଅନ୍ତୁ ଓ ବୁଝିନିଅନ୍ତୁ । ନୂଆ ପଲିସିକୁ ଲାଗୁ କରିବା ତାରିଖକୁ ଘୁଞ୍ଚାଇବା ମାମଲାର ଶୁଣାଣି ଅନେକ ଥର କମ୍ପାନୀ ସପକ୍ଷରେ ହିଁ ରହିଆସିଛି । WhatsApp ଦ୍ୱାରା ନୂଆ ପଲିସି ଜାରି ହେବା ପରେ ଏହି ସୋସିଆଲ ମିଡ଼ିଆ ପ୍ରତି ଲୋକଙ୍କ ମତାମତ ବି କିଛିଟା ବଦଳିବାରେ ଲାଗିଛି । ୪୯ ପ୍ରତିଶତ ୟୁଜର୍ସ ଏହା ଉପରେ ଅସନ୍ତୋଷ ଥିବା ବେଳେ ୪୫ ପ୍ରତିଶତ ୟୁଜର୍ସ ଏହା ଉପରେ କେବେ ବି ଭରସା ନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଯେବେକି ୩୫ ପ୍ରତିଶତ ୟୁଜର୍ସ, କମ୍ପାନୀ ସେମାନଙ୍କ ବିଶ୍ୱାସ ଭାଙ୍ଗିଥିବା ନେଇ କହିଛନ୍ତି ।

ଏକ ରିସର୍ଚ୍ଚ ରିପୋର୍ଟ ଅନୁଯାୟୀ, WhatsApp ଓ ଫେସବୁକ ମେସେଞ୍ଜରର ଅଧିକାଂଶ ୟୁଜର ଥାର୍ଡ ପାର୍ଟି ସର୍ଭରରେ ସ୍ତର କରାଯାଇଥିବା ଚାର୍ଟସକୁ ନେଇ ଚିନ୍ତିତଥାନ୍ତି । ୫୦ ପ୍ରତିଶତରୁ ଅଧିକ ସଂଖ୍ୟକ ବ୍ୟବହାରକାରୀଙ୍କୁ ପ୍ରତି ଦିନ ସ୍ପାମ ମେସେଜ ମିଳୁଥିବା ନେଇ ଅଭିଯୋଗ ମଧ୍ୟ ଆସୁଛି । ଆଉ କିଛି ଜଣଙ୍କୁ ତ ଅଜଣା ନମ୍ବରରୁ ସନ୍ଦିଗ୍ଧ ମେସେଜ ମାନ ଆସୁଥିବା ନେଇ ଅଭିଯୋଗ ଆସୁଛି ।

ଟେଲିଗ୍ରାମ ଓ ସିଗ୍ନାଲ ଆପକୁ ସିଫ୍ଟ ହେଉଛନ୍ତି ୟୁଜର:  

ଫିସିଙ୍ଗ ଆଟାକ ପାଇଁ WhatsApp ହ୍ୟାକର୍ସ ମାନଙ୍କର ସବୁଠାରୁ ପସନ୍ଦର ପ୍ଲାଟ୍ଫର୍ମ । ଟେଲିଗ୍ରାମରେ ଫିସିଙ୍ଗ ଆଶଙ୍କା ୨୮ ପ୍ରତିଶତ ଥିବା ବେଳେ WhatsAppରେ ଫିସିଂ ହେବା ଆଶଙ୍କା ୫୨  ପ୍ରତିଶତ ଅଛି ବୋଲି ବ୍ୟବହାରକାରୀ ମାନେ ନିଜ ବୟାନରେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.