ଗର୍ଲଫ୍ରେଣ୍ଡକୁ ଭେଟିବାକୁ ବାବା ବେଶରେ ଆସିଥିଲେ ପ୍ରେମିକ, ପିଲା ଚୋର ସନ୍ଦେହରେ ନିର୍ଦ୍ଧୁମ ଛେଚିଲେ ଲୋକେ

ଯାଜପୁର ରୋଡ : ଗର୍ଲଫ୍ରେଣ୍ଡକୁ ଭେଟିବାକୁ ବାବା ବେଶରେ ଆସିଥିଲେ । ହେଲେ ପ୍ରେମିକାକୁ ଭେଟିବା ଆଶା ଅଧାରେ ରହିଗଲା । ପିଲା ଚୋର ସନ୍ଦେହରେ ତାଙ୍କୁ ସ୍ଥାନୀୟ ଲୋକ କାବୁ କଲେ । ଆଉ ଏହାପରେl ଖୋଲିଲା ନକଲି ବାବାଙ୍କ ଗୁମର । ଯାଜପୁର ରୋଡ ଥାନା ଫେରୋକ୍ରୋମ ଗେଟ କଲୋନୀ ନିକଟରେ ଘଟିଛି ଏଭଳି ରୋଚକ ଘଟଣା।

ଅଟକ ବାବା ବେଶଧାରୀ ପ୍ରେମିକକୁ ସ୍ଥାନୀୟ ଲୋକ ପୋଲିସର ଜିମା ଦେଇଛନ୍ତି । ପ୍ରେମିକକୁ ଅଟକ ରଖି ପଚରାଉଚୁରା କରୁଛି ପୋଲିସ। ଅନୁଗୁଳ ଅଞ୍ଚଳର ଯୁବକ ଜଣକଙ୍କ ପ୍ରେମକୁ ପ୍ରେମିକାର ପରିବାର ଲୋକେ ସ୍ୱୀକାର କରୁନଥିଲେ । ଫଳରେ ପ୍ରେମିକାକୁ ଭେଟିବାକୁ ଯାଜପୁର ରୋଡକୁ ବାବା ବେଶରେ ଯାଇଥିଲେ ପ୍ରେମିକ । ତେବେ ଅପରିଚିତ ବାବାଙ୍କୁ ଦେଖି ସ୍ଥାନୀୟ ଲୋକେ ପିଲାଚୋର ସନ୍ଦେହରେ କାବୁ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.