ଆଉ ଏକ କରୋନା ଟିକା ପ୍ରସ୍ତୁତ କରୁଛି ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌, ନାଁ ରହିଛି CovaVax

ନୂଆଦିଲ୍ଲୀ: ଭାରତ ଓ ସାରା ବିଶ୍ୱ ପାଇଁ ଅକ୍ସଫୋର୍ଡର କରୋନା ଭ୍ୟାକ୍‌ସିନ୍‌ କୋଭିସିଲ୍ଡ ଉତ୍ପାଦନ କରିଥିବା ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଆଉ ଏକ କରୋନା ଭ୍ୟାକ୍‌ସିନ୍‌ ଉତ୍ପାଦନ କରୁଛି। ଆସନ୍ତା ଜୁନ୍‌ରେ ଏହି ଭ୍ୟାକ୍‌ସିନ୍‌ ଲଞ୍ଚ୍‌ ହୋଇପାରେ। ଏ ନେଇ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ର ସିଇଓ ସୂଚନା ଦେଇଛନ୍ତି।

ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ର ସିଇଓ ଅଦାର ପୁନାବାଲା ଶନିବାର କହିଛନ୍ତି, ଭ୍ୟାକ୍‌ସିନ୍‌ ତିଆରି କରୁଥିବା ଆଉ ଏକ କମ୍ପାନୀ Novavax ସହ ତାଙ୍କର ଡିଲ୍‌ ହୋଇଛି ଓ ଉକ୍ତ ଭ୍ୟାକ୍‌ସିନ୍‌ର ରେଜଲ୍ଟ ମଧ୍ୟ ବେଶ୍‌ ଭଲ ରହିଛି। ପୁନାବାଲା କହିଛନ୍ତି, ସେ ଭାରତରେ ବି ଉକ୍ତ ଭ୍ୟାକ୍‌ସିନ୍‌ର ଟ୍ରାଏଲ ପାଇଁ ଆବେଦନ କରିଛନ୍ତି ଓ ଆଶା କରିଛନ୍ତି, ନୂଆ ଭ୍ୟାକ୍‌ସିନ୍‌ CovaVax ଆସନ୍ତା ଜୁନ୍‌ରେ ହିଁ ଲଞ୍ଚ୍‌ ହେବ।

ସୂଚନାଯୋଗ୍ୟ ଯେ, ଭାରତରେ ଏବେ ଯାଏଁ କରୋନାର ୨ଟି ଭ୍ୟାକ୍‌ସିନ୍‌କୁ ମଞ୍ଜୁରୀ ମିଳିଛି। ପ୍ରଥମ ଭ୍ୟାକ୍‌ସିନ୍‌ CoviShield, ଯାହାର ଉତ୍ପାଦନ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ କରୁଛି। ସେହିପରି ଅନ୍ୟ ଭ୍ୟାକ୍‌ସିନ୍‌ Covaxinକୁ ଭାରତ ବାୟୋଟିକ୍‌ ତିଆରି କରିଛି। ଭାରତରେ ଏହି ଦୁଇଟି ଭ୍ୟାକ୍‌ସିନ୍‌ ମାଧ୍ୟମରେ ଟିକାକରଣ ଆରମ୍ଭ ହୋଇସାରିଛି। ଭାରତ ବ୍ୟତୀତ ଦୁନିଆର କେତେକ ଅନ୍ୟ ଦେଶରେ ମଧ୍ୟ ଏହି ଟିକାଦାନ ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.