ପୁରୀରୁ ଚିଲିକା ପର୍ଯ୍ୟନ୍ତ ବେଳାଭୂମିରେ କୋଷ୍ଟାଲ ଟ୍ରେକିଙ୍ଗ୍‌, ୩୦ କିଲୋମିଟର ପଦଯାତ୍ରାରେ ବାହାରିଛନ୍ତି ୮୦ରୁ ଅଧିକ ପ୍ରକୃତିପ୍ରେମୀ

ପୁରୀ: ପୁରୀରୁ ଚିଲିକା ପର୍ଯ୍ୟନ୍ତ ବେଳାଭୂମିରେ କୋଷ୍ଟାଲ ଟ୍ରେକିଙ୍ଗ୍‌ । ୩୦ କିଲୋମିଟର ବେଳାଭୂମିରେ ପଦଯାତ୍ରାରେ ବାହାରିଛନ୍ତି ୮୦ରୁ ଅଧିକ ପ୍ରକୃତିପ୍ରେମୀ । ବେଳାଭୂମି ଓ ଅଲିଭ୍‌ ରିଡଲେଙ୍କ ସୁରକ୍ଷା ବାର୍ତ୍ତା ନେଇ ପଦଯାତ୍ରା ବାହାରିଛି ।

ପ୍ରକୃତିପ୍ରେମୀ ଚିଲିକାର ଧଳାବାଲି ମୁହାଣ ଅଭିମୁଖେ ବାହାରିଛନ୍ତି । ଭୁବନେଶ୍ୱର ସାଇକେଲିଂ କ୍ଲବ ଓ ଓଡ଼ିଶା ଇକୋ ଟୁରିଜିମ୍‌ ଫାଉଣ୍ଡେସନ ପକ୍ଷରୁ ୮୦ ପଦଯାତ୍ରୀ ବାହାରିଛନ୍ତି । ସେମାନଙ୍କ ମଧ୍ୟରେ ୩୫ ଜଣ ମହିଳା ଓ ଛାତ୍ରଛାତ୍ରୀ ଅଛନ୍ତି । ବରିଷ୍ଠ ଆଇପିଏସ୍‌ ଅଧିକାରୀ ସଞ୍ଜୀବ ପଣ୍ଡାଙ୍କ ନେତୃତ୍ୱରେ ପଦଯାତ୍ରା ବାହାରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.