Below header

ଏବେ ଏକାସାଙ୍ଗରେ ୩୨ ଜଣଙ୍କୁ କରିପାରିବେ ଭିଡିଓ କଲିଂ, Google Duo ଆଣିଛି ଏପରି ସୁବିଧା

ମଇ ମାସ ଆରମ୍ଭରୁ ଗୁଗଲ ଡୁଓର େଓ୍ଵବ ଭର୍ସନରେ ଭିଡିଓ କଲିଂର ସୁବିଧା ଦେବା ପାଇଁ ଘୋଷଣା କରିଥିଲା। କିନ୍ତୁ ଏବେ କମ୍ପାନୀ ଗୁଗଲ ଡୁଓ େଓ୍ଵବ ଭର୍ସନରେ ଗ୍ରୁପ କଲିଂ କରିବାର ସୀମା ବଢାଇବା ପାଇଁ ଘୋଷଣା କରିଛି। ଗୁଗଲ ଡୁଓରେ ଏବେ ଏକାସହିତ ୩୨ ଜଣ ଲୋକଙ୍କୁ ଗ୍ରୁପ୍‌ କଲିଂ କିମ୍ବା ଭିଡିଓ କନଫରେନ୍ସି କରିପାରିବେ। ଗୁଗଲ ଏହି ନୂଆ ଫିଚର ବିବରଣୀ ଟ୍ଵିଟର ଜରିଆରେ ଜଣାଇଛି।

୩୨ ଲୋକଙ୍କ ସହିତ କଲିଂର ସହିତ ଗୁଗଲ ଡୁଓରେ ଫ୍ୟାମିଲି ମୋଡ ମଧ୍ୟ ଆଣିଛି। ଏହା ବିଷୟରେ ଗୁଗଲର ବରିଷ୍ଠ ପ୍ରଡକ୍ଟ ଏବଂ ଡିଜାଇନ ଡାଇରେକ୍ଟର ସନାଜ ଅହାରୀ ଲେମେଲସନ୍‌ ଟ୍ଵିଟ କରି ଜଣାଇଛନ୍ତି। ନୂଆ ଅପଡେଟ୍‌ ଖୁବଶୀଘ୍ର ଗୁଗଲ କ୍ରୋମ ପାଇଁ ଜାରି କରାଯିବ।

duo

କରୋନା ସଂକ୍ରମଣ ଯୋଗୁଁ ଲୋକେ ଘରେ ବସି କାମ କରୁଛନ୍ତି। ଏମିତିରେ ଅଫିସର ସବୁ ମିଟିଂ, କ୍ଲାସ୍‌ ଅନଲାଇନରେ ଚାଲିଛି। ଏଥିରେ ଜୁମ୍‌ ଭିଡିଓ କଲିଂ ଆପକୁ ସବୁଠାରୁ ଅଧିକ ଫାଇଦା ମିଳିଥିଲା। ଏହା ପରେ ଗୁଗଲ ପକ୍ଷରୁ ଗୁଗଲ ମିଟ୍‌ କଲିଂ ସମସ୍ତଙ୍କ ପାଇଁ ଫ୍ରି କରିଦେଇଥିଲା। ଏହା ପୂର୍ବରୁ ଜିସୁଟ୍‌ ୟୁଜର୍ସଙ୍କ ପାଇଁ ଏହା କେବଳ ଥିଲା। ଏବେ ଗୁଗଲ ମିଟ୍‌ରେ ୨୫୦ ଲୋକ ଫ୍ରିରେ ଭିଡିଓ କଲିଂ କରିପାରୁଛନ୍ତି। ଗୁଗଲ ଡୁଓର ମୁକାବିଲା ଜୁମ୍‌, ଫେସବୁକ ମେସେଞ୍ଜର ରୁମ, ସ୍କାଇପ ଏବଂ ହ୍ଵାଟସଆପ୍‌ ଭଳି ଆପ୍‌ ସହିତ ଟକ୍କର ହେବ। ଏହା ସହିତ ହ୍ଵାଟସ୍‌ଆପ୍‌ରେ ୮ ଜଣ ଲୋକଙ୍କୁ ଭିଡିଓ କଲ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.