Below header

ଖୁବ ଶୀଘ୍ର ମ୍ୟୁଜିକ ଇଣ୍ଡଷ୍ଟ୍ରିରୁ ବି ଆସିପାରେ ଆତ୍ମହତ୍ୟା ଜନିତ ଖବର ! ଏମିତି ଏକ ବୟାନ ଦେଇଛନ୍ତି ଗାୟକ ସୋନୁ ନିଗମ

ବଲିଉଡ଼ର ଯୁବ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ପରେ ଫିଲ୍ମ ଇଣ୍ଡଷ୍ଟ୍ରି ସହିତ ଜଡିତ ଥିବା ଅନେକ ବ୍ୟକ୍ତି ପରିବାରବାଦ ହେଉଥିବା ନେଇ ସ୍ୱର ଉଠାଇଛନ୍ତି । ଏମିତିକି ବଲିଉଡର ପ୍ରସିଦ୍ଧ ଗାୟକ ସୋନୁ ନିଗମ ବି ଏନେଇ ନିଜ ଇନ୍ଷ୍ଟଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓ ଟିରେ ସୋନୁ କହିଛନ୍ତିକି, ସୁଶାନ୍ତଙ୍କ ଆତ୍ମହତ୍ୟା ଖବର ନେଇ ସବୁଠି ଚର୍ଚ୍ଚା ଜୋର ଧରିଛି । ମ୍ୟୁଜିକ ଇଣ୍ଡଷ୍ଟ୍ରିରେ ବର୍ତ୍ତମାନ ସମୟରେ ଯେଉଁ ପ୍ରକାର ମାଫିଆ ସକ୍ରିୟ ରହିଛନ୍ତି, ଖୁବ ଶୀଘ୍ର ଏଠାରୁ ବି ଏକ ଆତ୍ମହତ୍ୟା ଜନିତ ଖବର ସାମ୍ନାକୁ ଆସିପାରେ । ପାଖାପାଖି ସାଢେ ୭ ମିନିଟର ଏହି ଭିଡିଓ ଟିରେ ସୋନୁ କହିଛନ୍ତିକି, ଜଣେ ଦୁଇ ଜଣ ମ୍ୟୁଜିକ ଇଣ୍ଡଷ୍ଟ୍ରିକୁ ଏକ ପ୍ରକାର କବ୍ଜା କରି ନେଇଛନ୍ତି । ଅସଲରେ ସେହିମାନେ ହିଁ କିଏ ଫିଲ୍ମ ଗୀତ ଗାଇବେ ନ ଗାଇବେ ସେ ନେଇ ନିଷ୍ପତ୍ତି ନିଅନ୍ତି । ଭିଡିଓ ଟିର ଆରମ୍ଭରୁ ଅବଶ୍ୟ ସେ ଚୀନ ସହ ସଂଘର୍ଷ ବେଳେ ସହିଦ ହୋଇଥିବା ୨୦ ଜଣ ଭାରତୀୟ ଯବାନଙ୍କ ପ୍ରତି ମଧ୍ୟ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

sonu nigam

ସମସ୍ତଙ୍କ ଉଦ୍ଦେଶ୍ୟରେ ଏହା ମଧ୍ୟ କହିଛନ୍ତିକି, “ସମସ୍ତଙ୍କୁ ଶୁଭ ସକାଳ ଓ ନମସ୍କାର । ମୁଁ ଅନେକ ଦିନ ହେବ ବିଲଗ କରିନାହିଁ । ବର୍ତ୍ତମାନ ପରିସ୍ଥିତିରେ ପୂରା ଭାରତ ଏକ ପ୍ରକାର ଚାପ ଗ୍ରସ୍ଥ ପରିସ୍ଥିତି ଦେଇ ଗତି କରୁଛି । ସୁଶାନ୍ତ ସିଂହଙ୍କ ଆତ୍ମହତ୍ୟା ଦେଶ ବାସୀଙ୍କୁ ଯେମିତି ଏକ ପ୍ରକାର ହଲେଇ ଦେଇଛି । ଜଣେ ଅତ୍ୟନ୍ତ ନିଷ୍ଠୁର ବ୍ୟକ୍ତିଙ୍କ ଉପରେ ହୁଏତ ଏହାର କୌଣସି ପ୍ରଭାବ ପଡିନପାରେ । ସୁଶାନ୍ତଙ୍କ ଆତ୍ମହତ୍ୟା ସହିତ ୨୦ ଜଣ ଭାରତୀୟ ଯବାନଙ୍କ ସହିଦ ଉଭୟ ଘଟଣା ଖୁବ ଦୁଃଖଦାୟକ । ମୁଁ ଦୁଇଟି ଯାକ ଘଟଣାକୁ ସହଜରେ ଗ୍ରହଣ କରି ପାରୁନାହିଁ । ଏବେକା ପରିସ୍ଥିତିରେ ମଣିଷ ହିଁ ଅନ୍ୟ ଏକ ମଣିଷର ଶତ୍ରୁ ପାଲଟିଛି । ଏହି ଘଟଣା ଗୁଡିକୁ ବୁଝାମଣା ସହିତ ମଧ୍ୟ ସମାଧାନ କରାଯାଇପାରିବ । ବୁଝାମଣା ନେଇ ଭାରତ ଏକ ପ୍ରକାର ପ୍ରସ୍ତୁତ ଥିବା ବେଳେ ପ୍ରତିପକ୍ଷ କିନ୍ତୁ ଏଥିରେ ସହମତି ପ୍ରକାଶ କରୁନାହିଁ ।”

ଭିଡିଓ ଟି ଜରିଆରେ ସୋନୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତିକି, ଆଜି ସୁଶାନ୍ତ ପ୍ରାଣ ହରାଇଛନ୍ତି । କାଲି ହୁଏତ ମ୍ୟୁଜିକ ଇଣ୍ଡଷ୍ଟ୍ରିର ଆଉ ଜଣେ ଗାୟକ କିମ୍ବା ଗୀତିକାର କିମ୍ବା କମ୍ପୋଜରଙ୍କ ବାବଦରେ ବି ଆପଣ ଏପରି ସମ୍ବାଦ ଶୁଣିପାରନ୍ତି । କାରଣ ଦୁର୍ଭାଗ୍ୟ ବଶତଃ ଆଜିକା ସମୟରେ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଅଧିକ ମାଫିଆ ମ୍ୟୁଜିକ ଇଣ୍ଡଷ୍ଟ୍ରିରେ ମହଜୂତ ଅଛନ୍ତି । କାରଣ ଏବେକା ସମୟରେ କଳାକୁ ଏକ ପ୍ରକାର ବ୍ୟବସାୟ କରିସାରିଲେଣି । ସୋନୁଙ୍କୁ ଅନୁଯାୟୀ ସେ ଖୁବ ଭାଗ୍ୟବାନ ଥିଲେକି, ଖୁବ କମ ବୟସରେ ହିଁ ସେ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ । କିନ୍ତୁ ନୂଆ କରି ପାଦ ରଖୁଥିବାଙ୍କ ପାଇଁ ହୁଏତ ଏହା ଖୁବ ମୁସ୍କିଲ ହୋଇପାରେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.