Nokiaର ଏହି ଧାଁସୁ ଫୋନ୍‌ ଉପରେ ୪୦୦୦ ଟଙ୍କା ଡିସ୍‌କାଉଣ୍ଟ! ଜାଣନ୍ତୁ ନୂଆ ଦାମ୍‌

ଯଦି ଆପଣ ଶସ୍ତା ସ୍ମାର୍ଟଫୋନ୍‌ କିଣିବାକୁ ଚାହୁଁଛନ୍ତି, ତା’ହେଲେ ଆଉ ଡେରି ନ କରି ନୋକିଆ ଚୟନ କରନ୍ତୁ। କାରଣ, ନୋକିଆ ଦେଉଛି ଆପଣଙ୍କୁ ଶାନ୍‌ଦାର ମଉକା। ନୋକିଆ ନିଜ Nokia 4.2 ସ୍ମାର୍ଟଫୋନ୍‌ ଉପରେ ୩୯୯୦ ଟଙ୍କାର ଡିସ୍‌କାଉଣ୍ଟ ଅଫର୍‌ ଆଣିଛି। ଏହି ଅଫର୍‌ରେ ଆପଣ ୩ଜିବି ର‍୍ୟାମ୍‌ ଏବଂ ୩୨ଜିବି ଷ୍ଟୋରେଜ୍‌ ମଡେଲକୁ ମାତ୍ର ୬୯୯୯ ଟଙ୍କାରେ କିଣିପାରିବେ। ଏଥିପାଇଁ ଆପଣଙ୍କୁ ଅନ୍‌ଲାଇନ ଶପିଂ ସାଇଟ୍‌ ‘Amazon’କୁ ଯିବାକୁ ହେବ।

n11

ଏହାଛଡ଼ା ଫୋନ୍‌ ଉପରେ ଆଇସିଆଇସିଆଇ ବ୍ୟାଙ୍କର କ୍ରେଡିଟ୍‌ କାର୍ଡଧାରୀଙ୍କୁ ୧୫୦୦ ଟଙ୍କା ପଯ୍ୟର୍ନ୍ତ ଇନ୍‌ଷ୍ଟାଣ୍ଟ ଡିସ୍‌କାଉଣ୍ଟ ଦିଆଯାଉଛି। ଠିକ୍‌ ଏହି ସୁବିଧା ଡେବିଟ୍‌ କାର୍ଡଧାରୀଙ୍କୁ ବି ଦିଆଯାଉଛି। ଲଞ୍ଚିଂ ବେଳେ କମ୍ପାନୀ ଏହି ଫୋନ୍‌ର ଦାମ୍‌ ୧୦,୯୯୦ ଟଙ୍କା ରଖିଥିଲା।

ଫୋନ୍‌ର ସ୍ପେସିଫିକେଶନ

Nokia 4.2 ଫୋନ୍‌ରେ ୫.୭୧ ଇଞ୍ଚ୍‌ର HD+ ଫୁଲ୍‌ ଭ୍ୟୁ ଡିସ୍‌ପ୍ଲେ ମିଳିଥାଏ। ଡିସ୍‌ପ୍ଲେରେ Waterdrop notch ଦିଆଯାଇଛି। ଏଥିରେ Octacore Snapdragon 439 processor ମଧ୍ୟ ମିଳିଥାଏ।

n33

ସେହିପରି ଡୁଆଲ ରିୟର କ୍ୟାମେରା ସେଟ୍‌ଅପ ରହିଛି। ରିୟର କ୍ୟାମେରାରେ ୧୩ ମେଗାପିକ୍ସଲର ପ୍ରାଇମେରୀ ସେନ୍ସର ଏବଂ ୨ ମେଗାପିକ୍ସଲର ସେକେଣ୍ଡାରୀ ସେନ୍ସର ଆପଣ ପାଇପାରିବେ। ସେଲ୍ଫି ପାଇଁ ଏଥିରେ ୮ ମେଗାପିକ୍ସଲର ଫ୍ରଣ୍ଟ କ୍ୟାମେରା ଦିଆଯାଇଛି। ଏହି ୪ଜି ଫୋନ୍‌ରେ 3000mAhର ବ୍ୟାଟେରୀ ସହିତ ପଛପାର୍ଶ୍ୱରେ ଫିଙ୍ଗରପ୍ରିଣ୍ଟ ସ୍କାନର ମଧ୍ୟ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.