କ୍ୟୁ-ନେଟ୍ ସଂସ୍ଥାରେ ଟଙ୍କା ଲଗାଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ! କ୍ରାଇମ୍ବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ଜାରି କଲା ଆଡଭାଇଜରୀ
ନୂଆଦିଲ୍ଲୀ: ସାବଧାନ ! ଆପଣ କ୍ୟୁ-ନେଟ୍ ସଂସ୍ଥାରେ ଟଙ୍କା ଲଗାଉଛନ୍ତି କି ? ଏହା ଏକ ଠକ ସଂସ୍ଥା ବୋଲି ସୂଚନା ଦେଇଛି କ୍ରାଇମ୍ବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା । ଲୋକଙ୍କୁ ସଚେତନ କରିବା ପାଇଁ ଏକ ଆଡଭାଇଜରୀ ଜାରି କରାଯାଇଛି । ହଂକଂର କ୍ୟୁ-ନେଟ୍ ନାମକ ସଂସ୍ଥା ବିଭିନ୍ନ ଦେଶରେ ଶାଖା ଖୋଲି ଲୋକଙ୍କୁ ଠକୁଛି । ଏହି ସଂସ୍ଥା ଚେନ୍ ମାର୍କେଟିଂରେ କାମ କରୁଛି ।
ବଡ଼ ବଡ଼ ହୋଟେଲ ଓ ସିସିଡି ଆଦି ସ୍ଥାନରେ ବୈଠକ କରାଯାଉଛି । ଏଥିରେ ଟଙ୍କା ଲଗାଇଲେ ବୁଡିବ ନାହିଁ, କମ୍ ଦିନରେ ଅର୍ଥ ଦୁଇ ଗୁଣ ହେବ ବୋଲି ସଂସ୍ଥା ପକ୍ଷରୁ କୁହାଯାଉଛି । ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ସଂସ୍ଥା ବିଭିନ୍ନ ସମୟରେ ନିବେଶକାରୀଙ୍କୁ ବିଦେଶ ବୁଲାଇ ନେଉଛି । ଚିଟ୍ଫଣ୍ଡ ସଂସ୍ଥା ଭଳି କାମ କରୁଛି ଏହି ସଂସ୍ଥା । ତେଣୁ ଏଥିରେ ଅର୍ଥ ବିନିଯୋଗ ନକରିବା ପାଇଁ କ୍ରାଇମ୍ବ୍ରାଞ୍ଚ ଆଡଭାଇଜରି ଜାରି କରିଛି ।