ଏବେ ଘରୁ ଟ୍ରେନ୍‌ ଯାଏଁ ଜିନିଷ ପତ୍ର ବୋହିନେବ ରେଳବିଭାଗ, ଖୁବ୍‌ଶୀଘ୍ର ଲାଗୁ ହେବାକୁ ଯାଉଛି ଏହି ନୂଆ ସୁବିଧା

ତେଜସ୍‌ ଏକ୍ସପ୍ରେସ୍‌କୁ ଭଲ ରେସପନ୍ସ ମିଳିବା ପରେ ଏବେ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍‌ କର୍ପୋରେସନ୍‌ (IRCTC) ଏକ ନୂଆ ସେଗ୍‌ମେଣ୍ଟ ଆରମ୍ଭ କରିବାକୁ ଯାଉଛି। ହମ୍‌ସଫର ଏକ୍ସପ୍ରେସ୍‌ ରୁଟ୍‌ରେ କେବଳ ୩ ଏସି କୋଚ୍‌ ଟ୍ରେନ୍‌ ଇନ୍ଦୋରରୁ ବାରଣାସୀ ଯାତ୍ରା କରିବ। ରେଳ ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ରେଲୱେ ଏହି ଟ୍ରେନ୍‌ରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ କେତେକ ସ୍ୱତନ୍ତ୍ର ସୁବିଧା ଯୋଗାଇଦେବାକୁ ଯୋଜନା କରୁଛି।

Today (17 January 2020), Rail Minister Piyush Goyal will flag off the country's second private train Tejas Express running on the Mumbai-Ahmedabad route (Ahmedabad to Mumbai).

ବର୍ତ୍ତମାନ ଟ୍ରେନ୍‌ରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ନିଜ ଜିନିଷପତ୍ର ନିଜେ ବୋହି ଆଣିବାକୁ ପଡ଼ୁଥିବା ବେଳେ ଏହି ଟ୍ରେନ୍‌ରେ ପାସେଞ୍ଜରଙ୍କ ସାମାନ ରେଳ ବିଭାଗ ଟ୍ରେନ୍‌ ପର୍ଯ୍ୟନ୍ତ ଆଣିବାକୁ ଯୋଜନା ଚାଲିଛି। କିନ୍ତୁ ଏଥିପାଇଁ ଆପଣଙ୍କ ଟିକେଟ୍‌ କନ୍‌ଫର୍ମ ହୋଇଥିବା ଆବଶ୍ୟକ। ଏହି ଯୋଜନା ଅନ୍ତର୍ଗତ ଟ୍ରେନ୍‌ରୁ ଓହ୍ଲାଇବା ପରେ ମଧ୍ୟ ଯାତ୍ରୀଙ୍କ ଜିନିଷ ଘରେ ପହଞ୍ଚାଇବା ଦାୟିତ୍ୱ ରେଳ ବିଭାଗ ନେବ ବୋଲି ଜଣାଯାଇଛି। ତେବେ ଏହି ସୁବିଧା ଖୁବ୍‌ କମ୍‌ ମୂଲ୍ୟରେ ରେଳ ବିଭାଗ ଯୋଗାଇଦେବ। ଏହି ନୂତନ ସେବା ପାଇଁ ୭ରୁ ୧୦ ପ୍ରତିଶତ ଅଧିକ ଖର୍ଚ୍ଚ ହେବ ବୋଲି ଅନୁମାନ କରାଯାଉଛି।

ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ କମ୍ପାନୀମାନଙ୍କ ସହ କଥାବାର୍ତ୍ତା ଚାଲିଛି। ଯଦି ଏହି ଯୋଜନା ଆରମ୍ଭ ହୁଏ ତେବେ ବରିଷ୍ଠ ନାଗରିକ ଓ ଏକୁଟିଆ ଯାତ୍ରା କରୁଥିବା ମହିଳା ଅଧିକ ଲାଭବାନ୍‌ ହେବେ। ସେମାନଙ୍କୁ ଆଉ ଯାତ୍ରା ବେଳେ ଜିନିଷପତ୍ର ଉଠାଉଠି ନେଇ ଚିନ୍ତା କରିବାକୁ ପଡ଼ିବ ନାହିଁ।

Image result for indian railhumsafar-express-timetable-route-fare-irctc-kashi-mahakal-express-third-private-train-indore-varanasi-route

ସୂଚନାଯୋଗ୍ୟ ଯେ IRCTC ଦେଶର ପ୍ରଥମ ପ୍ରାଇଭେଟ୍‌ ଟ୍ରେନ୍‌ ଲକ୍ଷ୍ମୌ-ଦିଲ୍ଲୀ ତେଜସ୍‌ ଏକ୍ସପ୍ରେସ୍‌ ଓ ଅହମ୍ମଦାବାଦ-ମୁମ୍ମାଇ ତେଜସ୍‌ ଏକ୍ସପ୍ରେସ୍‌ର ସଞ୍ଚାଳନ କରୁଛନ୍ତି। ଏବେ ଇନ୍ଦୋର-ବାରଣାସୀ ରୁଟ୍‌ରେ IRCTC ତୃତୀୟ ପ୍ରାଇଭେଟ୍‌ ଟ୍ରେନ୍‌ ଚଳାଚଳ ଆରମ୍ଭ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.