କୁକୁର ଓ ବିଲେଇ ଭାଷାକୁ ବୁଝିବାରେ ସାହାଯ୍ୟ କରିବ AI, ଖୁବଶୀଘ୍ର ଆସୁଛି ନୂଆ ଟେକ୍ନୋଲୋଜି

ଯଦି ଆପଣ ପୋଷା ଜୀବଙ୍କର ସମସ୍ତ କଥାକୁ ବୁଝି ପାରିବେ ତେବେ ସେମାନେ ଆପଣଙ୍କୁ ଅନେକ ବିପଦରୁ ରକ୍ଷା କରି ପାରିବେ । କିନ୍ତୁ ପେଟ୍‌ ଆନିମାଲ୍‌ଙ୍କ ସମସ୍ୟା ହେଉଛି ଯେ ସେମାନେ ଅନେକ ପ୍ରକାରର ଏକ୍ସପ୍ରେସନ୍‌ ଦିଅନ୍ତି ଏବଂ ସାମ୍ନାରେ ଥିବା ବ୍ୟକ୍ତିଙ୍କ ଅନୁସାରେ ସେମାନଙ୍କ ଏକ୍ସପ୍ରେସନ୍‌ ବଦଳିବାରେ ଲାଗେ ।

ଯଦି ଆପଣ ଜଣେ ପେଟ ଲଭର୍‌ ଏବଂ ଆପଣଙ୍କ ପାଖରେ ପୋଷା କୁକୁର କିମ୍ବା ବିଲେଇ ଅଛି ତେବେ ସେମାନେ କଣ କହିବାକୁ ଚାହୁଁଛନ୍ତି ଆପଣ ତାହା ନିଶ୍ଚିତ ଜାଣିବାକୁ ଚାହୁୁଁଥିବେ । କୁକୁରର ବହୁତ ବିଶ୍ୱସ୍ଥ । କୁକୁରମାନଙ୍କ ସମ୍ବନ୍ଧୀୟ ଅନେକ କାହାଣୀ ଆପଣ ଅନେକ ଥର ଶୁଣିଥିବେ । ଏପରି ପରିସ୍ଥିତିରେ, ଯଦି ଆପଣ ପୋଷା ଜୀବଙ୍କର ସମସ୍ତ କଥାକୁ ବୁଝି ପାରିବେ ତେବେ ସେମାନେ ଆପଣଙ୍କୁ ଅନେକ ବିପଦରୁ ରକ୍ଷା କରି ପାରିବେ । କିନ୍ତୁ ପେଟ୍‌ ଆନିମାଲ୍‌ଙ୍କ ସମସ୍ୟା ହେଉଛି ଯେ ସେମାନେ ଅନେକ ପ୍ରକାରର ଏକ୍ସପ୍ରେସନ୍‌ ଦିଅନ୍ତି ଏବଂ ସାମ୍ନାରେ ଥିବା ବ୍ୟକ୍ତିଙ୍କ ଅନୁସାରେ ସେମାନଙ୍କ ଏକ୍ସପ୍ରେସନ୍‌ ବଦଳିବାରେ ଲାଗେ । ଉଦାହରଣ ସ୍ୱରୂପ ଗୋଟିଏ କୁକୁର ଆପଣଙ୍କ ସାମ୍ନାରେ ଗୋଟିଏ ଏକ୍ସପ୍ରେସନ ଦେଉଥିବାବେଳେ ଅନ୍ୟ କୁକୁରଙ୍କୁ ଭିନ୍ନ ଏକ୍ସପ୍ରେସନ ଦେଇଥାଏ । ସେହିଭଳି ବିଲେଇମାନେ ମଧ୍ୟ ବିଭିନ୍ନ ଏକ୍ସପ୍ରେସନ ଦିଅନ୍ତି ।

ଦ ଗାର୍ଡିଆନର ଏକ ରିପୋର୍ଟ ଅନୁଯାୟୀ ଲିଙ୍କନ ୟୁନିଭର୍ସିଟିର ପ୍ରାଣୀ ଚିକିତ୍ସା ପ୍ରଫେସର ଡାନିଏଲ୍ ମିଲ୍ସ କହିଛନ୍ତି ଯେ AI ସାହାଯ୍ୟରେ ଆମେ ପଶୁମାନଙ୍କ ସହ ଭଲ କମ୍ୟୁନିକେସନ ସ୍ଥାପନ କରିପାରିବା । ସେ କହିଛନ୍ତି ଯେ AI ବିଭିନ୍ନ କ୍ଷେତ୍ରରେ ଲୋକଙ୍କ ସାହାଯ୍ୟ କରୁଥିବାବେଳେ ବର୍ତ୍ତମାନ ଏହା ଗୃହପାଳିତ ପଶୁମାନଙ୍କ କଥା ବୁଝିବା ପାଇଁ ବ୍ୟବହାର କରାଯାଇପାରିବ ଏବଂ ଆମେ ଆମର ପୋଷା ପଶୁମାନଙ୍କ କଥା ଭଲ ଭାବରେ ବୁଝିପାରିବା ।

ଡାନିଏଲ୍ ମିଲ୍ସଙ୍କ ରିସର୍ଚ୍ଚ ଦ ସାଇନ୍ସ ଡାଇରେକ୍ଟ ଜର୍ନାଲରେ ବିଲେଇମାନଙ୍କ ଫେସ୍‌ ଏକ୍ସପ୍ରେସନ ଉପରେ ଅନୁସନ୍ଧାନ କରାଯାଇଛି । ଏହି ରିସର୍ଚ୍ଚରେ କୁହାଯାଇଛି ଯେ ବିଲେଇମାନେ ଅନ୍ୟ ବିଲେଇମାନଙ୍କ ସହିତ କଥାବାର୍ତ୍ତା କରିବା ସମୟରେ ୨୭୬ ପ୍ରକାରର ଫେସ ଏକ୍ସପ୍ରେସନ୍‌ ଦେଖାଇଥାନ୍ତି । ଏଭଳି ପରିସ୍ଥିତିରେ ସେମାନଙ୍କ ଏକ୍ସପ୍ରେସନକୁ ବୁଝିବା କଷ୍ଟକର । ଲିଅନ୍ କଲେଜର ସହକାରୀ ମନୋବିଜ୍ଞାନ ପ୍ରଫେସର ଡାକ୍ତର ବ୍ରିଟାନି ଫ୍ଲୋର୍କିଓ୍ଵିକେଜ୍ କହିଛନ୍ତି ଯେ ବିଲେଇମାନେ ମଣିଷଙ୍କ ସହ ଭିନ୍ନ ପ୍ରକାରର କମ୍ୟୁନିକେସନ କରିଥାନ୍ତି । ଏହାର ଅର୍ଥ ସେମାନଙ୍କର ଶରୀରର ଭାଷା ଅଲଗା ।

ଡାକ୍ତର ବ୍ରିଟାନି କହିଛନ୍ତି ଯେ ଅନେକ ଫେସିଆଲ ଏକ୍ସପ୍ରେସନ ଥିବାରୁ ଆମେ ବିଲେଇ ଓ କୁକୁରଙ୍କ ଭାଷା ବୁଝି ପାରିନଥାଉ । ଏପରିସ୍ଥିତିରେ AI ମଣିଷକୁ ଅନେକ ମାତ୍ରାରେ ସାହାଯ୍ୟ କରିବ । ବର୍ତ୍ତମାନ ମିଲ୍ସ ଏବଂ ତାଙ୍କ ଟିମ୍‌ ଅନଲାଇନରେ ଥିବା ଗୃହପାଳିତ ପଶୁମାନଙ୍କ ଭିଡିଓରୁ ଏକ AI ସିଷ୍ଟମ ପ୍ରସ୍ତୁତ କରୁଛନ୍ତି ଯାହା କୁକୁର, ବିଲେଇ ଏବଂ ଘୋଡାମାନଙ୍କ କଥାବାର୍ତ୍ତାକୁ ବୁଝିବାରେ ଆମ ସମସ୍ତଙ୍କୁ ସାହାଯ୍ୟ କରିବ । ସେ କହିଛନ୍ତି ଯେ ସାଧାରଣ ଲୋକ ଏସବୁ ବ୍ୟବହାର ନକଲେ ମଧ୍ୟ ପ୍ରାଣୀ ସ୍ୱାସ୍ଥ୍ୟ କ୍ଷେତ୍ରରେ AI ସାହାଯ୍ୟ କରିପାରିବ। ମିଲ୍ସଙ୍କ ଟିମ୍‌ ଭିଡିଓ ମାଧ୍ୟମରେ AI ସିଷ୍ଟମକୁ ଟ୍ରେନ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.