AIRTELର 5-G ଟ୍ରାଏଲ ସ୍ପିଡ ୧.୨ଜିବି/ସେକେଣ୍ଡ; ଭାରତର ଦ୍ରୁତତମ ନେଟୱର୍କର ମାନ୍ୟତା

ଭାରତରେ ପ୍ରବେଶ କରିବାକୁ ଯାଉଛି ୫ଜି ଟେକ୍ନୋଲୋଜି । ଏଥିପାଇଁ ବିଭିନ୍ନ କମ୍ପାନୀ ପକ୍ଷରୁ ଟେଷ୍ଟିଂ ଆରମ୍ଭ କରାଯାଇଥିବା ବେଳେ ସୋମବାର ଏୟାରଟେଲ ମୁମ୍ବାଇରେ ଏହାର ୫ଜି ସେବାର ପରୀକ୍ଷଣ କରାଇଛି । କମ୍ପାନୀର ଏହି ଟ୍ରାଏଲରେ କମ୍ପାନୀ ନିଜର ସର୍ବୋତ୍ତମ ଡାଟା ସ୍ପିଡ ହାସଲ କରିଛି ।

ମୁମ୍ବାଇର ଲୋୟର ପରେଲ ଅଞ୍ଚଳରେ ଏୟାରଟେଲ ପକ୍ଷରୁ ଏହାର ଟ୍ରାଏଲ ଆରମ୍ଭ କରାଯାଇଥିଲା । ନୋକିଆର ୫ଜି ଗିଅର ବ୍ୟବହାର କରାଯାଇ ଲୋୟର ପରେଲର ଫୋନିକ୍ସ ମଲରେ ଏହି ସେବାର ଆରମ୍ଭ କରାଯାଇଥିଲା । ଏହି ଟେଷ୍ଟିଂରେ ଡାଟା ସ୍ପିଡ ପୂର୍ବ ପରୀକ୍ଷାର ସ୍ପିଡକୁ ଅତିକ୍ରମ କରିଥିଲା । ଅଲଟ୍ରା ଲୋ ଲାଟେନ୍ସିରେ ଡାଟା ସ୍ପିଡ୍ ୧.୨ ଜିବି /ସେକେଣ୍ଡ ରହିଥିଲା । ସେହିପରି ଅପଲୋଡ ସ୍ପିଡ ମଧ୍ୟ ୮୫୦ ଏମବି ରହିଥିଲା । ଏହା ପୂର୍ବରୁ ଗୁରଗାଓଁର ସାଇବର ହବରେ କରାଯାଇଥିବା ପରୀକ୍ଷଣରେ ଏୟାରଟେଲ ୧ ଜିବିର ସ୍ପିଡ ହାସଲ କରିଥିଲା ।

ଟେଲିକମ ମନ୍ତ୍ରାଳୟ ପକ୍ଷରୁ ୪ ମେଟ୍ରୋ ସହର ମୁମ୍ବାଇ, କୋଲକାତା, ବେଙ୍ଗାଲୁରୁ ଏବଂ ଦିଲ୍ଲୀରେ ୫ଜି ପରୀକ୍ଷଣ ପାଇଁ ଅନୁମତି ମିଳିସାରିଛି । ବିଗତବର୍ଷର ଜାନୁୟାରୀ ମାସରେ ଭାରତର ପ୍ରଥମ ଟେଲିକମ କମ୍ପାନୀ ଭାବରେ ହାଇଦ୍ରାବାଦରୋ ୧୮୦୦ ମେଗାହର୍ଜ ବ୍ୟାଣ୍ଡୱିଡ୍ଥର ଏକ ବ୍ୟବସାୟିକ ନେଟୱର୍କ କାର୍ଯ୍ୟକ୍ଷମ କରିଥିଲା । ଏୟାରଟେଲ ବ୍ୟତିତ ରିଲାଏନ୍ସ ଜିଓ, ଭୋଡାଫୋନ୍ ଆଇଡିଆ ଏବଂ ଏମଟିଏନଏଲକୁ ମଧ୍ୟ ୫ଜି ଟ୍ରାଏଲ ପାଇଁ ଅନୁମତି ମିଳିଛି । ତେବେ ଭାରତରେ ଆଗାମୀ ୫-୬ ବର୍ଷ ପାଇଁ ୪ଜି ନେଟୱର୍କ କାର୍ଯ୍ୟ କରିବ ବୋଲି କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.