Wynk Tube ଆପ୍ : ମ୍ୟୁଜିକ ଭିଡିଓ ଷ୍ଟ୍ରିମିଂ କ୍ଷେତ୍ରରେ ଏୟାରଟେଲ କଲା ପ୍ରବେଶ

ନୂଆଦିଲ୍ଲୀ : ଦୂରସଂଚାର କମ୍ପାନୀ ଭାରତୀ ଏୟାରଟେଲ ଅନଲାଇନ ଭିଡିଓ କ୍ଷେତ୍ରରେ ଦମଦାର ଏଣ୍ଟ୍ରି କରିଛି। କମ୍ପାନୀ ଏନେଇ ମ୍ୟୁଜିକ୍ ଷ୍ଟ୍ରିମିଂ ସର୍ଭିସ Wynk Tube ଲଞ୍ଚ କରିଛି। ଏହି ଆପ ଦ୍ବାରା ଟିୟର ୨ , ଟିୟର୩ ଏବଂ ଗ୍ରାମୀଣ ଅଞ୍ଚଳର ଗ୍ରାହକଙ୍କୁ ଟାଗ୍ରେଟ କରାଯାଇଛି। ଏହାକୁ ସମସ୍ତ ସ୍ମାର୍ଟଫୋନରେ ବ୍ୟବହାର କରାଯାଇ ପାରିବ।

resizer

ଭାରତୀ ଏୟାରଟେଲର ମୁଖ୍ୟ କାର‌୍ୟ୍ୟକାରୀ ଅଧିକାରୀ ସମୀର ବତ୍ରା ଆପର ଘୋଷଣା କରିବାକୁ ଯାଇ କହିଛନ୍ତି, ଦ୍ବିତୀୟ ଏବଂ ତ୍ରୁତୀୟ ଶ୍ରେଣୀ ସହର ତଥା ଗ୍ରାମୀୟ ଅଞ୍ଚଳରେ ଏକ ବିରାଟ ଅଂଶ ଜନସଂଖ୍ୟା ରହିଛନ୍ତି। ଯେଉଁମାନେ ଗୀତ ଶୁଣିବାକୁ ଖୁବ ପସନ୍ଦ କରନ୍ତି। ଏମାନଙ୍କୁ ଟ୍ରାଗେଟ କରି Wynk Tube ଆପକୁ ଲଞ୍ଚ କରାଯାଇଛି। ଏୟାରଟେଲ ଏବଂ ଏୟାରଟେଲ ବ୍ୟବହାର କରୁନଥିବା ବ୍ୟକ୍ତି ସମସ୍ତେ ର ବ୍ୟବହାର କରିପାରିବେ।

Wynk-tube

ଏହି ଆପ ଦ୍ବାରା ଗ୍ରାହକ ଗୀତ ଶୁଣିବା ସହ ତାହାର ଭିଡିଓ ମଧ୍ୟ ଦେଖିପାରିବେ। ଯଦି କେହି ଭିଡିଓ ଦେଖିବାକୁ ଇଛୁକ ନୁହଁନ୍ତି ତେବେ ସେମାନେ ଖାଲି ଗୀତ ମଧ୍ୟ ଶୁଣିପାରିବେ। ଆପକୁ ୧୨ଟି ଭାଷାରେ ଲଞ୍ଚ କରାଯାଇଛି। Wynk Tubeକୁ ୧୦ କୋଟି ଗ୍ରାହକ ଡାଉନଲୋଡ କରିବେ ବୋଲି ଆଶା କରାଯାଉଛି।

You might also like