Below header

ଜେଇଇ-୨୦୧୯ ମେନ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି କିସର ୫ଜଣ ଛାତ୍ରଛାତ୍ରୀ

ଭୁବନେଶ୍ବର(କେନ୍ୟୁଜ୍): କିସର ୫ଜଣ ଛାତ୍ରଛାତ୍ରୀ ଜେଇଇ ୨୦୧୯ ମେନ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଜେଇଇ ଆଡଭାନ୍‌ସ ପାଇଁ ଉନ୍ନୀତ ହୋଇଛନ୍ତି । ସେମାନେ ହେଲେ ସରସ୍ୱତୀ ହାଁସଦା, ନୀଲମ୍‌ କୁଜୁର, ମାଥୁରାମ ସୋରେନ୍‌, ସୁଶାନ୍ତ ମୁଦୁଲି ଏବଂ ସରିତା ଜୁଆଙ୍ଗ । ସେମାନଙ୍କ ମଧ୍ୟରେ ସୁଶାନ୍ତ ଓ ସରିତା ହେଉଛନ୍ତି ଯଥାକ୍ରମେ ପରଜା ଓ ଜୁଆଙ୍ଗ ଆଦିମ ଆଦିବାସୀ ସମ୍ପ୍ରଦାୟର ଛାତ୍ରଛାତ୍ରୀ । ଫଳାଫଳ ପ୍ରକାଶ ପାଇବା ପରେ ଆଜି ସକାଳେ କିସ୍‌ ଓ କିଟ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଛାତ୍ରଛାତ୍ରୀଙ୍କୁ ଭେଟି ସେମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଏହି ଛାତ୍ରଛାତ୍ରୀମାନେ ସର୍ବଭାରତୀୟ ସ୍ତରରେ ଯେ କୌଣସି ଇଞ୍ଜିନିୟରିଂ କଲେଜରେ ନାମ ଲେଖାଇପାରିବେ । ଜେଇଇ ଆଡଭାନସ୍‌ କ୍ୱାଲିଫାଏ କରି ଏନ୍‌ଆଇଟି ଓ ଆଇଆଇଟିରେ ନାମ ଲେଖାଇବା ନେଇ ଆଶା ପୋଷଣ କରିଛନ୍ତି ଛାତ୍ରଛାତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.