Below header

ବିଳମ୍ବିତ ରାତିରେ କରଣ ଜୋହରଙ୍କ ପ୍ରଡକ୍ଟସନ୍ ହାଉସରେ ଲାଗିଲା ନିଆଁ, ଜଣେ ଅଧିକାରୀ ଆହତ

ମୁମ୍ବାଇ : ବଲିଉଡ଼ ଫିଲ୍ମ ନିର୍ମାତା କରଣ ଜୋହରଙ୍କ ପ୍ରଡକ୍ଟସନ କମ୍ପାନୀ ଧର୍ମା ପ୍ରଡକ୍ଟସନର ଗୋଦାମରେ ଗତରାତିରେ ଭୀଷଣ ନିଆଁ ଲାଗିଯାଇଥିଲା। ଏହି ନିଆଁରେ କରଣଙ୍କର ଅନେକ କ୍ଷତି ହୋଇଥିବା ଜଣାପଡିଛି। ନିଆଁକୁ ଲିଭାଇବା ପାଇଁ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର ୧୨ଗାଡି ନିୟୋଜିତ ରହିଥିଲେ। ବହୁ ଚେଷ୍ଟା ପରେ ଲାଗିଥିବା ନିଆଁକୁ ନିୟନ୍ତ୍ରିତ କରାଯାଇଥିଲା।

Dharma-Productions

ଖବର ମୁତାବକ, ଗୋରେଗାଓଁର କାମା ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ ସ୍ଥିତ ଧର୍ମା ପ୍ରଡ଼କ୍ଟସନର ଗୋଦାମରେ ମଙ୍ଗଳବାର ରାତି ୨.୩୦ସମୟରେ ନିଆଁ ଲାଗିଯାଇଥିଲା। ନିଆଁ ପ୍ରଥମ ମହଲାରେ ଲାଗିବା ପରେ ଧିରେଧିରେ ଦ୍ବିତୀୟ ମହଲାକୁ ବ୍ୟାପୀ ଯାଇଥିଲା। ନିଆଁକୁ ଲିଭାଇବା କାର‌୍ୟ୍ୟରେ ନିୟୋଜିତ ଥିବା ଜଣେ କର୍ମଚାରୀ ଆହତ ହୋଇଥିବା ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.