ଖୁବ ଶୀଘ୍ର ବନ୍ଦ ହେବାକୁ ଯାଉଛି Instagramର ଏହି ଆପ, ଆଉ ମିଳିବନି ୟୁଜର୍ସଙ୍କୁ ଏହି ସବୁ ସୁବିଧା

ଇନ୍ଷ୍ଟଗ୍ରାମ ନିଜ ଇନ୍ଷ୍ଟଗ୍ରାମ ଟିଭି (IGTV) ଆପକୁ ବନ୍ଦ କରିବା ନେଇ ନିଷ୍ପତ୍ତି ନେଇଛି । ଏହା ସହ କମ୍ପାନୀ ସମସ୍ତ ଭିଡିଓ ଗୁଡିକୁ ମୁଖ୍ୟ ମୋବାଇଲ ଆପରେ ଉପଲବ୍ଧ ମଧ୍ୟ କରାଇଛି । ଯାହାଦ୍ୱାରା ୟୁଜର୍ସ ମାନେ ପ୍ଲାଟ୍ଫର୍ମ ଉପରେ ସମସ୍ତ ଭିଡିଓ ଗୁଡିକୁ ଦେଖିପାରିବେ । ଫୋଟୋ ସେୟାରିଙ୍ଗ ପ୍ଲାଟ୍ଫର୍ମ ଇନ୍ଷ୍ଟଗ୍ରାମ ନିଜ ଷ୍ଟାଣ୍ଡଓଲୋନ ଆପ ଇନ୍ଷ୍ଟଗ୍ରାମ ଟିଭି ବା ଆଇଜିଟିଭିକୁ ବନ୍ଦ କରିବା ନେଇ ନିଷ୍ପତ୍ତି ନେଇଛି । ଏହା ସହ କମ୍ପାନୀ ନିଜ ସମସ୍ତ ଭିଡିଓ ଗୁଡିକୁ ମୁଖ୍ୟ ମୋବାଇଲ ଆପରେ ଉପଲବ୍ଧ ମଧ୍ୟ କରାଇଛି । ଯାହା ଫଳରେ ୟୁଜର୍ସ ମାନେ ପ୍ଲାଟ୍ଫର୍ମ ଉପରେ ଖୁବ ସହଜରେ ସମସ୍ତ ଭିଡିଓ ଗୁଡିକୁ ଦେଖିପାରିବେ । କହିରଖିବା ଉଚିତ ହେବକି ୨୦୧୮ ମସିହାରେ IGTV ଆପକୁ You Tubeର ପ୍ରତିଦ୍ବନ୍ଦୀ ଭାବରେ ଲଞ୍ଚ କରିଥିଲା କମ୍ପାନୀ । ଅବଶ୍ୟ ସେତେଟା ଲୋକପ୍ରିୟତା ଲାଭ କରିପାରିନଥିଲା ଏହି ଆପ ।ଇନ୍ଷ୍ଟଗ୍ରାମର ଏକ ବ୍ଲଗ ପୋଷ୍ଟ ଅନୁଯାୟୀ, କମ୍ପାନୀ ତରଫରୁ ମାର୍ଚ୍ଚ ମାସର ମଧ୍ୟ ଭାଗରେ ହିଁ IGTVକୁ ବନ୍ଦ କରିବା ନେଇ ନିର୍ଣ୍ଣୟ ନିଆଯାଇଛି । ଏବାବଦରେ କମ୍ପାନୀ ପକ୍ଷରୁ କୁହାଯାଇଛିକି, ଭିଡିଓ ଗୁଡିକୁ ଅଧିକରୁ ଅଧିକ ସରଳ କରିବା ପାଇଁ ହିଁ IGTV ଆପକୁ ପ୍ରସ୍ତୁତ କରାଯାଇଥିଲା । ବ୍ଲଗ ପୋଷ୍ଟରେ କୁହାଯାଇଛିକି ଆପ ବନ୍ଦ ହେବା ପରେ ୟୁଜର୍ସ ମାନେ ମେନ ମୋବାଇଲ ଆପରେ ଫୁଲ ସ୍କ୍ରିନରେ ଭିଡିଓ ଦେଖିପାରିବେ । ଏହା ବ୍ୟତୀତ ଏକ ନୂଆ ଫିଚର ଆଣିବା ନେଇ ପ୍ରସ୍ତୁତି ଜାରି ରଖିଛି କମ୍ପାନୀ । ଯାହାଦ୍ୱାରା ଯୁଜର୍ସ ମାନେ ଖୁବ ସହଜରେ ଭିଡିଓ ଦେଖିବା ସହିତ ସେୟାର ମଧ୍ୟ କରିପାରିବେ ।
ଇନ୍ଷ୍ଟଗ୍ରାମ ଆପରେ ଏକ IGTV ବଟନ ବି ଥିଲା ଯାହାକି ୟୁଜର୍ସ ମାନଙ୍କୁ ମୁଖ୍ୟ ଆପରୁ IGTV ଆପକୁ ନେଇ ଯାଇଥାଏ । କିନ୍ତୁ ୨୦୨୦ରେ ସେହି ବଟନକୁ ବି ହଟାଇ ଦିଆଯାଇଥିଲା । ଯେବେକି ଗତ ବର୍ଷ ହିଁ କମ୍ପାନୀ ଏହି ଆପର ନାଁ ପରିବର୍ତ୍ତନ କରି Instagram TV ରଖିଥିଲା । କହିରଖିବା ଉଚିତ ହେବକି ଗତ ମାସ “ଟେକ ଏ ବ୍ରେକ” ନାମକ ଏକ ଫିଚରକୁ ଭାରତୀୟ ୟୁଜର୍ସଙ୍କ ପାଇଁ ଲଞ୍ଚ କରିଥିଲା କମ୍ପାନୀ । ସେମାନେ ପ୍ଲାଟ୍ଫର୍ମରେ ଅଧିକ ସମୟ କାଟିଛନ୍ତି ବୋଲି ତାଙ୍କୁ ମନେ ପକାଇଦେବ କମ୍ପାନୀ । ଏହି ଫିଚର ଦ୍ୱାରା ଦ୍ୱାରା ୟୁଜରଙ୍କ ଇନ୍ଷ୍ଟଗ୍ରାମ ଆଡିକ୍ସନକୁ ବି ଯଥା ସମ୍ଭବ କମ କରାଯାଇପାରିବ । କମ୍ପାନୀ ମୁଖ୍ୟ ଆଦାମ ମୋସେରୀ ଟ୍ୱିଟ ଜରିଆରେ “ଟେକ ଏ ବ୍ରେକ”ର ଲଞ୍ଚିଙ୍ଗ ଉପରେ ସୂଚନା ଦେଇଛନ୍ତି ।
Also Read: ଜରୁରୀକାଳୀନ ପରିସ୍ଥିତିରେ ସ୍ମାର୍ଟଫୋନ ବଞ୍ଚାଇବ ଆପଣଙ୍କ ଜୀବନ, ଜାଣନ୍ତୁ ଟ୍ରିକ