Below header

ଜରୁରୀକାଳୀନ ପରିସ୍ଥିତିରେ ସ୍ମାର୍ଟଫୋନ ବଞ୍ଚାଇବ ଆପଣଙ୍କ ଜୀବନ, ଜାଣନ୍ତୁ ଟ୍ରିକ

ସବୁବେଳେ ସମୟ ଠିକ୍ ନଥାଏ। ସେଥିପାଇଁ ଅନେକ ଲୋକ ତାଙ୍କ ଜୀବନରେ ଅନେକ ଅସୁବିଧାର ସାମ୍ନା କରିଥାନ୍ତି। କିନ୍ତୁ ସେହି ଜରୁରୀକାଳୀନ ପରିସ୍ଥିତିରେ ଯଦି ଆମ ଫୋନ୍ କାମରେ ନ ଆସେ ତେବେ ତାକୁ ନିଜ ପାଖରେ ରଖି କିଛି ଲାଭ ନାହିଁ। ତେଣୁ ଯଦି ଆପଣ ସ୍ମାର୍ଟଫୋନ ବ୍ୟବହାର କରୁଛନ୍ତି ତେବେ ଏହାକୁ ସ୍ମାର୍ଟ୍ ଭଳି ବ୍ୟବହାର କରିବାକୁ ମଧ୍ୟ ଆପଣ ଜମା ଭୁଲନ୍ତୁ ନାହିଁ।

ଆପଣ କ’ଣ ଜାଣିଛନ୍ତି କି ? ଆପଣ ବ୍ୟବହାର କରୁଥିବା ସ୍ମାର୍ଟଫୋନ୍ ଆପଣଙ୍କ ଜୀବନ ବଞ୍ଚାଇବ। ଆପଣଙ୍କୁ କେବଳ ଏଥିପାଇଁ କିଛି କୌଶଳ ଜାଣିବାକୁ ପଡ଼ିବ। ଯାହା ସାହାଯ୍ୟରେ ଆପଣଙ୍କ ସ୍ମାର୍ଟଫୋନର ଲକ୍ ସ୍କ୍ରିନ୍ ଆପଣଙ୍କ ଜୀବନ ବଞ୍ଚାଇବାକୁ ସକ୍ଷମ ହେବ। ଏହି ସ୍ମାର୍ଟ୍ ଟ୍ରିକ କ’ଣ ଏବଂ ଆପଣ ଏହାକୁ କିପରି ବ୍ୟବହାର କରିପାରିବେ ଆସନ୍ତୁ ଜାଣିବା।

ଆମେ ଯେଉଁ ସ୍ଥାନକୁ ଯାଉ ଆମର ସ୍ମାର୍ଟଫୋନ୍ ନିଶ୍ଚିତ ଭାବରେ ଆମ ସହିତ ନେଇଥାଉ। ଆଜିର ସମୟରେ କୌଣସି ବ୍ୟକ୍ତି ନାହାନ୍ତି ଯାହା ହାତରେ ସ୍ମାର୍ଟଫୋନ୍ ନାହିଁ। ତେବେ ଅନେକ ସମୟରେ ଆମେ ଦୁର୍ଘଟଣା ଓ ଲୁଟ୍ ଭଳି ଘଟଣାର ସାମ୍ନା କରିଥାଉ। ତେଣୁ ଏପରି ସମୟରେ ସାହାଯ୍ୟ ପାଇଁ ନିଜ ପ୍ରୀୟଜନଙ୍କ ନମ୍ୱର୍ କିମ୍ୱା ହସ୍ପିଟାଲ ନମ୍ୱର୍ ଆପଣ ନିଜର ଏମରଜେନ୍ସି ଡ଼ାଏଲରେ ରଖିପାରିବେ।

ଆପଣଙ୍କ ସ୍ମାର୍ଟଫୋନର ଲକ୍ ସ୍କ୍ରିନରେ ଏହି ସେଟିଂ କରି, ଆପଣ ଅନେକ ସମସ୍ୟାରୁ ଟଳି ପାରିବେ। ଜରୁରୀକାଳିନ ପରିସ୍ଥିତିରେ ଆପଣ ନିଜର ସ୍ମାର୍ଟଫୋନର ଲକ୍ ନ ଖୋଲି ନିଜର ବନ୍ଧୁ ଓ ପାରିବାର ବର୍ଗଙ୍କୁ ମେସେଜ କିମ୍ବା ଫୋନ୍ କରିପାରିବେ। ଆପଣଙ୍କୁ କେବଳ ନିଜ ଲକସ୍କ୍ରିନରେ କିଛି କଣ୍ଟାକ୍ଟ ସେଭ କରିବାକୁ ପଡ଼ିବ।ଯାହା ଏମର୍ଜେନ୍ସି ସମୟରେ ଆପଣଙ୍କ କାମରେ ଆସିବ।

ଯଦି ଆପଣ ଆଣ୍ଡ୍ରଏଡ ସ୍ମାର୍ଟଫୋନ ବ୍ୟବହାର କରୁଛନ୍ତି ଆପଣଙ୍କୁ ଏମର୍ଜେନ୍ସି ନମ୍ୱର୍ ସେଭ୍ କରିବା ପାଇଁ ସର୍ବପ୍ରଥମେ ନିଜର ଫୋନ୍ ଆପ୍ ଖୋଲିବାକୁ ପଡ଼ିବ। ଏହାପରେ My Info କିମ୍ବା My Contact ଅପ୍ସନକୁ ଯିବାକୁ ପଡିବ। ଏହା ପରେ ମେଡ଼ିକାଲ ଇନଫୋ ଓ ଏମର୍ଜେନ୍ସି କଣ୍ଟାକ୍ଟକୁ ସିଲେକ୍ଟ କରିବାକୁ ପଡ଼ିବ। ଏହି ଅପ୍ସନରେ ପ୍ରଥମେ ଆପଣଙ୍କୁ ମେଡ଼ିକାଲର ସମ୍ପୂର୍ଣ୍ଣ ତଥ୍ଯ ଦେବାକୁ ପଡ଼ିବ ଓ ଏହାପରେ ଆପଣ ନିଜର ଫୋନବୁକରୁ ନିଜ ପ୍ରିୟଜନଙ୍କ କଣ୍ଟାକ୍ଟ ଦେଇପାରିବେ।

ଏହା ପରେ ଆପଣ ଯେମିତି ହିଁ ନିଜ ଫୋନ ଲକ୍ ସ୍କ୍ରିନ୍ ଉପରେ ତଳ ଆଡୁ ଉପର ପର୍ଯ୍ୟନ୍ତ ସ୍କ୍ରଲ କରିବେ, ଏମର୍ଜନ୍ସି କଲ୍ସର ଅପ୍ସନ ଖୋଲି ଯିବ କିନ୍ତୁ ଆପଣଙ୍କ ଫୋନ୍ ଅନଲକ ହେବ ନାହିଁ ଓ ଆପଣଙ୍କ ସବୁ ଡାଟା ସୁରକ୍ଷିତ ରହିବ।

ତେବେ ଯଦି ଆପଣ ଆଇଫୋନ୍ ବ୍ୟବହାର କରିଛନ୍ତି, ଆପଣ ନିଜର ନାମକୁ ଫୋନର ଟପ୍ ରେ ଦେଖିବେ। ଏହାପରେ ଆପଣ ଏହା ଉପରେ କ୍ଲିକ୍ କରନ୍ତୁ ଓ ‘ମେଡ଼ିକାଲ ଆଇଡି’ ସିଲେକ୍ଟ କରନ୍ତୁ ଏବଂ ଏହାକୁ ସେଟ୍ କରନ୍ତୁ। ଏଠାରେ ଆପଣଙ୍କ ମେଡ଼ିକାଲ କଣ୍ଡିସନର ସୂଚନା ଦିଅନ୍ତୁ ଓ ନିଜର ଏମର୍ଜେନ୍ସି କଣ୍ଟାକ୍ଟ ଲିଷ୍ଟ କରନ୍ତୁ। ଏହି ଅପ୍ସନ୍ ଦେଖାଯିବା ପାଇଁ ଏହାକୁ ଏନାବୁଲ କରନ୍ତୁ। ଏହା ପରେ କେବଳ
ଆପଣଙ୍କ ଫୋନର ଲକ୍ ସ୍କ୍ରିନକୁ ଯିବାକୁ ପଡିବ ଓ ନିଜର ଏମର୍ଜେନ୍ସି ସମୟରେ ଆଇ ଫୋନ ଅନଲକ୍ ନ କରି ମଧ୍ୟ ଡାଇରେକ୍ଟ କଲ ଓ ମେସେଜ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.