ରାତ୍ର ଭୋଜନ ନ ଖାଇଲେ ହୋଇଥାଏ ଏହି ଅସୁବିଧା, ଜାଣି ନିଅନ୍ତୁ ଏବେ

ଅଧିକାଂଶ ଲୋକେ ରାତି ଭୋଜନ ଏଥିପାଇଁ କରନ୍ତି ନାହିଁ କି ଭୋଜନ କଲେ ସେମାନଙ୍କ ଓଜନ ବଢ଼ିଯିବ | ହେଲେ ଏଥି ପାଇଁ ଆପଣଙ୍କ ସ୍ୱାସ୍ଥ୍ୟର ଅସୁବିଧା ହୋଇପାରେ | ସ୍ଲିମ ଫିଗର ପାଇଁ ଲୋକେ କାହିଁ କେତେ କାର୍ଯ୍ୟ ଆପଣାଉଛନ୍ତି | ଲୋକେ ଭାବନ୍ତି ରାତି ଭୋଜନ ନ କଲେ ଓଜନ କମିଯିବ |
ଅବଶ୍ୟ ଦିନେ ଅଧେ ରାତିରେ ନଖାଇଲେ ସେମିତି କିଛି ଅସୁବିଧା ହେବନି | ହେଲେ ସବୁଦିନ ରାତିରେ ନ ଖାଇଲେ ଏହା ଶରୀର ପାଇଁ ବହୁତ ବଡ କ୍ଷତି ଆଣିପାରେ | ଏହା ଶରୀର ରେ ପୋଷକ ତତ୍ତ୍ୱ କମ କରିଥାଏ | ଆସନ୍ତୁ ଜାଣିବା ଆପଣ ରାତି ଭୋଜନ ନ ଖାଇଲେ କଣ ଅସୁବିଧା ହୋଇଥାଏ |
ଶରୀରରେ ପୋଷଣ କମ ହୋଇଥାଏ :
ଓଜନ କମାଇବା ଚକରରେ ଲୋକେ ରାତି ଭୋଜନ ଖାଇ ନଥାନ୍ତି | ହେଲେଁ ଏହାଦ୍ୱାରା ଶରୀର ର ପୋଷଣ କମି ଯାଇଥାଏ | ଫଳରେ ଦୁର୍ବଳ ଲାଗିବ ସହ ମୁଣ୍ଡ ଘୁରାଇବା ଓ ରକ୍ତ ହୀନତା ସମସ୍ୟା ଦେଖା ଯାଇଥାଏ |
ଏନର୍ଜି ଲେବଲ କମିଥାଏ :
ଲୋକେ ଭାବନ୍ତି ଶୋଇବା ସମୟରେ କିଛି ଶକ୍ତି ଖର୍ଚ୍ଚ ହୋଇ ନଥାଏ | ତେଣୁ ରାତିରେ ନ ଖାଇଲେ କିଛି ଅସୁବିଧା ହୁଏନି | ମାତ୍ର ଶୋଇବା ସମୟରେ ମଧ୍ୟ ମସ୍ତିସ୍କ କାମ କରିଥାଏ, ଶରୀର କାମ କରିବା ପାଇଁ ଶକ୍ତିର ଆବଶ୍ୟକ ପଡିଥାଏ | ରାତିରେ ନଖାଇଲେ ଆରଦିନ ଶରୀରର ଏନର୍ଜି ଲେବଲ କମ ହୋଇ ଯାଇଥାଏ |
ନିଦ ଠିକ ହୋଇନଥାଏ :
ରାତିରେ ନ ଖାଇବା ଯୋଗୁ ଶରୀର ଭୋକ ଅନୁଭବ କରିଥାଏ | ଫଳରେ ନିଦ ଆସି ନଥଏ | ନିଦ ନହେଲେ ବିଭିନ୍ନ ସମସ୍ୟା ଦେଖା ଯାଇଥାଏ |