କେବେ ଖାଇଛନ୍ତି ମୁଗ ଡାଲି ଚିପ୍ସ, ଅତି ସହଜ ତରିକାରେ ବନାନ୍ତୁ

ଆପଣ ଚା ସହିତ ଆଳୁ କିମ୍ବା କଦଳୀର ଚିପ୍ସ ଅନେକ ଥର ଖାଇଥିବେ କିନ୍ତୁ କେତେ ଆପଣ ମୁଗଡାଲି ଚିପ୍ସ ଖାଇଛନ୍ତି କି। ଯାହା ବହୁତ ସ୍ୱାସ୍ଥ୍ୟକର। ଯଦି ଆପଣ ଏହାକୁ ଖାଇନାହାଁନ୍ତି ତାହେଲେ ଆଉ ଡେରି କାହିଁକି ଜାଣନ୍ତୁ କେମିତି ଏହାକୁ ସହଜରେ ଘରେ ପ୍ରସ୍ତୁତ କରିବେ।

ଆବଶ୍ୟକ ସାମଗ୍ରୀ

  • ୩ ଗ୍ରାମ ମୁଗ ଡାଲି
  • ୧/୨ କପ୍‌ ଗହମ ଅଟା
  • ୧/୨ ସୁଜି,
  • ୧ ଚାମଚ ଲାଲ ଲଙ୍କା ପାଉଡର
  • ୧ ଚାମଚ ଗୋଲ ମରୀଚ
  • ୧ ଚାମଚ ସୁଖିଲା ଧନିଆ ପତ୍ର
  • ସ୍ୱାଦାନୁସାରେ ଲୁଣ

ମୁଗଡାଲି ଚିପ୍ସ ବନାଇବା ପାଇଁ ପ୍ରସ୍ତୁତି ପ୍ରଣାଳୀ

ଏହି ସ୍ନାକକୁ ବନାଇବା ପାଇଁ ସର୍ବପ୍ରଥମେ ମୁଗ ଡାଲିକୁ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଭିଜାଇ ରଖିଦିଅନ୍ତୁ। ଏବେ ଏହାକୁ ପେଶି ଦିଅନ୍ତୁ। ଧ୍ୟାନ ରଖିବେ ଯେ ଡାଲି ଯେମିତି ଅଧିକ ପାଣିଆ ନହେବ। ଏହାର ଏକଦମ୍‌ ବହଳିଆ ପେଷ୍ଟ ବନାଇବା ଦରକାର। ଏବେ ଏହାକୁ ପାତ୍ରକୁ ବାହାର କରିଦିଅନ୍ତୁ ଏବଂ ଏଥିରେ ଗହମର ଅଟା ଏବଂ ସୁଜିକୁ ପକାଇ ମିକ୍ସ କରିନିଅନ୍ତୁ। ଲାଲ ଲଙ୍କା ପାଉଡର, ଗୋଲ ମରୀଚ, ସୁଖିଲା ଧନିଆ ପତ୍ର ଏବଂ ସ୍ୱାଦାନୁସାରେ ଲୁଣ ମିଶାଇ ଦିଅନ୍ତୁ। ଏହିସବୁକୁ ଭଲଭାବେ ମିଶାଇ ନରମ ଅଟା ଚକଟି ଦିଅନ୍ତୁ। ଏବେ ଏହାର ଛୋଟ ଛୋଟ ଗୋଲା ଗୋଲା କରି ପତଳା କରି ବେଲି ଦିଅନ୍ତୁ। ଏହାକୁ ଲମ୍ବା ଲମ୍ବା ଚିପ୍ସ ଭଳି କାଟି ଦିଅନ୍ତୁ। ଏବେ ଏହାକୁ ନେଇ ଗରମ ତେଲରେ ଛାଣି ଦିଅନ୍ତୁ।