କରୋନା ସତର୍କତା ନେଇ Apple କମ୍ପାନୀ ନେଲା ବଡ ନିଷ୍ପତ୍ତି, ଦୁଇ ରୁ ଅଧିକ ଆଇଫୋନ କିଣିବା ଉପରେ ଲଗାଇଲା ରୋକ

କରୋନା ଭାଇରସର ପ୍ରଭାବ ବିଶ୍ୱ ଅର୍ଥ ବ୍ୟବସ୍ଥା ଉପରେ ଗଭୀର ଭାବେ ପଡିଛି । ଏହାର ପ୍ରଭାବ ମାନୁଫାକଚରିଂ କମ୍ପାନୀ ଗୁଡିକ ଉପରେ ବି ପଡିଛି । ବିଶ୍ୱର ଅଧିକାଂଶ କମ୍ପାନୀ କଞ୍ଚାମାଲ ପାଇଁ ଚୀନ ଉପରେ ନିର୍ଭର କରୁଥିବାରୁ ହିଁ ଏହି ଭାଇରସର ସଂକ୍ରମଣ ବିଭିନ୍ନ ଦେଶକୁ ବ୍ୟାପି ପାରିଛି । ଏଭିତରେ ପ୍ରଡକ୍ଟ ଗୁଡିକର ଅଭାବ ଯେମିତି ନହେବ ଆପଲ କମ୍ପାନୀ ଏକ ନୂଆ ନିୟମ ଜାରି କରିଛନ୍ତି । କମ୍ପାନୀର ନୂଆ ନିୟମ ଅନୁଯାୟୀ ଏଣିକି ଜଣେ ଲୋକ ଏକା ସାଙ୍ଗରେ ୨ ରୁ ଅଧିକ ଆପଲ କମ୍ପାନୀର ଆଇଫୋନ କିଣିପାରିବେ ନାହିଁ ।

apple

ବିଶେଷ ଭାବେ ଏହି ରୋକ କମ୍ପାନୀର ଅନଲାଇନ ଷ୍ଟୋର ଗୁଡିକରେ ଲଗାଯାଇଥିବା ଜଣାଯାଇଛି । ଅନ୍ୟ ପକ୍ଷରେ କମ୍ପାନୀର ଅଫଲାଇନ ଷ୍ଟୋର ଗୁଡିକୁ ପୂର୍ବରୁ ହିଁ ବନ୍ଦ କରିଦିଆଯାଇଛି । କମ୍ପାନୀ ତରଫରୁ ଏହି ସୂଚନା ଅଫିସିଆଲ ୱେବସାଇଟରେ ଦିଆଯିବା ସହ ଆମେରିକା ଓ ଚୀନ ଦେଶର ୟୁଜର ମାନେ ଏକା ସାଥିରେ ୨ ରୁ ଅଧିକ ଫୋନ କିଣି ପାରିବେ ନାହିଁ ବୋଲି ସ୍ପଷ୍ଟ କରାଯାଇଛି | କମ୍ପାନୀ ୱେବସାଇଟକୁ ଯାଇ ଆପଣ ଏବିଷୟରେ ଅଧିକ ସୂଚନା ପାଇପାରିବେ । ଏହି ନିୟମ ଆଇଫୋନର ସମସ୍ତ ମଡେଲ ଉପରେ ହିଁ ଲାଗିବ ।

ସୂଚନା ମୁତାବକ ଏହି ପରି ରୋକ ଆପଲ କମ୍ପାନୀ ପ୍ରଥମ ଥର ପାଇଁ ଲଗାଇନାହିଁ । ଏହା ପୂର୍ବରୁ ୨୦୦୭ ମସିହାରେ କଳାବଜାରୀ ଉପରେ ରୋକ ଲଗାଇବା ପାଇଁ ଏପରି ରୋକ ଲଗାଯାଇଥିଲା । କିଛି ଦିନ ପୂର୍ବରୁ ହିଁ କମ୍ପାନୀ ନିଜର ରିଟେଲ ଷ୍ଟୋର ଗୁଡିକୁ ବନ୍ଦ କରିବା ପାଇଁ ନିଷ୍ପତି ନେଇଛନ୍ତି । ଆସନ୍ତା ମାର୍ଚ୍ଚ ୨୭ ତାରିଖ ପର୍ଯ୍ୟନ୍ତ ସମସ୍ତ ଷ୍ଟୋର ଗୁଡିକ ବନ୍ଦ ରହିବ । କେବଳ ଗ୍ରେଟର ଚାଇନା ଷ୍ଟୋର ଗୁଡିକ ହିଁ ଖୋଲା ରହିବ । ଏପଲ ସିଇଓ ଟିମ କୁକ ହିଁ ପ୍ରଥମେ ଏହି ସୂଚନା ଦେଇଥିଲେ ।

Leave A Reply

Your email address will not be published.