Below header

ନିଆରା ଢଙ୍ଗରେ ଲୋକଙ୍କୁ କରୋନା ସଚେତନ କଲେ ଅଷ୍ଟ୍ରେଲିଆର ଏହି ପାଇଲଟ, ଆକାଶରେ ଲେଖିଲେ ଷ୍ଟେ ହୋମ

ଅଷ୍ଟ୍ରେଲିଆର ଜଣେ ପାଇଲଟ କରୋନା ମହାମାରୀ ସମୟରେ ଘରେ ରହିବାକୁ ପରାମର୍ଶ ଦେଇ ଆକାଶରେ ଡିଜିଟାଲ ସ୍କାଇ ରାଇଟିଙ୍ଗ କରିଛନ୍ତି ଏବଂ ଷ୍ଟେ ହୋମ ବାର୍ତ୍ତା ଲେଖିଛନ୍ତି । ଷ୍ଟେ ହୋମ ଲେଖିବା ପାଇଁ ପାଇଲଟ ଫ୍ଲାଇଟ ରାଡାରକୁ ବ୍ୟବହାର କରିଥିଲେ । ସେ ଭିଆନଠାରୁ 50 ମାଇଲ ଦୂର ବିନର ନେଷ୍ଟଇଡର ଏୟାରପୋର୍ଟରୁ ସୋମବାର ଉଡାଣ ଭରିଥିଲେ । କେବଳ ଷ୍ଟେ ହୋମ ବାର୍ତ୍ତା ଲେଖିବା ପାଇଁ ତାଙ୍କୁ 24 ମିନିଟ ସମୟ ଲାଗିଥିଲା ।

ପାଇଲଟଙ୍କ ନାଁକୁ ଖୁଲାସା କରାଯାଇନାହିଁ । ସେ କହିଥିଲେ କି, ମୁଁ ଲୋକଙ୍କୁ ସଚେତନ କରିବା ପାଇଁ ଏମିତି କରିଛି । କରୋନା ପାଇଁ ଆମ ସମସ୍ତଙ୍କୁ ଘରେ ରହିବା ଜରୁରୀ । ଯେପରି ଲୋକେ ସଂକ୍ରମଣରୁ ବର୍ତ୍ତିପାରିବେ । ମୁଁ ଦ ଲାଇଟ ଏୟାରକ୍ରାଫ୍ଟ ଡାଇମଣ୍ଡ ଡିଏ40ରୁ ଉଡାଣ ଭରିଥିଲି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.