ଆପଲ୍ ଭାରତରେ ବଢ଼ାଇଲା ଏୟାରପଡ୍ସ ମ୍ୟାକ୍ସ, ଏୟାରପଡ୍ସ ପ୍ରୋ ଓ ଏୟାରପୋଡ୍ସର ମୂଲ୍ୟ: ଜାଣନ୍ତୁ ନୂତନ ରେଟ୍

ଆପଲ ପ୍ରଡକ୍ଟ ବର୍ତ୍ତମାନ ଅଧିକ ମାତ୍ରାରେ ବିକ୍ରି ହେଉଛି। କାରଣ ଆପଲ ର ସବୁ ପ୍ରଡକ୍ଟ ମାର୍କେଟରେ ଲଞ୍ଚ ହେବା ପରେ ଓ ଏହାର ବ୍ୟବହାର ପରେ ଏହା ଲୋକଙ୍କୁ ଦୈନନ୍ଦିନ ଜୀବନରେ ମଧ୍ୟ ସାହାଯ୍ୟ କରୁଛି । ହେଲେ ଏହା ନିଜର କିଛି ପ୍ରଡକ୍ଟର ମୂଲ୍ୟ କମାଇଥିବା ବେଳେ କିଛି ପ୍ରଡକ୍ଟର ମୂଲ୍ୟ ମଧ୍ୟ ବଢ଼ାଉଛି। ଯେମିତିକି ବର୍ତ୍ତମାନ ଏହା ନିଜର ଏୟାରପଡ୍ସ ଗୁଡ଼ିକର ମୂଲ୍ୟ ଭାରତୀୟ ମାର୍କେଟରେ ପ୍ରାୟ ୧୦ ପ୍ରତିଶତ ବଢ଼ାଇଛି। ଯାହା ଅନ୍ୟ ଦେଶରୁ ଆମଦାନୀ ହେଉଥିବା ଉତ୍ପାଦ ଉପରେ ପ୍ରଭାବ ପକାଇବ। ଆପଲ୍ ଏହାର ଏୟାରପଡ୍ ପ୍ରୋ, ଏୟାରପଡ୍ ଥାର୍ଡ ଜେନେରେସନ ଏବଂ ଏୟାରପଡ୍ ମ୍ୟାକ୍ସର ଭାରତରେ ମୂଲ୍ୟ ବୃଦ୍ଧି କରିଛି।

ଏମିତିକି ଆପଲ୍ ଏୟାରପଡ୍ ପ୍ରୋ ମୂଲ୍ୟକୁ ୧୪୦୦ ଟଙ୍କା ବୃଦ୍ଧି କରିଥିବାବେଳେ ଏୟାରପଡ୍ସ ଥାର୍ଡ ଜେନେରେସନ ମୂଲ୍ୟ ୨ ହଜାର ଟଙ୍କା ପର୍ଯ୍ୟନ୍ତ ଟଙ୍କା ବୃଦ୍ଧି ପାଇଛି। ଏୟାରପଡ୍ସ ମ୍ୟାକ୍ସରେ ମୂଲ୍ୟ ୬ ହଜାର ୨୦୦ ଟଙ୍କା ବୃଦ୍ଧି ଘଟିଛି। ଆପଲ୍ ର ଅଫିସିଆଲ୍ ୱେବସାଇଟ୍ ମାଧ୍ୟମରେ ଅନଲାଇନରେ ଏହାର ମୂଲ୍ୟ ବୃଦ୍ଧି କରାଯାଇଛି କିନ୍ତୁ କେଉଁ କାରଣ ପାଇଁ ପ୍ରାୟ ୧୦ ପ୍ରତିଶତ ବୃଦ୍ଧି କରାଯାଇଛି ସେ ବିଷୟରେ କମ୍ପାନୀ କୌଣସି କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ କରି ନାହିଁ।

ଆପଲ୍ କେବଳ ଭାରତରେ ଆଇଫୋନ୍ 12, ଆଇଫୋନ୍ 11 ଏବଂ ଆଇଫୋନ୍ SE ସହିତ ସିଲେକ୍ଟ ହୋଇଥିବା ଆଇଫୋନ୍ ମଡେଲଗୁଡିକୁ ଆସେମ୍ୱଲ କରେ। ଆସନ୍ତା ମାସରୁ କମ୍ପାନୀ ଭାରତରେ ଆଇଫୋନ୍ 13 ର ଉତ୍ପାଦନ ଆରମ୍ଭ କରିବ ବୋଲି ଆଶା କରାଯାଉଛି। ଆପଲ୍ ଦ୍ୱାରା ବଢ଼ାଯାଇଥିବା ମୂଲ୍ୟକୁ ପ୍ରଥମେ ଟିପଷ୍ଟର ପୁରରାଜ ଦତ୍ତ ଦେଖିଥିଲେ। ଏହି ରେଟ୍ ବଢିବା ହେତୁ ଆପଲ୍ ଏୟାରପୋଡ୍ ପ୍ରୋ ଭାରତରେ ୨୪,୩୦୦ ରୁ ୨୬,୩୦୦ ଟଙ୍କାରେ ବିକ୍ରି ହେଉଛି। ଏୟାରପଡ୍ସ ଥାର୍ଡ ଜେନେରେସନ ମୂଲ୍ୟ ୧୮ ହଜାର ୫୦୦ ରୁ ୨୦ ହଜାର ୫୦୦ ହୋଇଯାଉଛି। ତେବେ ଏୟାରପଡ୍ସ ମ୍ୟାକ୍ସ ମୂଲ୍ୟ ମଧ୍ୟ ବଢ଼ିଛି, ଏହା ୫୯ ହଜାର ୯୦୦ ରୁ ୬୬ ହଜାର ୧୦୯ ଟଙ୍କା ହୋଇଯାଇଛି।

ଆପଲ୍ ୨୦୧୯ ରେ Air pods Pro ଆକ୍ଟିଭ ନଏଜ ଫେନ୍ସେଲେସନ ଏବଂ ଡେଡିକେଟେଡ୍ । ଟ୍ରାନ୍ସପେରେନ୍ସି ମୋଡ୍ ସହିତ ଲଞ୍ଚ କରିଥିଲା । ଏୟାରପଡ୍ସ ଥାର୍ଡ ଜେନେରେସନ ଓୟାରଲେସ୍ ଷ୍ଟେରିଓ ଇୟରବଡଗୁଡିକ ସେପ୍ଟେମ୍ବର ୨୦୨୧ ରେ ହ୍ୟାଣ୍ଡ ଫ୍ରି ‘ହେ ସିରି’ ଭଏସ୍ ଆସିଷ୍ଟାଣ୍ଟ ଫିଚର ସହିତ ଲଞ୍ଚ କରାଯାଇଥିଲା। ଏହା ଆପଲ୍ ମ୍ୟୁଜିକ୍ ରେ ଡଲବି ଆଟମୋସ୍ କୁ ମଧ୍ୟ ସପୋର୍ଟ କରେ ଏବଂ ଆଡାପ୍ଟିଭ୍ ଇକ୍ୟୁ ସପୋର୍ଟ ସହିତ ଲଞ୍ଚ ହୋଇଥିଲା। ଯାହାକୁ ଆପଣ ଏକା ସାଙ୍ଗରେ ଛଅ ଘଣ୍ଟା ପର୍ଯ୍ୟନ୍ତ ଶୁଣି ପାରିବେ ଓ ଲଗାତାର ଭାବେ ଚାରି ଘଣ୍ଟା ଟକ୍ ଟାଇମ୍ ମଧ୍ୟ ଏହା ଦେଉଛି। ତେବେ ଯେହେତୁ ଆପଲ ନିଜର ସବୁ ପ୍ରଡକ୍ଟରେ ସୁପର କ୍ଵାଲିଟି ଫିଚର୍ ଦେଉଛି, ସେଥିପାଇଁ ନିଜ ପ୍ରଡକ୍ଟ ଗୁଡ଼ିକର ମୂଲ୍ୟ ବଢ଼ାଉଥିବା ଗ୍ରାହକମାନେ ମତ ରଖିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.