Apple Watch Series 6 ଏବଂ Watch SE ଲଞ୍ଚ, ଯାହା କରିବ ବ୍ଲଡ ଅକ୍ସିଜେନ ଲେବଲ ମନିଟର

ଗତକାଲି ଆପଲ୍‌ରTime Flies ଇଭେଣ୍ଟ କାର୍ଯ୍ୟକ୍ରମ ରହିଥିଲା। ଏହି କାର୍ଯ୍ୟକ୍ରମରେ Apple Watch Series 6 ଏବଂ Watch SE ଲଞ୍ଚ ହୋଇଛି। ଏହି ନୂଆ ଓ୍ଵାଚରେ ପିଲାଙ୍କ ପାଇଁ ବହୁତ ସାରା ଫିଚର୍ସ ଦିଆଯାଇଛି। ଏହାଛଡା ଆପଲ ଓ୍ଵାଚ ସିରିଜ ୬ ବ୍ଲଡ ଅକ୍ସିଜେନ ମନିଟର କରିବା ଭଳି ଫିଚର୍ସ ମଧ୍ୟ ଦିଆଯାଇଛି। କରୋନା କାଳରେ ବ୍ଲଡ ଅକ୍ସିଜେନ ଫିଚର ଟେଷ୍ଟ କରିବା ଅଧିକ ଦରକାରୀ ହୋଇପଡିଛି।

ଏହାଛଡା ଓ୍ଵାଚରେ ଏଲିଭେସନ ଟ୍ରେକିଂ ସହିତ ଟ୍ରେକିଂ ସମୟରେ କେତେ ଉଚ୍ଚ ଚଢିଲେ ତାହା ମଧ୍ୟ ମାପିପାରେ। ଫିଟନେସ ପାଇଁ ଏଥିରେ ବହୁତ ସାରା ଫିଚର୍ସ ଦିଆଯାଇଛି। Apple Watch Series 6 ମୂଲ୍ୟ ୪୦,୯୦୦ ଟଙ୍କା ରହିଛି। ସେହିପରି Apple Watch SE GPS ର ମୂଲ୍ୟ ୨୯,୯୯୯ ଟଙ୍କା ରହିଛି। ଏହାର ଡିଜାଇନରେ କୌଣସି ପରିବର୍ତ୍ତନ ଦେଖିବାକୁ ମିଳିବନାହିଁ। ଜନ ପ୍ରୋସେର କହିବା ମୁତାବକ, ଏହି ଆପଲ ଓ୍ଵାଚ ମଡେଲରେM9 ଚିପ୍‌ ଦିଆଯାଇଛି। ଯାହା ଆପଲର ଆଇଫୋନ SE ଏବଂ 6s ସ୍ମାର୍ଟଫୋନରେ ଦିଆଯାଇଛି।

watch

ଏହି ଘଣ୍ଟାକୁ Apple Watch Series 3 ରିପ୍ଲେସମେଣ୍ଟ ଭାବେ ମଧ୍ୟ ଦେଖିବାକୁ ମିଳିବ। ଏଥିର ଫ୍ୟାମିଲ ସେଟଅପ୍‌, ଫେସ ସେୟାରିଂ, ସ୍ଲିପ ଟ୍ରେକିଂ ଭଳି ଫିଚର୍ସ ମଧ୍ୟ ରହିଛି। Apple Watch Series 6 ରେ S6 ପ୍ରୋସେସର ଲଗାଯାଇଛି। ଯାହା ପୂର୍ବାପେକ୍ଷା ୨୦ % ଅଧିକ ଫାଷ୍ଟ ରହିଛି।ଏହାଛଡା ଏହି ସ୍ମାର୍ଟଓ୍ଵାଚରେ କେତେକ ନୂଆ ଫିଚର୍ସ ମଧ୍ୟ ରହିବ। ଏଥିରେ ଆଲେଓ୍ଵଜ ଅନ ଡିସପ୍ଲେ ଏବଂ ଇସିଜି ଭଳି ଫିଚର୍ସ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.