ପାକିସ୍ତାନ ଏୟାରଫୋର୍ସ ବାୟୁସେନା ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବଞ୍ଚିଗଲେ ପାଇଲଟ; ଦେଖନ୍ତୁ ଭିଡିଓ

ମିଡିଆ ରିପୋର୍ଟ ଅନୁଯାୟୀ, ଜେଟର ନାମ ଥିଲା JF-17 । ଏହା ଏକ ଚାଇନା ଜେଟ୍ । ଚଳିତ ବର୍ଷ ଏପର୍ଯ୍ୟନ୍ତ ପାକିସ୍ତାନର ସମୁଦାୟ ପାଞ୍ଚଟି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି ।

ସୂଚନା ଅନୁଯାୟୀ ଜେଟ୍ ଏକ ରୁଟିନ୍ ମିଶନରେ ଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା । ଖୁସିର କଥା, ଏହି ଦୁର୍ଘଟଣାରେ କାହାରି କିଛି କ୍ଷତି ହୋଇ ନାହିଁ। ଏହି ଦୁର୍ଘଟଣାର ତଦନ୍ତ ପାଇଁ PAF ନିର୍ଦ୍ଦେଶ ଦେଇଛି।


ଜାନୁଆରୀରେ ମିଆନୱାଲି ନିକଟରେ ଏକ ଟ୍ରେନିଂ ମିଶନରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସେ PAF ର FT-7 ବିମାନ ଥିଲା । ଏହି ଦୁର୍ଘଟଣାରେ ପାଇଲଟ୍ ସ୍କ୍ଵାଡ୍ରୋନ୍ ନେତା ହରିସ୍ ବିନ୍ ଖାଲିଦ ଏବଂ ଫ୍ଲାଇଙ୍ଗ ଅଫିସର ଇବାଦୁର ରହମାନଙ୍କର ମୃତ୍ୟୁ ଘଟିଥିଲା ।

ଏହାପୂର୍ବରୁ ଫେବୃଆରୀ 12ରେ ମଧ୍ୟ ଏକ PAF ଟ୍ରେନର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଚଳିତ ବର୍ଷ ଫେବୃଆରୀରେ ଲାହୋର-ମୁଲତାନ ମୋଟରୱେରେ PAF ର ଏକ ମିରାଜ୍ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.