Below header

ଆପଣ ମଧ୍ୟ ଏହି ସବୁ ଭୁଲ କରୁଛନ୍ତି କି? ହ୍ୱାଟ୍ସଆପ୍ ୭୬ ଲକ୍ଷରୁ ଅଧିକ ଆକାଉଣ୍ଟ କରିଛି ବ୍ୟାନ୍

ହ୍ୱାଟ୍ସଆପ୍ ଅନୁଯାୟୀ, ଫେବୃଆରୀ ୧ ରୁ ୨୯ ମଧ୍ୟରେ ଏହି ଆପ୍ ୭୬ ଲକ୍ଷ ୨୮ ହଜାର ଆକାଉଣ୍ଟକୁ ବ୍ୟାନ କରିଛି, ସେଥିମଧ୍ୟରୁ ୧୪ ଲକ୍ଷ ୨୪ ହଜାର ଆକାଉଣ୍ଟକୁ ପ୍ରୋଆକ୍ଟିଭ ଭାବରେ ବ୍ୟାନ କରାଯାଇଛି । ତେବେ ଏହି ସମୟରେ ହ୍ଵାଟ୍ସଆପ ୟୁଜର୍ସଙ୍କ ପାଇଁ ଏହି କାର୍ଯ୍ୟାନୁଷ୍ଠାନର କାରଣ ଜାଣିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ହ୍ୱାଟ୍ସଆପ୍ ସେହି ଆକାଉଣ୍ଟଗୁଡିକୁ ବ୍ୟାନ କରେ ଯାହା ଟର୍ମସ ଏବଂ କଣ୍ଡିସନ ବିରୁଦ୍ଧରେ ଯାଇ ଏହି ମେସେଜିଂ ଆପରେ ଆକ୍ଟିଭ ରହେ । ଏଥିରେ ଅନେକ ଜିନିଷ ଅନ୍ତର୍ଭୁକ୍ତ ରହିଛି, ଯାହା ବିଷୟରେ ଆଜି ଆମେ ଆପଣଙ୍କୁ ଜଣାଇବୁ । ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ୱାଟ୍ସଆପ୍ ଘୋଷଣା କରିଛି ଯେ ଏହା ଭାରତରେ ୭୬ ଲକ୍ଷରୁ ଅଧିକ ଆକାଉଣ୍ଟକୁ ବ୍ୟାନ କରାଯାଇଛି । ଏହାକୁ ନେଇ, ହ୍ୱାଟ୍ସଆପ୍ ନୂଆ ଆଇଟି ନିୟମ ୨୦୨୧ ଅନୁଯାୟୀ ଏହାର ଅନୁପାଳନ ରିପୋର୍ଟ ପ୍ରକାଶ କରିଛି ଯେଉଁଥିରେ ଭାରତୀୟ ୟୁଜର୍ସଙ୍କ ଆକାଉଣ୍ଟ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ସୂଚନା ପ୍ରକାଶ ପାଇଛି ।

ହ୍ୱାଟ୍ସଆପ୍ ଅନୁଯାୟୀ, ଫେବୃଆରୀ ୧ ରୁ ୨୯ ମଧ୍ୟରେ ଏହି ଆପ୍ ୭୬ ଲକ୍ଷ ୨୮ ହଜାର ଆକାଉଣ୍ଟକୁ ବ୍ୟାନ କରିଛି, ସେଥିମଧ୍ୟରୁ ୧୪ ଲକ୍ଷ ୨୪ ହଜାର ଆକାଉଣ୍ଟକୁ ପ୍ରୋଆକ୍ଟିଭ ଭାବରେ ବ୍ୟାନ କରାଯାଇଛି । ଏହି ଆକାଉଣ୍ଟଗୁଡିକ ବ୍ୟାନ କରିବା ପଛର କାରଣ ହେଉଛି ଅଭିଯୋଗ ରିପୋର୍ଟ ଗ୍ରହଣ କରିବା । ଫେବୃଆରୀ ମାସରେ ଦେଶରେ ୧୬ ହଜାର ୬୧୮ ଅଭିଯୋଗ ରିପୋର୍ଟ ଆସିଥିଲା । ହ୍ୱାଟ୍ସଆପ୍ ୟୁଜର୍ସଙ୍କ ବିଷୟରେ କହିବାକୁ ଗଲେ ବର୍ତ୍ତମାନ ଭାରତରେ ୫୦୦ ମିଲିୟନରୁ ଅଧିକ ୟୁଜର୍ସ ଅଛନ୍ତି ।

ତେବେ ଏହି ସମୟରେ ହ୍ଵାଟ୍ସଆପ ୟୁଜର୍ସଙ୍କ ପାଇଁ ଏହି କାର୍ଯ୍ୟାନୁଷ୍ଠାନର କାରଣ ଜାଣିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହା ହ୍ୱାଟ୍ସଆପ୍ ସର୍ଭିସର ଟର୍ମସ ଏବଂ କଣ୍ଡିସନ ଭାଙ୍ଗୁଛି କିମ୍ବା କୌଣସି ବିବାଦୀୟ କଣ୍ଟେଣ୍ଟ ଉପସ୍ଥାପନ କରୁଛି, ଏଥିରେ ଅନେକ ଜିନିଷ ଅନ୍ତର୍ଭୁକ୍ତ । ଉପଭୋକ୍ତାମାନେ ଜାଣିବା ଜରୁରୀ ଯେ ଯଦି ସେମାନେ କୌଣସି ସୂଚନା ସେୟାର କରୁଛନ୍ତି ତେବେ ସେମାନଙ୍କୁ ବହୁତ ସତର୍କ ହେବା ଆବଶ୍ୟକ । ଗୋଟିଏ ଭୁଲ ହେତୁ ସେମାନଙ୍କ ଆକାଉଣ୍ଟକୁ ସସପେଣ୍ଡ କରାଯାଇପାରିବ ।

ଏହା ବ୍ୟତୀତ ବିବାଦୀୟ କଣ୍ଟେଣ୍ଟ ସେୟାର କରିବା ଠାରୁ ସର୍ବଦା ଦୁରେଇ ରହିବ ଉଚିତ୍ । ଯଦି ଆପଣ ଏପରି କିଛି କରନ୍ତି ଯାହା କମ୍ପାନୀ ପଲିସିର ଉଲ୍ଲଂଘନ କରେ, ତେବେ ଆପଣଙ୍କ ଆକାଉଣ୍ଟକୁ ମଧ୍ୟ ବ୍ୟାନ କରାଯାଇପାରେ । ଥାର୍ଡ଼ ପାର୍ଟି କପିରାଇଟ୍, ଟ୍ରେଡ୍ ମାର୍କ ଏବଂ ଅନ୍ୟାନ୍ୟ ପଲିସି ଭାଙ୍ଗିବା ମଧ୍ୟ ୟୁଜର୍ସଙ୍କ ଉପରେ ମହଙ୍ଗା ପଡିପାରେ । ସାଧାରଣତଃ ଦେଖାଯାଏ ଯେ ଯଦି ସ୍କାମରମାନେ ବ୍ୟାଙ୍କ ନାମରେ ଏକ ଆକାଉଣ୍ଟ ସୃଷ୍ଟି କରି ୟୁଜର୍ସଙ୍କୁ ଠକିବାକୁ ଚେଷ୍ଟା କରନ୍ତି, ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ।

ଏଭଳି ପରିସ୍ଥିତିରେ ହ୍ଵାଟ୍ସଆପର ଟର୍ମସ ଏବଂ କଣ୍ଡିସନ ଭାଙ୍ଗିବା ପାଇଁ ମଧ୍ୟ ୟୁଜର୍ସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ । ତେଣୁ ସତର୍କତାର ସହ ହ୍ଵାଟ୍ସଆପ ବ୍ୟବହାର କରନ୍ତୁ ଏବଂ ଯଥାସମ୍ଭବ ବିବାଦୀୟ କଣ୍ଟେଣ୍ଟ ସେୟାର କରନ୍ତୁ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.