ଶୋଚନୀୟ ଭାବେ ହାରିବ ଋଷି ସୁନକଙ୍କ ପାର୍ଟି, ନିର୍ବାଚନ ପୂର୍ବରୁ ନୂଆ ସର୍ଭେରେ ଆଶ୍ଚର୍ଯ୍ୟଜନକ ଦାବି

ବ୍ରିଟେନରେ ଚଳିତ ବର୍ଷ ହୋଇପାରେ ସାଧାରଣ ନିର୍ବାଚନ । ନିକଟରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ନିଜେ ସଙ୍କେତ ଦେଇଥିଲେ ଯେ ଚଳିତ ବର୍ଷ ଶେଷରେ ନିର୍ବାଚନ ହୋଇପାରେ ।

ଚଳିତ ବର୍ଷ ବ୍ରିଟେନରେ ହୋଇପାରେ ସାଧାରଣ ନିର୍ବାଚନ । ନିକଟରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ନିଜେ ସଙ୍କେତ ଦେଇଥିଲେ ଯେ ଚଳିତ ବର୍ଷ ଶେଷରେ ନିର୍ବାଚନ ହୋଇପାରେ । ଏହାରି ଭିତରେ ନିର୍ବାଚନ ପୂର୍ବରୁ ଏକ ସର୍ଭେ ରିପୋର୍ଟ ସାମ୍ନାକୁ ଆସିଛି, ଯେଉଁଥିରେ ଆଶ୍ଚର୍ଯ୍ୟଜନକ ଦାବି କରାଯାଇଛି ।

ନିର୍ବାଚନ ସମ୍ପର୍କରେ ହୋଇଥିବା ଏହି ସର୍ଭେରେ କୁହାଯାଇଛି ଯେ ଆଗାମୀ ସାଧାରଣ ନିର୍ବାଚନରେ ବ୍ରିଟିଶ ପିଏମ୍‌ ଋଷି ସୁନକଙ୍କୁ ଝଟ୍‌କା ଲାଗିପାରେ । ୧୮ ହଜାରରୁ ଅଧିକ ଲୋକଙ୍କ ମତାମତ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି ।

ସର୍ଭେରେ ସୁନକଙ୍କ ନେତୃତ୍ୱାଧୀନ ଶାସକ କଞ୍ଜର୍ଭେଟିଭ୍‌ ପାର୍ଟିର ପରାଜୟ ନେଇ ଭବିଷ୍ୟବାଣୀ କରାଯାଇଛି । ଏଥିରେ ବିରୋଧୀ ଲେବର ପାର୍ଟି ୪୦୩ ଆସନ ଜିତିବାର ଅନୁମାନ ଲଗାଯାଇଛି, ଯାହା ସଂଖ୍ୟାଗରିଷ୍ଠତା ପାଇଁ ଆବଶ୍ୟକ ୩୨୬ ଆସନ ଠାରୁ ଅଧିକ ।

ବୁଧବାର YouGov ଦ୍ୱାରା ୧୮,୦୦୦ ଲୋକଙ୍କ ମତାମତ ଉପରେ ଏହି ସର୍ଭେ କରାଯାଇଛି । ଏଥିରେ କୁହାଯାଇଛି ଯେ ଆକଳନରୁ ଜଣାପଡିଛି, ବ୍ରିଟିଶ ପିଏମ୍‌ ଋଷି ସୁନକଙ୍କ ଲୋକପ୍ରିୟତା ହ୍ରାସ ପାଇଛି । କେବଳ ଏତିକି ନୁହେଁ, ୧୯୯୭ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଜନ୍ ମେଜରଙ୍କ ଶାସନକାଳ ଠାରୁ ମଧ୍ୟ ଏହି ପରାଜୟ ଅତ୍ୟନ୍ତ ଖରାପ ହେବ । ଯେତେବେଳେ କି, ଟୋନି ବ୍ଲେୟାରଙ୍କ ନେତୃତ୍ୱାଧୀନ ଲେବର ପାର୍ଟି ତାଙ୍କୁ ପରାସ୍ତ କରିଥିଲା । ବ୍ଲେୟାର ୬୫୯ ହାଉସ ଅଫ୍ କମନ୍ସ ଆସନ ମଧ୍ୟରୁ ୪୧୮ଟି ଆସନ ଜିତିଥିଲେ ।

ସୂଚନାଯୋଗ୍ୟ ଯେ YouGov ପୂର୍ବରୁ ନିକଟରେ ବେଷ୍ଟ ଫର୍‌ ବ୍ରିଟେନର ସର୍ଭେ ମଧ୍ୟ ପ୍ରକାଶ ପାଇଥିଲା । ଏଥିରେ କୁହାଯାଇଥିଲା ଯେ ପ୍ରଧାନମନ୍ତ୍ରୀ ସୁନକ ନିଜ ଆସନକୁ ମଧ୍ୟ ବଞ୍ଚାଇ ପାରିବେ ନାହିଁ । ଶାସକ କଞ୍ଜର୍ଭେଟିଭ ପାର୍ଟି ସାଧାରଣ ନିର୍ବାଚନରେ ବଡ଼ ପରାଜୟର ସମ୍ମୁଖୀନ ହୋଇପାରେ । ବେଷ୍ଟ ଫର୍‌ ବ୍ରିଟେନ ଏହି ସର୍ଭେ ପୂର୍ବରୁ ୧୫,୦୨୯ ଲୋକଙ୍କ ମତ ନେଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.