Below header

ଆସିଲା Asusର ୩ଟି ନୂଆ ମଡେଲ ସ୍ମାର୍ଟଫୋନ, ଜାଣନ୍ତୁ କଣ ରହିଛି ନୂଆ ଫିଚର୍ସ

ଭାରତରେ ଲଞ୍ଚ ହୋଇଛି ଆସସ୍‌ ର ନୂଆ ଗେମିଙ୍ଗ ସ୍ମାର୍ଟଫୋନ Asus ROG Phone 5। ଗୋଟିଏ ଦିନରେ କମ୍ପାନୀ ୩ଟି ସ୍ମାର୍ଟ ଫୋନ ଲଞ୍ଚ କରିଛି। ROG Phone 5, Phone 5 pro, ROG Phone 5 Ultimate (Limited) ସ୍ମାର୍ଟଫୋନ ଲଞ୍ଚ ହୋଇଛି , ଯେଉଁଥିରେ 144Hz ରେଟର ସାମସଙ୍ଗର ଏମ୍‌ଲେଡ ଡିସପ୍ଲେ ରହିଛି। ଏହା ROG Phone 3 ଠାରୁ 23% ବ୍ରାଇଟନେସ ରହିଛି। ROG Phone 5ରେ ସ୍ନାପଡ୍ରେଗନ 888 ପ୍ରୋସେସର ରହିଛି।

Asus ROG Phone 5ର 8gb ରାମ୍‌ ଏବଂ 128gb ର ଷ୍ଟୋରେଜ ରହିଛି, ଯାହାର ମୂଲ୍ୟ ୪୯,୯୯୯ ଟଙ୍କା ରହିଛି । ସେହିପରି 12gb ରାମ୍‌ ସହ 256gb ଷ୍ଟୋରେଜ ରହିଛି , ଯାହାର ମୂଲ୍ୟ ୫୭,୯୯୯ ଟଙ୍କା ରହିଛି। Asus ROG Phone 5 pro ରେ 16gb ରାମ୍‌ ଏବଂ 512gb ଷ୍ଟୋରେଜ ରହିଛି,ଏହାର ମୂଲ୍ୟ ରହିଛି ୬୯,୯୯୯ ଟଙ୍କା। ROG Phone 5 Ultimate ରେ 18gb ରାମ୍‌ ଏବଂ 512gb ଷ୍ଟୋରେଜ ରହିଛି, ଯାହାର ମୂଲ୍ୟ ୭୯,୯୯୯ ଟଙ୍କା ରହିଛି।

ଫୋନରେ ଆଣ୍ଡ୍ରଏଡ଼ 11ର ROG UI ଏବଂ Zen UI କଷ୍ଟମ ଇଣ୍ଟରଫେସ ଦିଆଯାଇଛି। ଏହା ବ୍ୟତୀତ ଫୋନରେ 6.78 ଇଞ୍ଚର ଏଚଡି ପ୍ଲସ ଡିସପ୍ଲେ ରହିଛି ଯାହାର ରିଜଲ୍ୟୁସନ 1080*2448 ପିକ୍ସଲ ସହ ରିଫ୍ରେଶ ରେଟ 144Hz ରହିଛି। ଏହାର ବ୍ରାଇଟନେସ 1200 ନେଟ୍ସ । ସ୍ନାପଡ୍ରାଗନ 888 ପ୍ରୋସେସର, ଗ୍ରାଫିକ୍ସ ପାଇଁ Adreno 660 GPU , 18gbର LPDDR5 ରାମ୍‌ ଏବଂ 512GB ପର୍ଯ୍ୟନ୍ତ ଷ୍ଟୋରେଜ ରହିଛି।
ଫୋନରେ ଟ୍ରିପଲ ରିଅର କ୍ୟାମେରା ସହ 64 ମେଗାପିକ୍ସଲର ସୋନୀ IMX686 ସେଂସର ଅଛି। ଅନ୍ୟପଟେ 13 ଏବଂ 5 ମେଗାପିକ୍ସଲର ମାକ୍ରୋ ସୁଟର ସହ 24 ମେଗାପିକ୍ସଲର ଫ୍ରଣ୍ଟ କ୍ୟାମେରା ରହିଛି।

ନେଟଓ୍ଵାର୍କ ପାଇଁ 5G 4G LITEM WIFI 6, ବ୍ଲୁଟୁଥ 5.0, GPS/A-GPS , NFC, USB ଟାଇପ ସି-ପୋର୍ଟ ଏବଂ 3.5mm ର ହେଡଫୋନ ରହିଛି । ପୋଗୋ ପିନ କନେକ୍ଟର ମଧ୍ୟ ରହିଛି। ଏହାର ଓଜନ 238 ଗ୍ରାମ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.