କୋରାପୁଟ: ନନ୍ଦପୁର ପାତାଳି ନଦୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ

କୋରାପୁଟ(କେନ୍ୟୁଜ୍): ନନ୍ଦପୁର ଗାଁରେ ଅଘଟଣ। ପାତାଳି ନଦୀରେ ବୁଡ଼ି ୨ ନାବାଳିକାଙ୍କ ମ୍‌ତ୍ୟୁ ହୋଇଛି। ମୃତ ୨ ନାବାଳିକା ହେଲେ ପଡୋଇ ସିଁ ଗ୍ରାମର ୧୦ ବର୍ଷର ନାବାଳିକା ଅନିତା ଖିଲ ଓ ଅନ୍ୟଜଣକ ହେଲେ ପାଡୁଆ ଥାନା ଗୋଲୁର ପଞ୍ଚାୟତ ତାମଡିଙ୍ଗ ଗାଁର ଦେଲୁ ଖିଲ ବୋଲି ଜଣା ପଡିଛି । ମିଳିଥିବା  ସୂଚନା ମୁତାବକ ଉଭୟ ମାଛ ଧରିବାକୁ ନିକଟସ୍ଥ ପାତାଳି ନଦୀକୁ  ଯାଇଥିଲେ ।

କିଛି ସମୟ ପରେ ଘର ଲୋକ ଖୋଜାଖୋଜି କରିବା ପରେ ଉଭୟଙ୍କୁ  ପାଇନଥିଲେ। ପରେ ସ୍ଥାନୀୟ ବାସିନ୍ଦା ପାତାଳି ନଦୀରେ ସେମାନଙ୍କ ଭାସୁଥିବା ମରଶରୀରକୁ ଉଦ୍ଧାର କରିଥିଲେ।  ତେବେ ନଦୀରେ ନାବାଳିକା ଦୁଇଜଣଙ୍କର ଗୋଡ଼ ଖସିଯିବାରୁ ମୃତ୍ୟୁ ବରଣ କରିଥିବା  ସ୍ଥାନୀୟ ବାସିନ୍ଦା ସନ୍ଦେହ କରୁଛନ୍ତି ।