ସାବଧାନ ! ହ୍ୱାଟ୍ସଆପରେ ‘ଗୁଡ ମର୍ଣ୍ଣିଂ’ ମେସେଜ୍ ପଠାଉଛନ୍ତି କି ? ସବୁଦିନ ପାଇଁ ବନ୍ଦ ହୋଇଯିବ ଆକାଉଣ୍ଟ

ହ୍ୱାଟ୍ସଆପ୍ ହେଉଛି ଦୁନିଆର ସବୁଠାରୁ ଲୋକପ୍ରିୟ ମେସେଜିଂ ଆପ୍ । ଆପଣ ନିଶ୍ଚିତ ଭାବରେ ପ୍ରତ୍ୟେକ ବ୍ୟକ୍ତିଙ୍କ ମୋବାଇଲରେ ହ୍ୱାଟ୍ସଆପ୍ ଦେଖିବାକୁ ପାଇବେ। ଏଥିରେ ଚାଟିଂ ଅତି ସହଜରେ କରାଯାଇଥାଏ, ଏହା ସହିତ ଆପଣ ଏଥିରେ ଅଡିଓ କଲ୍ ଏବଂ ଭିଡିଓ କଲ୍ ମଧ୍ୟ କରିପାରିବେ। ହ୍ୱାଟ୍ସଆପରେ ଆପଣଙ୍କ ବନ୍ଧୁ ବା ପରିବାର ଲୋକଙ୍କୁ ମେସେଜ୍ କରିବା ସହିତ ସେମାନଙ୍କ ମେସେଜର ରିପ୍ଲାଇ ମଧ୍ୟ କରିପାରିବେ । ତଥାପି ଆପଣ ହୁଏତ ଜାଣି ନଥିବେ ଯେ ଯଦି ହ୍ୱାଟ୍ସଆପ୍ ରେ ଅଧିକ ମେସେଜ ପଠାଯାଏ, ତେବେ ଆପଣଙ୍କ ଆକାଉଣ୍ଟ ମଧ୍ୟ ସବୁଦିନ ପାଇଁ ବନ୍ଦ ହୋଇଯିବ। ଯଦି ଆପଣ ଚିନ୍ତା କରୁଛନ୍ତି କି କୌଣସି ଆପତ୍ତିଜନକ ମେସେଜ୍ ପଠାଇଲେ ହିଁ ଏମିତି ହେବ ତେବେ ଆପଣ ଭୁଲ୍ ଭାବୁଛନ୍ତି । ଲୋକଙ୍କୁ ‘Good Morning’ ମେସେଜ୍ ପଠାଇଲେ ମଧ୍ୟ ଆପଣଙ୍କ ଆକାଉଣ୍ଟ ସବୁଦିନ ପାଇଁ ବନ୍ଦ ହୋଇପାରେ ।

ଆପଣ ବୋଧହୁଏ ପୂର୍ବରୁ ଏହି ବିଷୟରେ ଅବଗତ ହୋଇନଥିବେ, କିନ୍ତୁ ଯଦି ଆପଣ ସମାନ ପ୍ରକାରର ମେସେଜ ବାରମ୍ବାର ଅନେକ ଲୋକଙ୍କୁ ପଠାନ୍ତି, ତେବେ ଆପଣଙ୍କର ଆକାଉଣ୍ଟ ବ୍ୟାନ ହୋଇଯିବ। କମ୍ପାନୀ ଏହାକୁ ସ୍ପାମ୍ ବୋଲି ମାନିଥାଏ ଏବଂ ଆପଣଙ୍କ ହ୍ୱାଟ୍ସଆପ୍ ଆକାଉଣ୍ଟ ବ୍ୟାନ୍ ମଧ୍ୟ କରିପାରେ । କେବଳ ଏତିକି ନୁହେଁ ଅନେକ ମେସେଜ ଅଛି ଯାହାକୁ ଯଦି ଆପଣ ବାରମ୍ବାର ପଠାନ୍ତି, ଆପଣଙ୍କ ଆକାଉଣ୍ଟ ବନ୍ଦ ହୋଇଯିବ ଯାହାକୁ ଆପଣ ଜାଣିପାରିବେ ନାହିଁ।

ଏହି ମାମଲାରେ ମଧ୍ୟ ଆପଣଙ୍କ ଆକାଉଣ୍ଟ ସନ୍ଦେହ ଘେରକୁ ଆସିଥାଏ । କମ୍ପାନୀ ଆପଣଙ୍କ ଆକାଉଣ୍ଟ ଉପରେ ନଜର ରଖେ । ଯଦି ଆପଣ ବାରମ୍ବାର ସେହିପରି ମେସେଜ୍ ପଠାନ୍ତି ତେବେ ଶେଷରେ କମ୍ପାନୀ ଆପଣଙ୍କ ଆକାଉଣ୍ଟକୁ ବ୍ୟାନ୍ କରିପାରେ । ତେଣୁ ଏଭଳି କାର୍ଯ୍ୟକଳାପରୁ ଆପଣଙ୍କୁ ବିରତ ରହିବା ଉଚିତ୍ । ଏପରିକି ଯଦି ଆପଣ ବିନା ଅନୁମତିରେହ୍ୱାଟ୍ସଆପ୍ ଗ୍ରୁପ୍ ରେ କାହାକୁ ଯୋଡନ୍ତି, ତେବେ ଆପଣଙ୍କର ଆକାଉଣ୍ଟକୁ ବନ୍ଦ କରାଯାଇପାରିବ। ସେହିପରି କମ୍ପାନୀ କହିଛି ଯେ ଯଦି କେହି ଆପଣଙ୍କୁ ହ୍ୱାଟ୍ସଆପ୍ ରେ ସେଜ୍ କରିବାକୁ ମନା କରନ୍ତି ଓ ଆପଣ ଏହାକୁ ନ ମାନି ବାରମ୍ବାର ମେସେଜ କରୁଛନ୍ତି ତେବେ ହ୍ୱାଟ୍ସଆପ୍ ଆକାଉଣ୍ଟ ବ୍ୟାନ ହୋଇଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.