Below header

୧୭ଟି ସ୍ପୋଟର୍ସ ମୋଡ ସହିତ BoAt ଲଞ୍ଚ କଲା ଓ୍ଵାଟରପ୍ରୁଫ ସ୍ମାର୍ଟଓ୍ଵାଚ BoAt Watch Mystiq, କମ୍‌ ଦାମରେ ମିଳିବ ଜବରଦସ୍ତ ଫିଚର୍ସ

ସ୍ମାର୍ଟଓ୍ଵାଚ ଏବଂ ହେଡଫୋନ ନିର୍ମାତା କମ୍ପାନୀ BoAt ପକ୍ଷରୁBoAt Watch Mystiq ସ୍ମାର୍ଟଓ୍ଵାଚକୁ ଭାରତରେ ଲଞ୍ଚ ହେବାକୁ ଯାଉଛି। ଏହି ସ୍ମାର୍ଟଓ୍ଵାଚର ଡିଜାଇନ ଏବଂ ଫିଚର୍ସ ଜବରଦସ୍ତ ରହିଛି। BoAt Watch Mystiq ର ଦାମ୍‌ ୨,୯୯୯ ଟଙ୍କା ରହିଛି। ସ୍ମାର୍ଟଓ୍ଵାଚରେ ବଡ ଡିସପ୍ଲେ, ଅଧିକ ଥିମ୍ସ ଏବଂ ଅନେକ ଜବରଦସ୍ତ ଫିଚର୍ସ ରହିଛି। BoAt Watch Mystiq ଡିସେମ୍ବର ୧୫ ତାରିଖରେ ୧୨ଟାରେ ଆମାଜନ ଇଣ୍ଡିଆରେ ଲଞ୍ଚ ହେବ।

ଏହି ସ୍ମାର୍ଟଓ୍ଵାଚରେ କ୍ୟାପାସିଟିଭ ଟଚସ୍କ୍ରିନ ସହିତ ୧.୫୭ ଇଞ୍ଚର ଏଚଡି ଡିସପ୍ଲେ ରହିଛି। ଏହାସହିତ ସ୍ମାର୍ଟଓ୍ଵାଚକୁUI ରେନେଭିଗେଟ୍‌ କରିବା ପାଇଁ ସାଇଡରେ କ୍ରାଉନ ବଟନ ମଧ୍ୟ ରହିଛି। ସ୍ମାର୍ଟଓ୍ଵାଚରେ କ୍ଲାଉଡ ଆଧାରିତ ସ୍କ୍ରିନ ଏବଂ ଥିମ୍‌ ସପୋର୍ଟ ରହିଛି। ଯାହାକୁ ଆପ୍ଲିକେସନ ମାଧ୍ୟମରେ ଆକ୍ସେସ କରିପାରିବେ।

BoAt Watch Mystiq ଫିଟନେସ ସ୍ମାର୍ଟଓ୍ଵାଚରେ ରିଅଲ ଟାଇମ ହାର୍ଟରେଟ ମନିଟର, SpO2 ସେନ୍ସର, ସ୍ଲିପ ମନିଟରିଂ, ଷ୍ଟ୍ରେସ ମନିଟର ଭଳି ସ୍ୱାସ୍ଥ୍ୟ ଏବଂ ଫିଟନେସ ସମ୍ବନ୍ଧୀୟ ସୁବିଧା ରହିଛି। ଏହାଛଡା ସ୍ମାର୍ଟଓ୍ଵାଚରେ ଫାଷ୍ଟ ଓ୍ଵାକ, ଏରୋବିକ୍ସ, କ୍ଲାଇମ୍ବିଂ, ଟେନିସ, ବାସ୍କେଟବଲ, ସାଇକେଲିଂ, ଡ୍ୟାନ୍ସ, ସୁଇମିଂ, ଯୋଗ, ବ୍ୟାଡମିଣ୍ଟନ ଏବଂ ସିଯ୍‌ ଅପ୍ସ ସହିତ ୧୭ଟି ସ୍ପୋର୍ଟସ ମୋଡସ ରହିଛି।

smart
Photo credit: Tech Loverrs

ଏଥିରେ ହାଇ ଡେନସିଟି ଇଣ୍ଟଭର ଟ୍ରେନିଂ HIIT ମୋଡ ରହିଛି। ଯାହା ଏକ ଆନିମେଟେଡ ପର୍ସନଲ ଟ୍ରେନର ଭଳି କାମ କରିଥାଏ। ଯାହା ଷ୍ଟେପ ବାଏ ଷ୍ଟେପ ୟୁଜର୍ସଙ୍କୁ ଏକ୍ସରସାଇଜ ଜରିଆରେ ଗାଇଡ୍‌ କରିଥାଏ। ଏହି ସ୍ମାର୍ଟଓ୍ଵାଚରେ ଅନ୍ୟ କିଛି ଦମଦାର ଫିଚର୍ସ ରହିଛି। ଏହାକୁ ଥରେମାତ୍ର ଚାର୍ଜ କରିବା ଦ୍ୱାରା ୭ ଦିନ ପର୍ଯ୍ୟନ୍ତ ବ୍ୟାଟେରୀ ବ୍ୟାକ୍‌ଅପ୍‌ ଦେଇଥାଏ। ଫୋନରେ ମିରରିଂ ନୋଟିଫିକେସନ, ମ୍ୟୁଜିକ ଏବଂ କ୍ୟାମେରା କଣ୍ଟ୍ରୋଲ, ଧୂଳି ପ୍ରତିରୋଧ କ୍ଷମତା ମଧ୍ୟ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.