କରଞ୍ଜିଆ ବନଖଣ୍ଡରେ ଥମୁନି ହାତୀ ଆତଙ୍କ: ଭାଙ୍ଗୁଛନ୍ତି ଘର, ଖାଇ ନଷ୍ଟ କରୁଛନ୍ତି ଫସଲ

କରଞ୍ଜିଆ(କେନ୍ଯଜ୍) : କରଞ୍ଜିଆ ଉପଖଣ୍ଡରେ ଥମୁ ନାହିଁ ହାତୀ ଉପଦ୍ରବ । ଦୀର୍ଘ କିଛି ମାସ ହେଲାଣି ଚିନ୍ତା ବଢ଼େଇ ଦେଇଛନ୍ତି ହାତୀପଲ । କେତେ ବେଳେ ଧାନ ଫସଲ ନଷ୍ଟ କରୁଛନ୍ତି ଆଉ କେତେ ଘର ଭାଙ୍ଗୁଛନ୍ତି ୨୬ଟିକିଆ ହାତୀପଲ । ଏବେ କରଞ୍ଜିଆ ଉପଖଣ୍ଡରେ ମୁଖ୍ୟ ସମସ୍ୟା ଭାବରେ ଦେଖା ଦେଇଛି ହାତୀ ଉପଦ୍ରବ। ବନଭିଭାଗ ସବୁ ଉଦ୍ୟମ ପରେ କରଞ୍ଜିଆ ବନଖଣ୍ଡରୁ ହାତୀ ଘଉଡାଇବା କଷ୍ଟ  ହୋଇପଡିଛି ।

ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡକୁ ବର୍ଷରେ ଅନେକ ଦିନ ଝାରଖଣ୍ଡ ଓ କେନ୍ଧୁଝର ପଟୁରୁ ହାତୀ ଆସିଥାନ୍ତି। ୨୬ ଟିଆ ହାତୀ ଯୋଗୁଁ କରଞ୍ଜିଆ ,ଠାକୁରମୁଣ୍ଡା, ଶୁକୃଳି, ରରୁଆ ବ୍ଳକ ର ଦୁଇଶହରୁ ଉର୍ଦ୍ଧ୍ବ ଗାଁ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଏହି ହାତୀପଲ ଦିନ ବେଳେ ଜଙ୍ଗଲରେ ରହୁଥିବା ବେଳେ ସନ୍ଧ୍ୟା ସମୟରେ ଗାଁ ଅଭିମୁଖେ ଆସି ଅନେକ କ୍ଷୟକ୍ଷତି କରିଥାନ୍ତି । ଗତକାଲି ବିଳମ୍ବିତ ରାତ୍ରରେ ତାଳପଦା ଗ୍ରାମର ମସୋ ହୋଙ୍କ ଘର ଭାଙ୍ଗି ବା ସହ ୨କୁଇଣ୍ଟାଲ ୫୦ କିଲୋ ଚାଉଳ, ଧାନ ୪ ବସ୍ତା ଖାଇ ଦେଇଛନ୍ତି ।

ଏହି ଗାଁର , ସାନ୍ତାଳ ହୋ ଓ ଟୁକୁ ହୋଙ୍କ  ଭାଙ୍ଗି ଥିଲାବେଳେ, କାଜୁ ବଗିଚା ଭାଙ୍ଗି ନଷ୍ଟ କରିଛନ୍ତି ହାତୀପଲ । ଏବେ ହାତୀପଲ ଠାକୁରମୁଣ୍ଡା ରେଞ୍ଜ ଅଧୀନରେ ଥିବା ପଡିଆ ବେଡା ଜଙ୍ଗଲରେ ଥିବା ଠାକୁରମୁଣ୍ଡା ରେଞ୍ଜ ଅଫିସର କିଶୋର ପାଣିଗ୍ରାହୀ ସୂଚନା ଦେଇଛନ୍ତି । ଦିନବେଳେ ହାତୀପଲ ଜଙ୍ଗଲରେ ରହୁଥିବା ବେଳେ ସନ୍ଧ୍ୟା ହେଲେ ଗାଁ ଅଭିମୁଖେ ଆସି ଧାନ ଫସଲ ଖାଇବା ସହିତ ବ୍ୟାପକ କ୍ଷୟକ୍ଷତି କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.