Below header

ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ବଡ ଖବର: ଏହି ବର୍ଗର ନାଗରିକଙ୍କୁ ମିଳିବ ନାହିଁ ଟ୍ରେନ୍ ଭଡାରେ ରିହାତି

ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ବଡ ଖବର । ଏଣିକି ବରିଷ୍ଠ ନାଗରିକଙ୍କୁ ବି ମିଳିବନି ରେଳ ଟିକେଟରେ ରିହାତି । ଏଥିସହିତ ଅନ୍ୟ ଯାତ୍ରୀଙ୍କୁ ବି ରିହାତି ମୂଲ୍ୟରେ ଟିକେଟ୍ ଦିଆଯିବ ନାହିଁ । କେନ୍ଦ୍ର ରେଳବାଇ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସଂସଦରେ ଏହି ସୂଚନା ଦେଇଛନ୍ତି । ସଂସଦର ଚାଲିଥିବା ଶୀତକାଳୀନ ଅଧିବେଶନରେ ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ସେ କହିଛନ୍ତି ଯେ COVID ମହାମାରୀ ଏବଂ ପ୍ରୋଟୋକଲକୁ ଦୃଷ୍ଟିରେ ରଖି କେତେକ ଶ୍ରେଣୀର ଯାତ୍ରୀଙ୍କ ଭଡାରେ ଏହି ରିହାତି ଆଉ ଛାଡ କରାଯିବ ନାହିଁ ।

ତେବେ କରୋନା ମହାମାରୀ ପୂର୍ବରୁ ସିନିୟର ସିଟିଜେନଙ୍କୁ ରେଳବାଇ ଅନେକ ପ୍ରକାର ରିହାତି ପ୍ରଦାନ କରୁଥିଲା । କିନ୍ତୁ ଲକଡାଉନ୍ ଏବଂ ସଟଡାଉନ୍ ପାଇଁ ରେଳ ଚଳାଚଳ ଦୀର୍ଘଦିନ ପାଇଁ ବନ୍ଦ ହୋଇ ରହିଥିଲା । କଟକଣା ହଟିବା ପରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ୍ ହେଲା ସତ, କିନ୍ତୁ ସମସ୍ତ ଟ୍ରେନକୁ ସ୍ପେସାଲ ବା ଫେଷ୍ଟିବାଲ ସ୍ପେସାଲ ନାଁରେ ଚଲାଗଲା । ଯାହାକୁ ନେଇ ଯାତ୍ରୀଙ୍କୁ ଏବେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ।

ସୂଚନା ଅନୁସାରେ COVID ପ୍ରୋଟୋକଲକୁ ଦୃଷ୍ଟିରେ ରଖି ୨୦ ମାର୍ଚ୍ଚ ୨୦୨୦ ରୁ ସମସ୍ତ ଶ୍ରେଣୀର ଯାତ୍ରୀଙ୍କୁ ଏହି ରିହାତି ପ୍ରଦାନ କରାଯାଇଥିଲା । ରେଳମନ୍ତ୍ରୀ କହିଛନ୍ତି ଯେ ମହାମାରୀ COVID ପ୍ରୋଟୋକଲ୍ ହେତୁ ରେଳବାଇର ଚାରିଟି ବର୍ଗ ଦିବ୍ୟାଙ୍ଗ ଯାତ୍ରୀ ମାନଙ୍କ ପାଇଁ , ୧୧ ଟି ବର୍ଗ ରୋଗୀ ଏବଂ ଛାତ୍ରଙ୍କ ବ୍ୟତୀତ ଏହି ରିହାତି ଟିକେଟ୍ ସୁବିଧା ପ୍ରତ୍ୟାହାର କରାଯାଇଛି।

ରେଳବାଇ ନିୟମ ଅନୁଯାୟୀ, ଯଦି କୌଣସି ମହିଳାଙ୍କ ବୟସ ୫୮ ବର୍ଷରୁ ଅଧିକ ଏବଂ ପୁରୁଷଙ୍କ ବୟସ ୬୦ ବର୍ଷରୁ ଅଧିକ ତେବେ ସେହିମାନଙ୍କୁ ବରିଷ୍ଠ ନାଗରିକ ଶ୍ରେଣୀରେ ଗଣାଯିବ । ଏହି ନିୟମ ଅନୁସାରେ ପୂର୍ବରୁ ବରିଷ୍ଠ ମହିଳା ଯାତ୍ରୀଙ୍କୁ ଟ୍ରେନ୍ ଭଡା ୫୦ ପ୍ରତିଶତ ଛାଡ ହେଉଥିବା ବେଳେ ପୁରୁଷଙ୍କୁ ୪୦ ପ୍ରତିଶତ ଛାଡ କରାଯାଉଥିଲା । କିନ୍ତୁ ବର୍ତ୍ତମାନ ଏହି ସୁବିଧାକୁ ବନ୍ଦ କରିଦିଆଯାଇଛି ।

ବର୍ତ୍ତମାନ ଏହି ସୁବିଧା ଭାରତୀୟ ରେଳବାଇ ବରିଷ୍ଠ ନାଗରିକ, ଛାତ୍ର, କ୍ରୀଡ଼ାବିତ୍, ମେଡିକାଲ୍ ପ୍ରଫେସନାଲ୍ ଇତ୍ୟାଦି ୫୩ ଟି ବର୍ଗପାଇଁ ରିହାତି ପ୍ରଦାନ କରିଛି । ଏଥିସହିତ କେବଳ ଛାତ୍ର ଏବଂ ନିର୍ଦ୍ଦିଷ୍ଟ ଚିକିତ୍ସା ଅବସ୍ଥା ଥିବା ଲୋକମାନେ ଏହି ରିହାତି ପାଇଁ ଯୋଗ୍ୟ ଅଟନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.