boat ଲଞ୍ଚ କଲା eSIMର ନୂଆ ସ୍ମାର୍ଟୱାଚ୍, ବିଲ୍ଟ-ଇନ୍ ଜିପିଏସ୍ ସହ ମିଳିବ ଦମଦାର ଫିଚର୍ସ

BoAtର ଅନ୍ୟ ସ୍ମାର୍ଟୱାଚ୍ ତୁଳନାରେ Lunar Pro LTE ଭିନ୍ନ, କାରଣ ଏଥିରେ eSIM ବ୍ୟବହାର କରି LTE କଲିଂ କରାଯାଇପାରିବ । ବର୍ତ୍ତମାନ ଆପଣ ବିନା ଫୋନରେ ମଧ୍ୟ କଲ୍ ଏବଂ ମେସେଜ୍ କରିପାରିବେ ।

boAt ନିକଟରେ ଏହାର ପ୍ରଥମ ସ୍ମାର୍ଟୱାଚ୍ lunar pro lte ଲଞ୍ଚ କରିଛି । ଏହା ହେଉଛି ପ୍ରଥମ boAt ସ୍ମାର୍ଟ ୱାଚ୍ ଯେଉଁଥିରେ eSIM ସପୋର୍ଟ ଅଛି । ଏଥିରେ ଗୋଲ ଡିଜାଇନ୍ ସହିତ ଦୁଇଟି ବଟନ୍ ଅଛି, ଯାହା ଏହାକୁ ଷ୍ଟାଇଲିସ୍ ଏବଂ ଦମଦାର କରୁଛି । ବର୍ତ୍ତମାନ କମ୍ପାନୀ ଅଫିସିଆଲି ଏହି ସ୍ମାର୍ଟ ୱାଚକୁ ଭାରତୀୟ ବଜାରରେ ସେଲ୍‌ କରିବା ଆରମ୍ଭ କରିଛି । ତେବେ ଆସନ୍ତୁ ଜାଣିବା boAt Lunar Pro LTE ର ଦାମ ଏବଂ ଫିଚର କଣ ରହିଛି ।

BoAtର ଅନ୍ୟ ସ୍ମାର୍ଟୱାଚ୍ ତୁଳନାରେ Lunar Pro LTE ଭିନ୍ନ, କାରଣ ଏଥିରେ eSIM ବ୍ୟବହାର କରି LTE କଲିଂ କରାଯାଇପାରିବ । ବର୍ତ୍ତମାନ ଆପଣ ବିନା ଫୋନରେ ମଧ୍ୟ କଲ୍ ଏବଂ ମେସେଜ୍ କରିପାରିବେ । ସବୁଠାରୁ ବଡ଼ କଥା ହେଉଛି BoAt Jio ସହିତ ପାର୍ଟନରସିପ୍‌ କରିଛି, ତେଣୁ ଜିଓ ୟୁଜର୍ସ ଏହି ଫିଚରର ଲାଭ ଉଠାଇ ପାରିବେ । ଖୁବଶୀଘ୍ର ଏୟାରଟେଲ୍ ୟୁଜର୍ସମାନେ ମଧ୍ୟ ଏହି ଫିଚରର ଲାଭ ଉଠାଇ ପାରିବେ ।

boAt Lunar Pro LTE ସ୍ପେସିଫିକେସନ୍‌ :
ଏହି ଫୋନରେ ୧.୩୯ ଇଞ୍ଚର AMOLED ସ୍କ୍ରିନ ରହିଛି । ଏହି ସ୍ମାର୍ଟୱାଚ୍ ରେ ହେଲ୍ଥ ଫ୍ରିକ୍‌ ରହିଛି, ଯାହା ହାର୍ଟବିଟ୍‌, ଅକ୍ସିଜେନ୍‌ ଲେଭଲ୍‌, ପିରିୟଡ୍ସ, ସ୍ଲିପ୍‌ ଟ୍ରାକ୍‌ ବ୍ୟତୀତ ଏଥିରେ ୧୦୦ରୁ ଅଧିକ ସ୍ପୋର୍ଟ୍ସ ମୋର୍ଡ ରହିଛି । ଏଥିରେ ବିଲ୍ଟ-ଇନ୍ ଜିପିଏସ୍ ଅଛି, ଯାହା ଆପଣଙ୍କ ଲୋକେସନ୍‌ କୁ ଟ୍ରାକ୍ କରେ । ଏହି ସ୍ମାର୍ଟୱାଚ୍ ରେ IP68 ରେଟିଂ ରହିଛି ଯାହା ଧୂଳି ଏବଂ ପାଣିରୁ ଏହାକୁ ରକ୍ଷା କରିଥାଏ । ଏହାର ବ୍ୟାଟେରୀ ସାଧାରଣ ବ୍ୟବହାରରେ ୭ ଦିନ ଧରି ଚାଲିବ ଏବଂ ଇ-ସିମ୍ କଲିଂ ସହିତ ୨ ଦିନ ପର୍ଯ୍ୟନ୍ତ ଚାଲିବ ।

boAt Lunar Pro LTE ସ୍ମାର୍ଟୱାଚ୍ ମାତ୍ର ୯,୯୯୯ ଟଙ୍କାରେ ମିଳୁଛି । ଏହା ଷ୍ଟାଇଲିସ୍‌ ବ୍ଲାକ୍‌ ଏବଂ ବ୍ରାଉନ ଭଳି ଦୁଇଟି କଲରରେ ଆସୁଛି । ଆପଣ ଏହାକୁ ଫ୍ଲିପକାର୍ଟ ଏବଂ boat-lifestyle.comରୁ କିଣି ପାରିବେ । ଏହା ବ୍ୟତୀତ ଜିଓ ୟୁଜର୍ସମାନେ ଏହି ସ୍ମାର୍ଟ ୱାଚ୍ ସହିତ ଏକ ନୂଆ ଜିଓ ସିମ୍ ଉପରେ ୩ ମାସ ପର୍ଯ୍ୟନ୍ତ ୩୯୯ ଟଙ୍କାର ଫ୍ରି ପ୍ଲାନ୍‌ ପାଇବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.