ପରୀକ୍ଷାରେ ଖରାପ ହେଲା, ଝୁଲିପଡିଲେ ଆଇଆଇଟି କାନପୁରର ଏମଟେକ୍‌ ଛାତ୍ର

କଲ୍ୟାଣପୁର ଥାନା ସ୍ଥିତ ଆଇଆଇଟି କାନପୁରରେ ଏମଟେକ କରୁଥିବା ମେରଟ ନିବାସୀ ବିକାଶ କୁମାର ମୀନା ବୁଧବାର ରାତିରେ ନିଜ ରୁମରେ ଫ୍ୟାନ୍‌ରେ ଝୁଲିପଡିଛି । ବିକାଶଙ୍କ ବୟସ ୩୧ ବର୍ଷ । ସେ ଏମଟେକ ଦ୍ୱିତୀୟ ବର୍ଷର ଛାତ୍ର ।

ଆଇଆଇଟି କାନପୁରର ଏମଟେକ୍ ଛାତ୍ର ଜୀବନ ହାରିଛନ୍ତି । ବୁଧବାର ରାତିରେ ପଙ୍ଖାରେ ଫାଶୀ ଲଗାଇ ଝୁଲିପଡିଛନ୍ତି । ଛାତ୍ର ଜଣକ ଜୀବନ ହାରିବା ପରେ ଅନ୍ୟ ଛାତ୍ରମାନେ ତାଙ୍କୁ ତୁରନ୍ତ ହସପିଟାଲରେ ନେଇ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ଏବେ ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ମୃତକ ଛାତ୍ର ଜଣକ କିଛିଦିନରୁ ଚିନ୍ତାରେ ରହୁଥିଲେ ବୋଲି ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ।

ଖବର ମୁତାବକ, କଲ୍ୟାଣପୁର ଥାନା ସ୍ଥିତ ଆଇଆଇଟି କାନପୁରରେ ଏମଟେକ କରୁଥିବା ମେରଟ ନିବାସୀ ବିକାଶ କୁମାର ମୀନା ବୁଧବାର ରାତିରେ ନିଜ ରୁମରେ ଫ୍ୟାନ୍‌ରେ ଝୁଲିପଡିଛି । ବିକାଶଙ୍କ ବୟସ ୩୧ ବର୍ଷ । ସେ ଏମଟେକ ଦ୍ୱିତୀୟ ବର୍ଷର ଛାତ୍ର । ତେବେ ପୋଲିସ ପଚରାଉଚରାରୁ ଜାଣିବାକୁ ପାଇଛି କି, ପରୀକ୍ଷାରେ ଖରାପ ହେବାରୁ କିଛିଦିନ ହେଲାଣି ଚିନ୍ତାରେ ବିକାଶ ରହିଥିଲେ ବୋଲି ସାଙ୍ଗମାନେ କହିଛନ୍ତି ।

ଏହାପରେ ଖବର ପାଇ ପୋଲିସ ଓ କଲେଜ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚିଥିଲେ । ପୋଲିସ କହିବା ମୁତାବକ, କବାଟ ଭାଙ୍ଗି ଝୁଲନ୍ତା ଅବସ୍ଥାରେ ବିକାଶଙ୍କ ମୃତଦେହ ଉଦ୍ଧାର କରିଥିଲା । ଏନେଇ ତାଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଥିବା ବେଳେ ସେମାନେ ପହଞ୍ଚି ନ ଥିବା ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.