ଦିନରାତି ଜଗି ବସିଛନ୍ତି ଚାଷକୁ କିନ୍ତୁ ବନ୍ୟଜନ୍ତୁଙ୍କ ଉପଦ୍ରବରେ ନଷ୍ଟ ହୋଇଯାଉଛି ସବୁକିଛି, ଧ୍ୟାନ ଦେଉନି ବନ ବିଭାଗ

ଦିନ ରାତି ଅକ୍ଳାନ୍ତ ପରିଶ୍ରମ କରି ନିଜସ୍ଵ ରୋଜଗାରକ୍ଷମ ହୋଇପାରି ଗାଁକୁ ବେଗୁନିଆ ବ୍ଲକର ତରକାରି ହାଣ୍ଡିର ପରିଚୟ ସୃଷ୍ଟି କରିଥିବା ବେଳେ ବେଗୁନିଆ ଉଦ୍ୟାନ ବିଭାଗ କୌଣସି ସହାୟତା ନକରୁଥିବାକୁ ନେଇ କ୍ଷୋଭ ପ୍ରକାଶ ପାଇଛି ।

ଗାଁରେ ଚାଷ ହେଉଛି ବିଭିନ୍ନ ପ୍ରକାରର ପନିପରିବା । ଖାଲି ପରିବା ନୁହେଁ ବଜାର ଚାହିଦା ମୁତାବକ ଫୁଲ ଚାଷକୁ ମଧ୍ୟ ଆଦରି ନେଲେଣି ଲୋକେ । ହେଲେ ବନ୍ୟଜନ୍ତୁ କରୁଛନ୍ତି ଘାଇଲା । ପ୍ରତିରୋଧ ପାଇଁ ଅନେକ ଘରୋଇ ଉପାୟ ମଧ୍ୟ କରି ଦିନରାତି ଜଗି ବସୁଛନ୍ତି ଚାଷୀମାନେ । ତେବେ ଦିନ ରାତି ଅକ୍ଳାନ୍ତ ପରିଶ୍ରମ କରି ନିଜସ୍ଵ ରୋଜଗାରକ୍ଷମ ହୋଇପାରି ଗାଁକୁ ବେଗୁନିଆ ବ୍ଲକର ତରକାରି ହାଣ୍ଡିର ପରିଚୟ ସୃଷ୍ଟି କରିଥିବା ବେଳେ ବେଗୁନିଆ ଉଦ୍ୟାନ ବିଭାଗ କୌଣସି ସହାୟତା ନକରୁଥିବାକୁ ନେଇ କ୍ଷୋଭ ପ୍ରକାଶ ପାଇଛି ।

ଆଖପାଖ ଗଛଡାଳ ଗୁଡିକରେ ଝୁଲୁଛି କାଚବୋତଲ ସାଙ୍ଗକୁ ଖଣ୍ଡେ ପଥର ଖଣ୍ଡ । ପବନ ହେଲେ ଏଗୁଡିକ ଦୋହଲିଥାଏ ଆଉ ବାଡେଇ ହୋଇ ଶବ୍ଦ ସୃଷ୍ଟି ହେତୁ ପକ୍ଷୀ ସବୁ ରହନ୍ତି ନାହିଁ । ଚାରିଗଡରେ ହାତୀ, ବାରହାମାନଙ୍କ ଉପଦ୍ରବ ରୋକିବା ପାଇଁ ଡ୍ରେନ ସହିତ ସୋଲାର କରେଣ୍ଟର ତାରବାଡ ମଧ୍ୟ ଲଗାଯାଇଛି । ତାରବାଡକୁ ସ୍ପର୍ଶ କଲେ କରେଣ୍ଟର ଝଟକା ସାଙ୍ଗକୁ ସାଇରନ ଶବ୍ଦ ମଧ୍ୟ ବାଜିଉଠେ ।

ଆଉ ତା ସହି ଫସଲ ଚାରିପଟ ନେଟ ଘେରି କରି ହାତରେ ବାଡ଼ି ଧରି ମାଙ୍କଡମାନଙ୍କୁ ଦିନରାତି ଜଗି ବସିଛନ୍ତି ବେଗୁନିଆ ଗୋବିନ୍ଦପୁର ପଞ୍ଚାୟତ ପରିଛଳ ଗାଁର ପରିବାଚାଷି । ଜମିରେ ଲାଗିଛି ବାଇଗଣ, ଟମାଟୋ, ଲଙ୍କା, ଭେଣ୍ଡି, କାକୁଡି, ବିନ୍, ଝୁଡ଼ଙ୍ଗ, ମକ୍କା ସହିତ ସମସ୍ତ ଶୀତଦିନିଆ ପନିପରିବା । ଖାଲି ପନିପରିବା ନୁହେଁ ବଜାର ଚାହିଦା ମୁତାବକ ଫୁଲଚାଷରେ ଗେଣ୍ଡୁଫୁଲ ଚାଷ ମଧ୍ୟ ବେଶ ସଫଳତା ଆଣିଦେଇଛି ଚାଷୀମାନଙ୍କୁ । ତେବେ ଧାନ ଫସଲ ଅପେକ୍ଷା ପରିବାଚାଷରେ ବଜାର ଚାହିଦା ସହିତ ଭଲ ଦୁଇ ପଇସା ପାଇ ଅଧିକ ଲାଭବାନ ହେଉଛନ୍ତି ଏଠିକାର ଚାଷୀ ।

ପରିଛଳ ଗାଁର ସକଳା ନନ୍ଦପାତାଳସିଂହ । ନିଜେ ଜଣେ ଶାରୀରିକ ଅକ୍ଷମ ହେଲେ ମଧ୍ୟ ନିଜର ଦୁଇ ଶିକ୍ଷିତ ପୁଅଙ୍କୁ ଏହି ପରିବା ଚାଷରେ ନିୟୋଜିତ କରି ଆଜି ବେଶ ରୋଜଗାରକ୍ଷମ ହୋଇପାରିଥିବା ବେଳେ ଗାଁର ଅନେକ ଲୋକ ଏପରି ପନିପରିବା ଚାଷ କରିଥାନ୍ତି । ଭୁବନେଶ୍ଵର ସ୍ଥିତ ଓଡିଶା ବୈଷୟିକ କୃଷି ବିଶ୍ୱବିଦ୍ୟାଳୟ ଏହି ଗାଁର ଲୋକମାନଙ୍କ ପନିପରିବା ଚାଷ ଦେଖି ସହାୟତା ପ୍ରଦାନ କରିଥାନ୍ତି । ତେବେ ପରିଛଳ ଗାଁର ଏହି ଚାଷୀମାନଙ୍କ ପନିପରିବା ପାଇଁ ବନ୍ୟଜନ୍ତୁ ଅନେକ କ୍ଷତି କରିଥାନ୍ତି ।

ଗାଁର ଚାରିପାଖ ଜଙ୍ଗଲ ହେତୁ ବିଭିନ୍ନ ସମୟରେ ହାତୀ, ବାରହା, ମାଙ୍କଡ ସହିତ ଠେକୁଆଙ୍କ ଉପଦ୍ରବ ଏଠାରେ ଖୁବ ଅଧିକ । ସେପଟେ ଏହାର ପ୍ରତିକାର ପାଇଁ ବନବିଭାଗର କୌଣସି ପଦକ୍ଷେପ ନଥିବା ବେଳେ ସ୍ଥାନୀୟ ବେଗୁନିଆ ଉଦ୍ୟାନ ବିଭାଗର ଏହି ପରିବାଚାଷୀଙ୍କ ପାଇଁ କୌଣସି ସହୟତା ନ କରିବା ହେତୁ ଗାଁରେ ଅସନ୍ତୋଷ ପ୍ରକାଶ ପାଇଛି । ଅନ୍ୟପଟରେ ବେଗୁନିଆ ଉଦ୍ୟାନ କୃଷିବିଭାଗ ଏଠାରେ ଏକପ୍ରକାର ସ୍ଥାଣୁ ପାଲଟିଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.