ବଲାଙ୍ଗିର ଗସ୍ତରେ 5Tଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆ, ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ଦେବେ ଯୋଗ

କଂଗ୍ରେସ ଗଡରେ ପାଣ୍ଡିଆନ । ଆଜି 5Tଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ବଲାଙ୍ଗିର ଜିଲ୍ଲା ଗସ୍ତ । ଵଲାଙ୍ଗିର ଜିଲ୍ଲାର ଦୁଇଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଵଲାଙ୍ଗିର ଓ କଣ୍ଟାବାଞ୍ଜି ଏବେ କଂଗ୍ରେସ ହାତରେ । ଏହି ଦୁଇଟି ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ପାଣ୍ଡିଆନ ଆସି ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ଯୋଗଦେବେ ।

ବଲାଙ୍ଗିର (କେନ୍ୟୁଜ): କଂଗ୍ରେସ ଗଡରେ ପାଣ୍ଡିଆନ । ଆଜି 5Tଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ବଲାଙ୍ଗିର ଜିଲ୍ଲା ଗସ୍ତ । ଵଲାଙ୍ଗିର ଜିଲ୍ଲାର ଦୁଇଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଵଲାଙ୍ଗିର ଓ କଣ୍ଟାବାଞ୍ଜି ଏବେ କଂଗ୍ରେସ ହାତରେ । ଏହି ଦୁଇଟି ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ପାଣ୍ଡିଆନ ଆସି ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ଯୋଗଦେବେ ।

ଏହା ସହ ଟିଟିଲାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀର ସଇଁତଲା ରେ ପବ୍ଲିକ ମିଟିଙ୍ଗ କରିବେ । ସଇଁତଲା ହେଉଛି କଂଗ୍ରେସ ନେତା ସୁରେନ୍ଦ୍ର ସିଂ ଭୋଇ ଙ୍କ ବ୍ଲକ । ଏହି ବ୍ଲକ ରେ କଂଗ୍ରେସ ର ଦବଦବା ରହିଥାଏ । ସେଥିପାଇଁ ଆଜି ଵଲାଙ୍ଗିର ଜିଲ୍ଲାରେ ତିନୋଟି ସ୍ଥାନରେ ପାଣ୍ଡିଆନଙ୍କ ପ୍ରୋଗ୍ରାମ ରହିଛି । ପାଣ୍ଡିଆନଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଵଲାଙ୍ଗିରରେ କଲେଜ ଛାତ୍ରଛାତ୍ରୀଙ୍କ ସମାବେଶ ଥିବାବେଳେ କଣ୍ଟାବାଞ୍ଜି ଓ ସଇଁତଲାରେ ପବ୍ଲିକ ମିଟିଂ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.