ନବଜାତ ଶିଶୁଙ୍କ ଆଖିରେ କାହିଁକି ଲୁହ ଆସେ ନାହିଁ ? ଜାଣନ୍ତୁ ଏକ୍ସପର୍ଟଙ୍କ ମତ

ଛୋଟ ପିଲାମାନେ ମଧ୍ୟ ପ୍ରତ୍ୟେକ ଛୋଟ ଜିନିଷ ପାଇଁ କାନ୍ଦିଥାନ୍ତି । କିନ୍ତୁ ଆପଣ କେବେ ଦେଖିଛନ୍ତି କି ନବଜାତ ଶିଶୁର ଆଖିରୁ କ’ଣ ପାଇଁ ଲୁହ ବାହାରେ ନାହିଁ । ଆପଣମାନେ ତ ଜାଣିଥିବେ ଯେ ଜନ୍ମ ପରେ ଗୋଟିଏ ନବଜାତ ଶିଶୁ ଏକ ନୂତନ ଜଗତ ଦେଖିଥାଏ, ତେବେ ଶିଶୁଟି ଜନ୍ମ ହେବା ମାତ୍ରେ ସେ ଭୋକିଲା ଅନୁଭବ କରେ ଏବଂ ବହୁତ କାନ୍ଦିବା ପାଇଁ ଲଗେ । କିନ୍ତୁ ସେହି ସମୟରେ ଶିଶୁ ଆଖିରୁ ଲୁହ ବାହାରି ନଥାଏ ।

ଯଦି ଆମେ ଟିକିଏ ଆଘାତ ପାଇଥାଉ କିମ୍ବା କିଛି କଥାକୁ ନେଇ ଦୁଃଖ ଅନୁଭବ କରିଥାଉ, ତାହେଲେ ଆମ ଆଖିରୁ ଲୁହ ବାହାରିବାକୁ ଲାଗିଥାଏ । ତେବେ ଛୋଟ ପିଲାମାନେ ମଧ୍ୟ ପ୍ରତ୍ୟେକ ଛୋଟ ଜିନିଷ ପାଇଁ କାନ୍ଦିଥାନ୍ତି । କିନ୍ତୁ ଆପଣ କେବେ ଦେଖିଛନ୍ତି କି ନବଜାତ ଶିଶୁର ଆଖିରୁ କ’ଣ ପାଇଁ ଲୁହ ବାହାରେ ନାହିଁ । ଆପଣମାନେ ତ ଜାଣିଥିବେ ଯେ ଜନ୍ମ ପରେ ଗୋଟିଏ ନବଜାତ ଶିଶୁ ଏକ ନୂତନ ଜଗତ ଦେଖିଥାଏ, ତେବେ ଶିଶୁଟି ଜନ୍ମ ହେବା ମାତ୍ରେ ସେ ଭୋକିଲା ଅନୁଭବ କରେ ଏବଂ ବହୁତ କାନ୍ଦିବା ପାଇଁ ଲଗେ । କିନ୍ତୁ ସେହି ସମୟରେ ଶିଶୁ ଆଖିରୁ ଲୁହ ବାହାରି ନଥାଏ । ଏହା କାହିଁକି ହୋଇଥାଏ, କେବେ ଆପଣଙ୍କ ମନରେ ପ୍ରଶ୍ନ ଆସିଥାଏ କି ? ଏହା ପଛର କାରଣ କ’ଣ ହୋଇଥାଏ ପାରେ । ଏହି କଥା ଶୁଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେଉଥିବେ । ସେଥିପାଇଁ ଆମେ ଆଜି ଆପଣଙ୍କୁ ଏହି ବିଷୟରେ କିଛି ବିଶେଷ କଥା ଜଣାଇବୁ, ଯାହାକୁ ଜାଣି ଆପଣ ଜାଣିପାରିବେ ଯେ ନବଜାତ ଶିଶୁ ଆଖିରେ କ’ଣ ପାଇଁ ଲୁହ ଆସେ ନାହିଁ ।

ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ ନବଜାତ ଶିଶୁମାନେ କାନ୍ଦନ୍ତି କିନ୍ତୁ ସେମାନଙ୍କ ଆଖିରୁ ଲୁହ ବାହାରି ନଥାଏ କାରଣ ନବଜାତ ଶିଶୁର ଶରୀରରେ ଟିୟର ଡକ୍ଟ ଡେପଲପ୍‌ ହୋଇନଥାଏ । ଏହା ବ୍ୟତୀତ ସେମାନଙ୍କ ଆଖିରେ ଲୁହ ଆକାରରେ ବାହାରିବା ପାଇଁ ଜଳ ତିଆରି ହୋଇନଥାଏ । ନବଜାତ ଶିଶୁର ଆଖିରେ କେବଳ ପର୍ଯ୍ୟାପ୍ତ ପରିମାଣର ଜଳ ରହିଥାଏ । ଯାହା ତାଙ୍କ ଆଖିକୁ ଓଦା ରଖେ ଏବଂ ଶୁଖିବା ପାଇଁ ଦେଇନଥାଏ । ତେବେ ଜନ୍ମର ଚାରି ରୁ ପାଞ୍ଚ ସପ୍ତାହ ପରେ ଶିଶୁର ଆଖିରେ ଟିୟର ଡକ୍ଟ ଡେପଲପ୍‌ ହୋଇଥାଏ । ସେଥିପାଇଁ ଯେତେବେଳେ ଶିଶୁଟି କାନ୍ଦେ, ସେତେବେଳେ ଟିୟର ଡକ୍ଟରୁ ଲୁହ ବାହାରିଥାଏ । ତେବେ ଆପଣମାନେ ଏହା ଶୁଶି ନିଶ୍ଚିତ ଭାବେ ଜାଣି ପାରୁଥିବେ ଯେ ନବଜାତ ଶିଶୁ ଆଖିରୁ ଜନ୍ମ ହେବା କ’ଣ ପାଇଁ ଲୁହ ବାହାରେ ନାହିଁ ।

ନବଜାତ ଶିଶୁ କାନ୍ଦିବା ସମୟରେ ସେମାନଙ୍କ ଆଖିରେ ଲୁହ ତ ଆସନଥାଏ, କିନ୍ତୁ ଏହା ବ୍ୟତୀତ ସେମାନଙ୍କ ଶରୀରରେ ଝାଳ ମଧ୍ୟ ବାହାରିନଥାଏ । ଏହାର ଅନ୍ୟ ଏକ କାରଣ ହେଉଛି ଜନ୍ମ ପରେ ତୁରନ୍ତ ଶିଶୁର ଶରୀରରେ ଝାଳ ଉତ୍ପାଦନ କରୁଥିବା ଗ୍ରନ୍ଥି ବିକଶିତ ହୋଇନଥାଏ । ସେଥିପାଇଁ ଶିଶୁର ଶରୀରରୁ ଝାଳ ବାହାରେ ନାହିଁ । ତେବେ ଯେତେବେଳେ ଜନ୍ମର କିଛି ସପ୍ତାହ ବିକାଶ ପରେ ଶିଶୁର ଶରୀରରେ ଝାଳ ଗ୍ରନ୍ଥି ବିକଶିତ ହୁଏ, ସେତେବେଳେ ପ୍ରଥମେ ତାଙ୍କ କପାଳାରୁ ଝାଳ ବାହାରିବା ଆରମ୍ଭ ହୋଇଥାଏ । ଏହା ପରେ ତାଙ୍କ ହାତ ଏବଂ ପାଦରୁ ଝାଳ ବାହାରିବା ପାଇଁ ଲାଗିଥାଏ । ତେବେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ ଶିଶୁର ଜନ୍ମ ପରେ ଅନେକ ଗ୍ରନ୍ଥି ଅଛି, ଯାହା ପ୍ରଥମ ଚାରି ସପ୍ତାହରେ ବିକଶିତ ହୁଏ । ଏପରି ଭାବେ ଶିଶୁଟିର ଶରୀରରେ ଧୀରେ ଧୀରେ ସବୁ ଅଙ୍ଗ ବିକାଶିତ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.