ଆଫଗାନିସ୍ତାନ ଟିମ୍‌କୁ ଝଟକା, ଟି-୨୦ ସିରିଜରୁ ବାଦ୍‌ ପଡିଲେ ରାସିଦ ଖାନ

ଆଫଗାନିସ୍ତାନ ଟିମକୁ ଝଟକା ଲାଗିଛି । ଟିମର ଷ୍ଟାର ଖେଳାଳି ରାସିଦ ଖାନ ସଂପୂର୍ଣ୍ଣ ସିରିଜରୁ ବାଦ୍‌ ପଡିଛନ୍ତି । ଏହାପୂର୍ବରୁ ସେ ଆହତ ଥିଲେ, ତେଣୁ ଟି-୨୦ ସିରିଜ ପୂର୍ବରୁ ଠିକ୍‌ ହୋଇଯିବେ ବୋଲି ଆଶା କରାଯାଉଥିଲା । କିନ୍ତୁ ଏପର୍ଯ୍ୟନ୍ତ ସେ ଫିଟ୍‌ ହୋଇନାହାନ୍ତି ।

ଭାରତ-ଆଫଗାନିସ୍ତାନ ମଧ୍ୟରେ ଆଜିଠାରୁ ଟି୨୦ ସିରିଜ ଆରମ୍ଭ ହେବ । ଆଜି ପ୍ରଥମ ଟି୨୦ ମ୍ୟାଚ ଖେଳାଯିବ । ଏହାପୂର୍ବରୁ ଆଫଗାନିସ୍ତାନ ଟିମକୁ ଝଟକା ଲାଗିଛି । ଟିମର ଷ୍ଟାର ଖେଳାଳି ରାସିଦ ଖାନ ସଂପୂର୍ଣ୍ଣ ସିରିଜରୁ ବାଦ୍‌ ପଡିଛନ୍ତି । ଏହାପୂର୍ବରୁ ସେ ଆହତ ଥିଲେ, ତେଣୁ ଟି-୨୦ ସିରିଜ ପୂର୍ବରୁ ଠିକ୍‌ ହୋଇଯିବେ ବୋଲି ଆଶା କରାଯାଉଥିଲା । କିନ୍ତୁ ଏପର୍ଯ୍ୟନ୍ତ ସେ ଫିଟ୍‌ ହୋଇନାହାନ୍ତି ।

ରାସିଦ ଖାନ କିଛି ସମୟ ପୂର୍ବରୁ ନିଜର ସର୍ଜରୀ କରିଥିଲେ । ଏଥିରୁ ସେ ସଂପୂର୍ଣ୍ଣ ଭାବେ ସୁସ୍ଥ ହୋଇନାହାନ୍ତି । ଆଫଗାନିସ୍ତାନ ଅଧିନାୟକ ଇବ୍ରାହିମ ଜାଦରାନ କହିଛନ୍ତି, ରାସିଦ ଖାନ ସଂପୂର୍ଣ୍ଣ ସିରିଜରୁ ବାଦ୍‌ ପଡିଛନ୍ତି । ସେ ଏପର୍ଯ୍ୟନ୍ତ ସଂପୂର୍ଣ୍ଣ ଫିଟ୍‌ ହୋଇନାହାନ୍ତି । କେବଳ ରାସିଦ ଖାନ ନୁହେଁ, ଟିମରୁ ଅନେକ ଖେଳାଳି ବାଦ୍‌ ପଡିଛନ୍ତି ।

ଆଫଗାନିସ୍ତାନ ଟି୨୦ ସିରିଜ ପାଇଁ ଟିମ୍‌ ଘୋଷଣା କରିବା ସମୟରେ ରାସିଦ ଖାନଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇନଥିଲା । ମ୍ୟାନେଜମେଣ୍ଟ ତାଙ୍କ ଆହତଜନିତ ସମସ୍ୟା ନେଇ ସନ୍ଦେହରେ ଥିଲା । ଆଫଗାନିସ୍ତାନ ବୋଲିଂ ଲାଇପଅପରେ ନୁର ଅହମଦ, ନବୀନ ଉଲ ହକ, ଫରିଦ ଅହମଦ ମଲିକ, ଫଜଲହକ ଫାରୁକି, ମୁଜିବ-ଉର-ରହମାନ ଏବଂ ମହମ୍ମଦ ସଲିମ ସାମିଲ ରହିଛନ୍ତି ।

ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ ଆଜି ମୋହାଲିରେ ଖେଳାଯିବ । ଦ୍ୱିତୀୟ ମ୍ୟାଚ ୧୪ ଜାନୁଆରୀରେ ଇନ୍ଦୋର ଏବଂ ତୃତୀୟ ଟି-୨୦ ମ୍ୟାଚ ୧୭ ଜାନୁଆରୀରେ ବେଙ୍ଗାଲୁରୁରେ ହେବ । ତେବେ ଆଜିର ମ୍ୟାଚରେ ବିରାଟ କୋହଲି ଖେଳିବେ ନାହିଁ । ଟିମର ଦାୟିତ୍ୱ ରୋହିତ ଶର୍ମାଙ୍କୁ ଦିଆଯାଇଛି । ଏହି ଟି-୨୦ ସିରିଜରୁ ଇଶାନ କିଶନ, ଶ୍ରେୟସ ଆୟର ବାଦ୍‌ ପଡିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.