ବୌଦ୍ଧ : ପୁଣି ବାଘଛାଲ ଜବତ ୨ ଗିରଫ
ବଲାଙ୍ଗିରରେ ପୁଣି ବାଘଛାଲ ଜବତ ୨ ଗିରଫ । ବାଘ ଛାଲ ଡିଲ୍ ବେଳେ ମାଡି ବସିଲେ ବନ ବିଭାଗ କର୍ମଚାରୀ । ବୌଦ୍ଧ ଜିଲ୍ଲା କଣ୍ଟାମଲ ରେଞ୍ଜ ଘଣ୍ଟାପଡା ସେକ୍ସନର ଫଟାମୁଣ୍ଡା ଗାଁର ଏକ ପାଳଗଦାରୁ କଲରାପତରିଆ ବାଘ ଛାଲ ଜବତ ହୋଇଛି ।
ବୌଦ୍ଧ (କେନ୍ୟୁଜ): ବଲାଙ୍ଗିରରେ ପୁଣି ବାଘଛାଲ ଜବତ ୨ ଗିରଫ । ବାଘ ଛାଲ ଡିଲ୍ ବେଳେ ମାଡି ବସିଲେ ବନ ବିଭାଗ କର୍ମଚାରୀ । ବୌଦ୍ଧ ଜିଲ୍ଲା କଣ୍ଟାମଲ ରେଞ୍ଜ ଘଣ୍ଟାପଡା ସେକ୍ସନର ଫଟାମୁଣ୍ଡା ଗାଁର ଏକ ପାଳଗଦାରୁ କଲରାପତରିଆ ବାଘ ଛାଲ ଜବତ ହୋଇଛି । ବାଘ ଛାଲ ଚାଲାଣ ହେଉଥିବା ଖବର ପାଇବା ପରେ ତୁଷୁରା ଥାନା କୋଟଗାଁରେ ଚଢଉ କରିଥିଲା ବନ ବିଭାଗ ।
ଖବର ଅନୁଯାୟୀ, ତୁଷୁରା ଥାନା ଅଞ୍ଚଳରେ ଚିତାବାଘ ଛାଲ ଚାଲାଣ ହେଉଥିଲା । କୌଣସି ସୁତ୍ରରୁ ଖବର ପାଇଥିଲା ବନ ବିଭାଗ । ଶେଷରେ ବନବିଭାଗର ଏକ ଟିମ୍ ଉକ୍ତ ଗାଁରେ ଚଢାଉ କରି ମୁକେଶ ମନହିରାକୁ ଗିରଫ କରିଥିଲା । ମୁକେଶଙ୍କୁ ପଚରାଉଚରା ପରେ ବୌଦ୍ଧ ଫଟାମୁଣ୍ଡା ଗାଁରେ ଚିତାବାଘ ଛାଲ ଥିବା ସୂଚନା ମିଳିଥିଲା । ଏହାପରେ ବନବିଭାଗର ଏକ ଟିମ୍ ଏବଂ କଣ୍ଟାମାଳ ରେଞ୍ଜର ଏକ ଟିମ୍ ମିଳିତ ଭାବେ ଚଢାଉ କରିଥିଲେ । ଆଉ ଏକ ପାଳଗଦାରୁ ଚିତା ବାଘ ଛାଲକୁ ଜବତ କରିଥିଲା । ତେବେ ଏହି ଘଟଣାରେ ଜଡିତ ଥିବା କଣ୍ଟାମାଳ ଥାନା ଫଟାମୁଣ୍ଡା ଗାଁର ଦିବ୍ୟଶଙ୍କର ବଗର୍ତ୍ତୀ ମଧ୍ୟ ଗିରଫ ହୋଇଛନ୍ତି ।