ଉପଭୋକ୍ତା ଏବେ ଏହି ଆପ୍ ଜରିଆରେ ଫାଇଲ ଟ୍ରାନ୍ସଫର କରିବା ସହିତ ଡକ୍ୟୁମେଣ୍ଟକୁ କରିପାରିବେ ସ୍କାନ
ଦୁନିଆର ଲୋକପ୍ରିୟ ଡକ୍ୟୁମେଣ୍ଟ ପ୍ରବନ୍ଧନ ଆପ୍ କାମସ୍କାନର ନିଜର ୟୁଜରଙ୍କ ପାଇଁ ନୂଆ ଅପଡେଟ ଜାରୀ କରିଛି। ଏହି ଅପଡେଟରେ ୟୁଜର୍ସଙ୍କୁ ନୂଆ ଫିଚର୍ସ ମିଳିବ। ୟୁଜର୍ସ ଏବେ ଏହି ଫିଚର୍ସ ଜରିଆରେ ସହଜରେ ଫାଇଲକୁ ଟ୍ରାନ୍ସଫର କରିପାରିବେ ଏବଂ ଏହାସହିତ କାଗଜପତ୍ରକୁ ସ୍କାନ ମଧ୍ୟ କରିପାରିବେ। ତେବେ ଆସନ୍ତୁ ଜାଣିବା କାମ ସ୍କାନର ନୂଆ ଫିଚର୍ସ ବିଷୟରେ।
ଇମେଜ ରୁ ସ୍ପ୍ରେଡସିଟ୍
ଏବେ ଉପଭୋକ୍ତାମାନେ ଏହା ସାହାଯ୍ୟରେ କୌଣସି କାଗଜପତ୍ରର ଫଟୋକୁ ତୁରନ୍ତ ସ୍ପ୍ରେଡସିଟରେ ବଦଳାଇପାରିବେ। ଏହି ସ୍ପ୍ରେଡ ସିଟ ସବୁ ପ୍ରକାରର ଆପଣଙ୍କୁ ସାହାଯ୍ୟ କରିବ।
ବୁକରୁ କରିପାରିବେ ଇ-ବୁକ୍
ଉପଭୋକ୍ତାମାନେ ସହଜରେ ବହିର ଫଟୋକୁ ଏହାଦ୍ୱାର ସହଜରେ ସ୍କାନ କରିପାରିବେ। ଫଟୋକୁ ଦେବା ପରେ ବାମ ଏବଂ ଡାହାଣ ପ୍ରୁଷ୍ଠା ଆପେ ଆପେ ଖୋଲିଯିବ ଯାହାଦ୍ୱାରା ଆପଣ ପୂରାପୁରି ଭାବରେ ବହି ଭଳି ଅନୁଭବ କରିପାରିବେ।
ଏହାସହ ପଢନ୍ତୁ : ଫୋନର ବ୍ୟାଟେରୀ ଜଲଦି ହେବ ନାହିଁ ଶେଷ, କେବଳ ଆପଣେଇବାକୁ ହେବ ଏହି ସହଜ ଟିପ୍ସ
ପାଓ୍ଵାର ପଏଣ୍ଟ ପ୍ରେଜେଣ୍ଟଟେସନକୁ ସ୍କାନ କରିପାରିବେ
ପିପିଟି ଶୁଟିଂ ମୋଡ ସ୍ପଷ୍ଟତା ସହିତ ପ୍ରେଜେଣ୍ଟଟେସନର ସ୍କାନିଂ କରିବାର ସୁବିଧା ଦେଇଥାଏ।
ସାର୍ଟିଫିକେଟ କରିପାରିବେ ପ୍ରିଣ୍ଟ
ଉପଭୋକ୍ତା ନିଜର ସାର୍ଟିଫିକେଟକୁ ସ୍କାନ କରିପାରିବେ ଏବଂ ଏହାର ପ୍ରିଣ୍ଟ ରିିଭ୍ୟୁ ଦେଖିପାରିବେ। ଏହାସହିତ ମୋଡି ହୋଇରହିଥିବା ଟେକସ୍ଟକୁ ମଧ୍ୟ ସିଧା କରିପାରିବେ।
ସର୍ଚ୍ଚ କରିପାରିବେ ଏବଂ ଅନୁବାଦ କରିପାରିବେ
ନୂଆ ସ୍ମାର୍ଟ ଅପ୍ଟିକାଲ କ୍ୟାରେକଟର ରିକଗ୍ନିସନ ଜରିଆରେ ଉପଭୋକ୍ତା ସ୍କାନ କରିଥିବା କାଗଜପତ୍ରର ଟେକ୍ସଟକୁ ଖୋଜିପାରିବେ ଏବଂ ଏହାକୁ ୬୦ ରୁ ଅଧିକ ଭାଷାରେ ଅନୁବାଦ କରିପାରିବେ।
ଆପଣଙ୍କୁୂ ଜଣାଇବାକୁ ଚାହିଁବୁ ଯେ ୨୦୦ଟି ଦେଶରେ ପାଖାପାଖି ୩୭ କୋଟିରୁ ଅଧିକ ଲୋକ କାମସ୍କାନର ଆପକୁ ଡାଉନଲୋଡ୍ କରିସାରିଛନ୍ତି। ସେହିପରି ପ୍ରତିଦିନ ୫୦,୦୦୦ ୟୁଜର୍ସ ଏହି ଆପକୁ ବ୍ୟବହାର କରୁଛନ୍ତି।